www.samajalive.in
Sunday, December 7, 2025
16.1 C
Bhubaneswar

ସାମାଜିକ ଦୂରତା ରକ୍ଷା ପାଇଁ ଡାକବାଜି ଯନ୍ତ୍ରର ବ୍ୟବହାର କରୁଛନ୍ତି ଡାକ୍ତର

ଗଡ଼ମଧୁପୁର: କବାଟବନ୍ଧ ଅଞ୍ଚଳରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି। ତିନୋଟି ପର୍ଯ୍ୟାୟରେ ଭ୍ରାମ୍ୟମାଣ କରୋନା ପରୀକ୍ଷା କେନ୍ଦ୍ରର ଫଳାଫଳକୁ ଲକ୍ଷ କଲେ ଏହି ଅଞ୍ଚଳରେ ଏବେ କରୋନା ସଙ୍କ୍ରମିତଙ୍କ ସଂଖ୍ୟା ବଢିଥିବା ଜଣାଯାଏ। ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଆସୁଥିବା ରୋଗୀମାନେ ଡାକ୍ତର ପରାମର୍ଶ ପାଇଁ ଏକତ୍ର ହୋଇ ଅପେକ୍ଷା କରିବାରୁ ସଂକ୍ରମଣର ଅଶଙ୍କା ବୃଦ୍ଧି ପାଉଛି। ଏହାକୁ ଆଖି ଆଗରେ ରଖି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ନିହାର ରଞ୍ଜନ କର ସଂକ୍ରମଣକୁ କିପରି ରୋକିପାରିବେ ସେଥିନେଇ ଏକ ଅଭିନବ ଉପାୟ ଅବଲମ୍ବନ କରୁଛନ୍ତି। ରୋଗୀମାନଙ୍କର ଅଉଟଡୋର ଟିକେଟକୁ ନମ୍ବର କରି ରଖିଦେବା ପରେ ସେମାନଙ୍କୁ ଅଲଗା ଅଲଗା ବୁଲିବାକୁ ନିର୍ଦ୍ଦେଶ ଦେଉଛନ୍ତି। ନମ୍ବର ପଡ଼ିଲେ ପାଖରେ ରଖିଥିବା ଏକ ଡାକବାଜି ଯନ୍ତ୍ର ସାହାଯ୍ୟରେ ରୋଗୀଙ୍କ ନାମ ଉଚ୍ଚାରଣ କରି ଡାକୁଛନ୍ତି। ଫଳରେ ସ୍ୱାସ୍ଥ୍ୟ କେନ୍ଦ୍ର ପରିଶର ମଧ୍ୟରେ ରହି ଡାକ୍ତରଙ୍କ ଡାକରାକୁ ଅପେକ୍ଷା କରିଥିବା ରୋଗୀ କିମ୍ବା ସମ୍ପର୍କୀୟ ତୁରନ୍ତ ଯାଇ ଡାକ୍ତରଙ୍କ ପାଖରେ ପହଞ୍ଚିଛି ଯାଉଛନ୍ତି। ଡାକ୍ତରଙ୍କ ଏଭଳି ପ୍ରୟାଶ ପାଇଁ ଆଉ ଡାକ୍ତରଙ୍କ ପ୍ରକୋଷ୍ଟ ସମ୍ମୁଖରେ ପୂର୍ବ ଭଳି ଭିଡ ଦେଖିବାକୁ ମିଳୁନାହିଁ। ଦୀର୍ଘ ସମୟ ସେ ଏହି ଭଳି ଭାବରେ ରୋଗୀ ମାନଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଡାକି ଚିକିତ୍ସା କରିବାରେ ଥକି ପଡୁ ନାହାଁନ୍ତି। ବରଂ ସାମାଜିକ ଦୁରତା ରକ୍ଷା କରିବା ପାଇଁ ଏଭଳବ୍ୟବସ୍ଥା ଆପଣାଇବା ଉଚିତ ବୋଲି କହିଛନ୍ତି। ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା କବାଟବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୈନିକ ୧୫୦ଶହରୁ ୨୦୦ ରୋଗୀମାନଙ୍କର ଭିଡ। ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ୧୧ନଂ ଜୋନର ୯ଟି ପଞ୍ଚାୟତ ସହିତ ୧୨ନଂ ଜୋନରୁ ଅନେକ ଗାଁ ର ରୋଗିମାନେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭରଶୀଳ। କରୋନାର ଭୟାବହତା ମଧ୍ୟରେ ଅନେକ ଡାକ୍ତର ଏବେ କରୋନା ସଂକ୍ରମିତ ହୋଇଥିବାର ଖବର ପ୍ରତ୍ୟେକ ଡାକ୍ତର ମାନଙ୍କୁ ଭୟଭିତ କରିଛି ତେଣୁ ସେ ଏଭଳି ଉପୟ ବାହର କରିବାକୁ ବାଧ୍ୟ ହେଲେ ବୋଲି କହନ୍ତି। ପ୍ରତ୍ୟହ ଡାକ୍ତରଖାନା ଆସି ସନ୍ଧ୍ୟା ପର୍ଯ୍ୟନ୍ତ ରୋଗୀମାନଙ୍କୁ ଚିକିତ୍ସା କରି ସେମାନଙ୍କୁ ଭଲ କରିବାର ଚେଷ୍ଠା ଜାରି ରଖିଛନ୍ତି। ଡାକ୍ତରଖାନା ପରିବେଶକୁ ସଫାସୁତରା ରଖିବା ହେଉ ଅବା କରୋନା ସଚେତନାତା କିମ୍ବା ଡାକବାଜି ଯନ୍ତ୍ରର ବ୍ୟବହାର କରି ରୋଗୀସେବା ଯୋଗାଇବା ଭଳି କାମ କରି ଅଞ୍ଚଳରେ ବେଶ ପ୍ରଶଂସିତ ହୋଇଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories