ଜାଣିଛନ୍ତି କି ପୃଥିବୀର ପ୍ରଥମ ପ୍ରାକୃତିକ ରଙ୍ଗ କଣ

0

ବର୍ଣ୍ଣଚକ୍ରରେ ରହିଛି ସାତଟି ରଙ୍ଗ। ବାଇଗଣି, ଘନନୀଳ, ନୀଳ, ସବୁଜ, ହଳଦିଆ, ନାରଙ୍ଗୀ ଓ ଲାଲ। ଏହି ସାତ ରଙ୍ଗକୁ ବୈଜ୍ଞାନିକମାନେ ମୌଳିକ ବର୍ଣ୍ଣର ମାନ୍ୟତା ଦେଇଛନ୍ତି। କିନ୍ତୁ ଜାଣିଛନ୍ତି କି କେଉଁ ରଙ୍ଗକୁ ବୈଜ୍ଞାନିକମାନେ ପ୍ରଥମ ପ୍ରାକୃତିକ ରଙ୍ଗ ଭାବେ ଆବିଷ୍କାର କରିଛନ୍ତି? ଏନ୍‍ୟୁ ରିସଚ୍ଚ ସ୍କୁଲ୍‍ ଅଫ୍‍ ଆର୍ଥ ସାଇନ୍ସର ବାୟୋଜିଓକେମିଷ୍ଟ୍ରି ଲାବ୍‍ ପରିଚାଳକ ଜାନେତ୍‍ ହୋପ୍‍ ଏହି ରହସ୍ୟ ଉଦ୍‍ଘାଟନ କରିବାରେ ସକ୍ଷମ ହୋଇଛନ୍ତି। ତାଙ୍କ ଗବେଷଣାଲବ୍ଧ ତଥ୍ୟାନୁଯାୟୀ ହାଲ୍‍କା ଗୋଲାପୀ ହିଁ ବିଶ୍ୱର ପ୍ରଥମ ପ୍ରାକୃତିକ ରଙ୍ଗ। ସାହାରା ମରୁଭୂମିରେ ୧୧୦ ବର୍ଷ ପୁରୁଣା ପ୍ରସ୍ତର ଖଣ୍ଡକୁ ଗବେଷଣା କରିବା ପରେ ଏହି ତଥ୍ୟ ମିଳିଥିବା ଜଣାପଡ଼ିଛି। ଏକ ତୈଳ କମ୍ପାନୀ ଖନନ ବେଳେ ସେହି ପଥରକୁ ଉଦ୍ଧାର କରିଥିଲା। ପରୀକ୍ଷା ପାଇଁ ପଥରକୁ ଲାବ୍‍କୁ ପଠାଯାଇଥିଲା। ଉକ୍ତ ପଥରରୁ କେବଳ ରଙ୍ଗ ସମ୍ପର୍କିତ ତଥ୍ୟ ନୁହେଁ ବରଂ ଜୀବଜଗତ ସୃଷ୍ଟି ସମ୍ବନ୍ଧୀୟ ଅନେକ ଉପାଦେୟ ତଥ୍ୟ ମିଳିଥିବା ଭୂତତ୍ତ୍ୱବିତ୍‍ମାନେ କହିଛନ୍ତି।

Leave A Reply