www.samajalive.in
Monday, December 8, 2025
24.1 C
Bhubaneswar

ବୋମାମାଡ ଅଭିଯୁକ୍ତ ଦୁର୍ଦ୍ଦାନ୍ତ ଯୁବକ ଗିରଫ

ବୋଲଗଡ: ବୋଲଗଡ ଥାନା ପୁଲିସ ତନାଘନା ତଦନ୍ତ ଚଳାଇ ଏହି ଅଞ୍ଚଳର ଦୁର୍ଦାନ୍ତ ଯୁବକ ପ୍ରଦୀପ ଜେନା(୩୨)କୁ ଭୁବନେଶ୍ୱରଠାରେ ଗିରଫ କରିବାରେ ସଫଳ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ବୋଲଗଡ ଥାନା ଖଙ୍ଗୁରିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ହରିପୁର ଶାସନ ଗ୍ରାମର ଦାଶରଥୀ ଜେନାଙ୍କ ପୁଅ ପ୍ରଦୀପ ଜେନା ପୂର୍ବରୁ ଚୋରୀ, ଡକାୟତି, ବୋମା ମାଡ କରି ଅନେକ ଥାନାରେ ମାମଲା ରହିଛି।

ଗତ ହୋଲି ସମୟରେ ପ୍ରଦୀପଙ୍କ ଦୁଇ ଭଉଣୀଙ୍କୁ ନିଜ ଗ୍ରାମର କେତେକ ଯୁବକ କମେଣ୍ଟ ମାରିବାଫଳରେ ତାଙ୍କ ପରିବାର ସହିତ ପଡୋଶୀ ଦାମୋଦର ସାହୁଙ୍କ କଳହ ଲାଗିଥିଲା। ଏହାକୁ ନେଇ ପ୍ରଦୀପ ଚଳିତ ମାସ ୬ତାରିଖ ଦିନ ତାର ସାଙ୍ଗ ବୋଲଗଡ ଗ୍ରାମର ଦିବ୍ୟ ରାଉତରାୟ ସହିତ ମିଶି ସନ୍ଧ୍ୟା ସାଢେ ୭ଟାରେ ଦାମୋଦର ସାହୁଙ୍କ ଘରକୁ ୩ଟି ବୋମାମାଡ କରିଥିଲେ। ଏଥିରେ ଦାମୋଦର ସାହୁଙ୍କ ଆଜବେଷ୍ଟସ ଓ ଟାଇଲ ଛପର ଘର ଭାଙ୍ଗିଯିବା ସହିତ ଘର କବାଟ ମଧ୍ୟ ନଷ୍ଟ ହୋଇଥିଲା। କିନ୍ତୁ ପରିବାର ଲୋକ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହି ଘଟଣାରେ ଦାମୋଦରଙ୍କ ପକ୍ଷରୁ ବୋଲଗଡ ଥାନାରେ ଲିଖିତ ଅଭିଯୋଗ କରିବାରୁ ଥାନା କେସ ନଂ ୧୨୯/୨୦ରେ ଏକ ମୋକଦ୍ଦମା ରୁଜୁ କରାଯାଇଥିଲା। ବୋଲଗଡ ଥାନା ଅଧିକାରୀ ଶେଖ୍‍ ଆକବର ଅଲ୍ଲୀ, ଏସଆଇ କୁମର ମୁଦୁଲି ସମେତ ସଦଳବଳେ ରବିବାର ବିଳମ୍ବିତ ରାତିରେ ଭୁବନେଶ୍ୱର ପାତ୍ରପଡା ଠାରେ ଆସାମୀ ପ୍ରଦୀପକୁ ଗିରଫ କରିଥିବା ବେଳେ ତାର ସହଯୋଗୀ ଦିବ୍ୟ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ସୋ ମବାର ଦିନ ଆସାମୀକୁ କୋର୍ଟ ଚାଲାଣ କରାଯାଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories