www.samajalive.in
Saturday, December 6, 2025
26.1 C
Bhubaneswar

ଏଲ୍‌ଇଡି ମ୍ୟାନ୍‌‌ହୋଲ୍ କଭର୍

ଜ୍ଞାନକୌଶଳରେ ଅଗ୍ରଗତି କରୁଥିବା ଜାପାନ ରାଷ୍ଟ୍ର ବିଷୟରେ କିଏ ବା ନଜାଣେ ? ବୌଦ୍ଧ ଧର୍ମାବଲମ୍ବୀ ଜାପାନୀ ଲୋକ ଶାନ୍ତ ଭାବେ ପ୍ରତ୍ୟେକ କାମ କରିବାକୁ ଚେଷ୍ଟା କରିଥାନ୍ତି। ସମଗ୍ର ବିଶ୍ବ ସହ ଉତ୍ତମ ବନ୍ଧୁତ୍ବ ରଖିଥିବା ଏଇ ରାଷ୍ଟ୍ର ନିକଟରେ ନେଇଥିବା ଅନ୍ୟତମ ପଦକ୍ଷେପ ପାଇଁ ଚର୍ଚ୍ଚାରେ ଅଛି। ଜାପାନର ଉତ୍ତର ଦିଗରେ ଥିବା ଟୋକୋଜାୱା ସହରରେ ଗତ କିଛିଦିନ ହେଲା ସ୍ବେରେଜ୍ କାମ ଜୋର୍‌ସୋର୍‌ରେ ଚାଲିଛି। ତେବେ ଆକର୍ଷଣ କେନ୍ଦ୍ରବିନ୍ଦୁ ହୋଇଛି ସହରରେ ଥିବା ମ୍ୟାନହୋଲ୍‌ର କଭର୍‌ଗୁଡ଼ିକ। ମ୍ୟାନହୋଲ୍‌ପାଇଁ ଅନେକ ସମୟରେ ଯାନବାହନ ଦୁର୍ଘଟଣା ହେଉଥିବାରୁ ଦାୟିତ୍ବରେ ଥିବା ଇଂଜିନିୟରମାନେ ଯଥାଶୀଘ୍ର ଏହାର ବନ୍ଦୋବସ୍ତ କରିବାକୁ ଚାହିଁଲେ। ପ୍ରଥମଥର ବିଶ୍ବସ୍ତରରେ ଏଲଇଡି ମ୍ୟାନହୋଲ୍ କଭର୍ ଜାପାନ ଇଂଜିନିୟରଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଛି। ଜାପାନରେ ପୂର୍ବରୁ ମଧ୍ୟ ଚିତ୍ରିତ ମ୍ୟାନହୋଲ୍ କଭର୍ ବ୍ୟବହୃତ ହୋଇଛି, କିନ୍ତୁ ପ୍ରଥମଥର ଏଲଇଡି ସ୍ବୟଂଚାଳିତ କଭର୍ ତିଆରି ହୋଇଛି। ଆନିମେସନ୍ ଚରିତ୍ରରେ ଚିତ୍ରିତ ଏହି କଭର୍ ସୂର୍ଯ୍ୟରଶ୍ମିରେ ଚାର୍ଜିଂ ହୋଇଥାଏ। ଅନ୍ୟପକ୍ଷରେ ସନ୍ଧ୍ୟା ୫ଟାରୁ ସ୍ବୟଂଚାଳିତ ଭାବେ ଆଲୋକିତ ହୋଇ ରାତି ୨ଟା ପର୍ଯ୍ୟନ୍ତ ସେହିପରି ରହେ। ଏ ପର୍ଯ୍ୟନ୍ତ ମୋଟ ୨୭ଟି ମ୍ୟାନ୍‌‌ହୋଲ୍ କଭର୍‌ ତିଆରି ହୋଇଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories