www.samajalive.in
Saturday, December 6, 2025
17.1 C
Bhubaneswar

ଆଇପିଏଲ୍ ୨୦୨୦‌ : ୟୁଏଇରେ ପହଞ୍ଚିଲେ ସମସ୍ତ ଦଳ

ଦୁବାଇ : ବିସିସିଆଇ ଆନୁକୂଲ୍ୟରେ ଆୟୋଜିତ ଇଣ୍ଡିଆନ୍‍ ପ୍ରିମିୟର ଳିଗ୍‍ (ଆଇପିଏଲ୍‍)ର ଚଳିତ ସଂସ୍କରଣରେ ଖେଳିବାକୁ ଦିଲ୍ଲୀ କ୍ୟାପିଟାଲ୍‍ସ ଓ ସନ୍‍ରାଇଜର୍ସ ହାଇଦରାବାଦ୍‍ ଦଳ ରବିବାର ୟୁଏଇରେ ପହଞ୍ଚିଛନ୍ତି। କରୋନା ଭୂତାଣୁ ସଂକ୍ରମଣଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତଥର ଆଇପିଏଲ୍‍ ୟୁଏଇରେ ଖେଳାଯିବାକୁ ନିଷ୍ପତ୍ତି ହୋଇଛି। ରବିବାର ପ୍ରଥମେ ସନ୍‍ରାଇଜର୍ସ ଦଳ ୟୁଏଇରେ ପହଞ୍ଚିଥିବା ବେଳେ ପରବର୍ତ୍ତୀ ସମୟରେ ଦିଲ୍ଲୀ କ୍ୟାପିଟାଲ୍‍ ଦଳ ପହଞ୍ଚିଥିଲା। ଏହି ଦୁଇ ଦଳକୁ ମିଶାଇ ଆଇପିଏଲ୍‌ରେ ଭାଗ ନେଉଥିବା ସମସ୍ତ ଦଳ ଇତିମଧ୍ୟରେ ୟୁଏଇରେ ପହଞ୍ଚି ସାରିଛନ୍ତି।

ୟୁଏଇରେ ପହଞ୍ଚିବା ପରେ ଦିଲ୍ଲୀ କ୍ୟାପିଟାଲ୍‍ସ ଓ ସନ୍‍ରାଇଜର୍ସ ହାଇଦରାବାଦ୍‍ ଦଳର କ୍ରିକେଟର୍‍ ଓ ସପୋର୍ଟ ଷ୍ଟାଫ୍‍ମାନେ ୬ଦିନିକିଆ ସଙ୍ଗରୋଧରେ ରହିବେ। ସଙ୍ଗରୋଧ ସମୟର ପ୍ରଥମ, ତୃତୀୟ ଓ ଷଷ୍ଠ ଦିନରେ ସେମାନଙ୍କ କୋଭିଡ୍‍ ପରୀକ୍ଷା କରାଯିବ। ୩ଟି ଯାକ ପରୀକ୍ଷାରେ ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍‍ ଆସିବ ସେମାନଙ୍କୁ ଆଇପିଏଲ୍‍ର ଜୈବ ନିରାପତ୍ତା ପରିଧି ମଧ୍ୟରେ ପ୍ରବେଶ କରିବାର ସୁଯୋଗ ମିଳିବ। ଆଇପିଏଲ୍‍ ଆୟୋଜିତ ହେବାକୁ ଯାଉଥିବାରୁ ସେ ବେଶ୍‍ ଖୁସି ଅଛନ୍ତି। ଦଳର ସବୁ କ୍ରିକେଟର୍‍ ଓ ସପୋର୍ଟ ଷ୍ଟାଫ୍‍ଙ୍କୁ ଏକତ୍ର ଦେଖି ସେ ଆତ୍ମହରା ହୋଇପଡ଼ିଥିବା ଦିଲ୍ଲୀ କ୍ୟାପିଟାଲ୍‍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଧୀରଜ ମାଲୋହୋତ୍ରା କହିଛନ୍ତି।
ସେହିପରି ବିଭିନ୍ନ ଦଳର କ୍ରିକେଟର୍‍ମାନେ ଆଇପିଏଲ୍‍ରେ ଖେଳିବାକୁ ଯାଉଥିବାରୁ ଟ୍ୱିଟ୍‍ କରି ନିଜର ଖୁସିବ୍ୟକ୍ତ କରିଛନ୍ତି। ସୂଚନାଥାଉକି ଆଇପିଏଲ୍‍ ଚାଲିଥିବା ବେଳେ ପ୍ରତି ୫ ଦିନରେ କ୍ରିକେଟର୍‍ ଓ ସପୋର୍ଟ ଷ୍ଟାଫ୍‍ଙ୍କ କୋଭିଡ୍‍ ପରୀକ୍ଷା କରାଯିବ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories