ସୋରିଷର ରହିଛି ଯାଦୁକାରୀ ଶକ୍ତି, ଶୀଘ୍ର ଦେଖାଇଥାଏ ପ୍ରଭାବ

0

ସାଧାରଣତଃ ଖାଦ୍ୟ ପ୍ରସ୍ତୁତି ସମୟରେ ଆପଣ ସୋରିଷର ବହୁଳ ବ୍ୟବହାର କରିଥା’ନ୍ତି, ହେଲେ କ’ଣ ଆପଣ ଜାଣନ୍ତି ତନ୍ତ୍ର ସାଧନାରେ ଏହାକୁ ବିଶେଷ ସ୍ଥାନ ଦିଆଯାଇଛି। ସୋରିଷକୁ ତାନ୍ତ୍ରିକ ପ୍ରୟୋଗରେ ବ୍ୟବହାର କରିବା ଦ୍ୱାରା ବହୁତ ଅସୁବିଧାରୁ ମୁକ୍ତି ମିଳିଥାଏ। ଆସନ୍ତୁ ଜାଣିବା ତାନ୍ତ୍ରିକ ପ୍ରୟୋଗ ଦ୍ୱାରା ସୋରିଷ କିପରି ବିଭିନ୍ନ ଅସୁବିଧା ଦୂର କରିଥାଏ।

ପରିବାରରେ କାହାକୁ ଖରାପ ନଜର ଲାଗିଥିଲେ ସୋରିଷକୁ ବ୍ୟବହାର କରି ଏହି ଖରାପ ନଜରକୁ ଉତାରି ପାରିବେ। ଏଥିପାଇଁ ୭ଟି ସୋରିଷ ଦାନା, ୭ ଶୁଖିଲା ଲାଲ ଲଙ୍କା ଓ ୭ ଲୁଣ ଦାନା ନିଅନ୍ତୁ। ଏହାକୁ ପୀଡ଼ିତଙ୍କ ମୁଣ୍ଡ ଉପରେ ୭ ଥର ବୁଲାଇ ଜଳୁଥିବା ଅଗ୍ନିରେ ପକାଇ ଦିଅନ୍ତୁ। ଅଗ୍ନି ପାଇଁ ଆମ୍ବ କାଠ ବ୍ୟବହାର କରନ୍ତୁ। ଏହି ଉପାୟ କରୁଥିବା ସମୟରେ ଧ୍ୟାନ ରଖିବାକୁ ହେବ ଯେ ଏହି ସବୁ କାର୍ଯ୍ୟ ବାମ ହାତରେ କରାଯିବ ଓ ଏହି କାର୍ଯ୍ୟ କରୁଥିବା ବ୍ୟକ୍ତିକୁ ମଝିରେ କେହି ବାଧା ନଦେବା ଆବଶ୍ୟକ।

prayash

ଯଦି ଆପଣଙ୍କ ହେଉଥିବା କାର୍ଯ୍ୟ ଅଟକି ଯାଉଛି କିମ୍ବା କୌଣସି ବାଧା ଉପୁଜୁଛି ତେବେ ଏହାର ପ୍ରତିକାର ପାଇଁ ଗୁରୁବାର ଦିନ ସୋରିଷ ଦାନ କରନ୍ତୁ। ଏହା ଦ୍ୱାରା ସମସ୍ୟା ଦୂର ହୋଇଥାଏ।

ଯଦି ଦୁର୍ଭାଗ୍ୟ ଆପଣଙ୍କ ପିଛା ଛାଡ଼ୁନାହିଁ ତେବେ ଏ କ୍ଷେତ୍ରରେ ସୋରିଷର ବ୍ୟବହାର କରି ସେହି ଦୁର୍ଭାଗ୍ୟକୁ ସୌଭାଗ୍ୟରେ ବଦଳାଇ ଦେଇ ପାରିବେ। ଏଥିପାଇଁ ଏକ ପାତ୍ରରେ ଜଳ ନିଅନ୍ତୁ ଓ ସେଥିରେ କିଛି ସୋରିଷ ପତ୍ର ପକାଇ ସେହି ଜଳରେ ସ୍ନାନ କରନ୍ତୁ। ଏପରି କରିବା ଦ୍ୱାରା ଖରାପ ସମୟ, ଦାରିଦ୍ର୍ୟତା ଓ ରୋଗ ଦୂର ହୋଇଥାଏ।

ପରିବାରରେ କେହି ଅଧିକ ରାଗୁଥିଲେ କିମ୍ବା ବିରକ୍ତ ହେଉଥିଲେ ତାହାର ପ୍ରତିକାର ପାଇଁ ମଧ୍ୟ ସୋରିଷ ସହାୟକ ହୋଇଥାଏ। ଏଥିପାଇଁ ସେହି ବ୍ୟକ୍ତିଙ୍କ ମୁଣ୍ଡରେ ସୋରିଷ ଓ ଲଙ୍କାକୁ ୭ ଥର ବୁଲାଇ ଦିଅନ୍ତୁ। କିଛି ସମୟ ମଧ୍ୟରେ ସେହି ବ୍ୟକ୍ତିଙ୍କ ସ୍ୱଭାବରେ ପରିବର୍ତ୍ତନ ଦେଖିବାକୁ ମିଳିବ।

kalyan agarbati
Leave A Reply