www.samajalive.in
Saturday, December 13, 2025
26.1 C
Bhubaneswar

ମହାରାଷ୍ଟ୍ରର ରାୟଗଡରେ ଭୁଶୁଡି ପଡିଲା ପାଞ୍ଚ ମହଲା କୋଠା, ୫୦ ଜଣ ଫସି ରହିଥିବା ଆଶଙ୍କା

ରାୟଗଡ : ସୋମବାର ସନ୍ଧ୍ୟାରେ ମହାରାଷ୍ଟ୍ରର ରାୟଗଡର ମହାଡ ଅଞ୍ଚଳରେ ଏକ ପାଞ୍ଚ ମହଲାର କୋଠା ଭୁଶୁଡି ପଡିଛି। ସେଠାରେ ୫୦ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି। ଏପର୍ଯ୍ୟନ୍ତ ୧୫ ଜଣଙ୍କୁ ଉଦ୍ଧାର କରାଯାଇ ନିରାପଦକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ଏହି କୋଠାଟି ପ୍ରାୟ ୧୦ ବର୍ଷ ପୁରୁଣା ଏବଂ ସେଥିରେ ୫୦ଟି ପରିବାର ବାସ କରୁଥିଲେ। ଘଟଣାସ୍ଥଳରେ ଏନଡିଆରଏଫ ଏବଂ ଅଗ୍ନିଶମ ବାହିନୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।


ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ମୁତାବିକ, ଆଜି ସନ୍ଧ୍ୟା ପ୍ରାୟ ୬ଟା ୫୦ମିନିଟରେ ରାୟଗଡ ଜିଲ୍ଲାର ମହାଡ ତହସିଲର କାଜଲପୁରା ଅଞ୍ଚଳରେ ଏକ ପାଞ୍ଚ ମହଲା ବିଶିଷ୍ଟ କୋଠା ଭୁଶୁଡି ପଡିଥିଲା। ଏନଡିଆରଏଫ କହିଛି ଯେ, ୫୦ ଜଣ ଲୋକ ଫସି ରହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories