www.samajalive.in
Saturday, December 6, 2025
26.1 C
Bhubaneswar

ପରିବା ଦର ଆକାଶ ଛୁଆଁ, ଦଲାଲଙ୍କ ନିୟନ୍ତ୍ରଣରେ ପରିବା ବଜାର

ବୌଦ୍ଧ : ବୌଦ୍ଧ ଭଳି କୃଷିଭିତ୍ତିକ ଜିଲ୍ଲାରେ ୯୦ ପ୍ରତିଶତ ଅଧିବାସୀ ଜୀବନ ଜିବିକା ପାଇଁ କୃଷି ଓ ଦିନମଜୁରୀ ଉପରେ ନିର୍ଭର କରିଥାନ୍ତି। କରୋନା ମହାମାରୀ ସମୟରେ ପରିବାର ପ୍ରତିପୋଷଣ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏଭଳି ପରିସ୍ଥିତିରେ ବଞ୍ଚିବା ପାଇଁ ଲୋକମାନେ ସଂଘର୍ଷ କରୁଥିବାବେଳେ ମୁନାଫାଖୋର ବ୍ୟବସାୟୀ ଓ ଦଲାଲମାନେ ଏହାର ସୁବିଧା ନେବା ସହିତ ସାଧାରଣ ଖାଉଟିମାନଙ୍କୁ ଲୁଟିବାରେ ବ୍ୟସ୍ତ। ସାଧାରଣ ଖାଉଟିମାନଙ୍କ ପାଇଁ ସବୁଠାରୁ ଚିନ୍ତା ବଢାଇ ଦେଇଛି ବୌଦ୍ଧର ପରିବା ବଜାର। ସହରରେ ମାଛ ମାଂସ ଠାରୁ ବଳି ଯାଇଛି ପରିବା ଦର। ସବୁବର୍ଷର ରେକର୍ଡ ଭାଙ୍ଗି ଚଳିତବର୍ଷ ଶାଗ କିଲୋକୁ ୧୦୦ ଟଙ୍କାରେ ବିକ୍ରି ହେଉଥିବାବେଳେ କୋବି ୧୦୦ ଟଙ୍କା, ଆଳୁ ୪୦ ଟଙ୍କା, ଟମାଟ, ବାଇଗଣ, ଭେଣ୍ଡି ୬୦ ଟଙ୍କା ଓ ଲଙ୍କା ମରିଚ ୨୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ଜଣାଯାଇଛି। ଗ୍ରାମର ଅନେକ ଚାଷୀ ପରିବାର ଧାନଚାଷ ପାଇଁ କୃଷି କ୍ଷେତ୍ରରେ ବ୍ୟସ୍ତଥିବା ବେଳେ ସ୍ୱଳ୍ପ ସଂଖ୍ୟକ ପରିବା ଚାଷୀ ବଜାରକୁ ଆସୁଛନ୍ତି। ସେମାନଙ୍କ ଠାରୁ ଦଲାଲମାନେ ସ୍ୱଳ୍ପ ଦରରେ ପରିବା କିଣି ଖାଉଟିମାନଙ୍କୁ ଚଢା ଦରରେ ବିକ୍ରୟ କରୁଥିବା ଅଭିଯୋଗ ହେଉଅଛି। କିରାନା ସମାଗ୍ରୀ ଉପରେ ବ୍ୟବସାୟୀମାନେ କରୋନା ଟିକସ ଆଦାୟ କରୁଥିବା ଅଭିଯୋଗ ହୋଇଛି। ଗୋଟିଏ ପଟେ ସରକାର ଖାଉଟିମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବାକୁ ପ୍ରତିଶୃତି ଦେଉଥିବାବେଳେ ଏପଟେ ସାଧାରଣ ଓ ମଧ୍ୟବିତ୍ତ ବର୍ଗର ଖାଉଟିମାନଙ୍କ ପାଇଁ ପରିବାର ପ୍ରତପୋଷଣ କଷ୍ଟକର ହୋଇପଡ଼ିଲାଣି। ଅନେକ ପରିବାରର ଭାତ ଥାଳି ଚାରିପଟେ ସଜଡା ଯାଉଥିବା ଡାଲି, ତରକାରୀ ଓ ଶାଗ ଆଦି ଉଭାନ ହୋଇସାରିଥିବାବେଳେ ଶାକାହାରୀ ଭୋଜନ ଉପରେ ନିର୍ଭର କରୁଥିବା ଲୋକମାନଙ୍କ ପାଇଁ ବର୍ତମାନ ବଡ କଷ୍ଟକର ସମୟ ବୋଲି ମତପ୍ରକାଶ ପାଉଅଛି। ଗୋଟିଏ ତରକାରୀରେ ଭାତ ଖାଇବାକୁ ନିମ୍ନ ମଧ୍ୟବିତ୍ତ ପରିବାରମାନେ ନିଜକୁ ଅଭ୍ୟସ୍ତ କରିବାକୁ ବାଧ୍ୟ ହେଉଥିବାବେଳେ ଆମିଷ ଖାଦ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି। ଫଳ ସ୍ୱରୂପ ଏଣେତେଣେ ମାଛ ମାଂସ ବିକ୍ରୟ ନକରିବାକୁ ଜିଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିଲେ ମଧ୍ୟ ଛତୁ ଫୁଟିଲା ଭଳି ମାଛ ମାଂସ ଦୋକାନ ଖୋଲିବାରେ ଲାଗିଛି। ତେଣୁ ପ୍ରଶାସନ ପକ୍ଷରୁ ସାଧାରଣ ଖାଉଟିଙ୍କୁ ଉପଯୁକ୍ତ ମୂଲ୍ୟରେ ପନିପରିବା ଉପଲବ୍ଧ ହେବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବା ସହିତ ଦଲାଲମାନଙ୍କ ନିୟନ୍ତ୍ରଣରୁ ବଜାରକୁ ମୁକ୍ତ କରିବା ପାଇଁ ଖାଉଟିମାନଙ୍କ ମଧ୍ୟରେ ମତପ୍ରକାଶ ପାଇଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories