ରଥରେ ଲାଗିବ ହୁଣ୍ଡିବାକ୍ସ

0

ପୁରୀ : ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥରେ ଲାଗିବ ହୁଣ୍ଡିବାକ୍ସ। ଶ୍ରଦ୍ଧାଳୁ ଭକ୍ତମାନେ ଶ୍ରୀଜୀଉଙ୍କ ଉଦେଶ୍ୟରେ ସେଥିରେ ଦାନ କରିପାରିବେ। ରଥଯାତ୍ରା ସମୟରେ କୌଣସି ସେବକ ଦାନବାକ୍ସ ରଖି କିମ୍ବା ଥାଳି ଦେଖାଇ ଅର୍ଥ ଆଦାୟ କରିପାରିବେ ନାହିଁ। ଏଥିନେଇ ସେବକ ନିଯୋଗ ଗୁଡିକୁ ଚିଠି ଲେଖାଯାଇଥିବା ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ପ୍ରକାଶ କହିଛନ୍ତି। ସେ କହିଲେ ତିନିରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ବ୍ୟାରିକେଡ୍‍ରେ ହୁଣ୍ଡିବାକ୍ସ ଲଗାଯିବ। ଶ୍ରୀଗୁଣ୍ଡିଚା ମନ୍ଦିରର ବିଭିନ୍ନ ସ୍ଥାନରେ ୫ଟି ବାକ୍ସ ଲଗାଇବାକୁ ସ୍ଥିର କରାଯାଇଛି। ଏହାଛଡା ସୁପ୍ରିମକୋର୍ଟଙ୍କ ନିର୍ଦେଶ ସମ୍ପର୍କରେ ସୂଚନାଫଳକ ଲଗାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଦଇତାପତି ନିଯୋଗକୁ ଦର୍ଶନୀ ଟିକେଟ ବିକ୍ରିପାଇଁ ବାରଣ କରାଯାଇଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ଅନୁଯାୟୀ କୌଣସି ସେବକ ଶ୍ରୀଜୀଉଙ୍କ ଉଦେଶ୍ୟରେ ମନ୍ଦିରରେ ଦାନଦକ୍ଷିଣା ଆଦାୟ କରିପାରିବେ ନାହିଁ। ପ୍ରତିବର୍ଷ ରଥଯାତ୍ରା ସମୟରେ କେତେକ ସେବକ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କଠାରୁ ଦାନଦକ୍ଷିଣା ଆଦାୟ କରିଥାଆନ୍ତି। ଶ୍ରୀମନ୍ଦିର ପ୍ରଶାସନ ଚଳିତବର୍ଷ ସେଥିରେ ରୋକ୍‍ ଲଗାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦେଶ କଡାକଡି ଭାବେ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଶ୍ରୀ ମହାପାତ୍ର ସୋମବାର କହିଛନ୍ତି।

Leave A Reply