www.samajalive.in
Saturday, December 6, 2025
15.1 C
Bhubaneswar

ଆଇସିସି ହଲ୍‌ ଅଫ ଫ୍ରେମରେ କାଲିସ୍‌, ଜାହିର ଆବାସ ଓ ଲିସା

ଦୁବାଇ  : କିମ୍ବଦନ୍ତୀ ଦକ୍ଷିଣଆଫ୍ରିକାର ପୂର୍ବତନ ଅଲ୍‌ରାଉଣ୍ଡର ଜ୍ୟାକ୍‌ କାଲିସ୍‌, ପାକିସ୍ତାନର ପୂର୍ବତନ ବ୍ୟାଟ୍ସମ୍ୟାନ ଜାହିର ଆବାସ୍‌ ଓ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟିକା ଲିସା ଶିଥଲକର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ହଲ୍‌ ଅଫ ଫ୍ରେମ୍‌ରେ ସ୍ଥାନ ପାଇଛନ୍ତି। ଆଇସିସି ପକ୍ଷରୁ ରବିବାର ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଇସିସି ହଲ୍‌ ଅଫ ଫ୍ରେମ୍‌ରେ କାଲିସ୍‌, ଆବାସ ଓ ଲିସାଙ୍କୁ ସ୍ଥାନ ଦିଆଯାଇଥିଲା।

୨୦୦୯ରେ ଆଇସିସି ଏଲିଟ୍‌ କ୍ଳବରେ ସ୍ଥାନ ପାଇଥିବା ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ପୁଣେରେ ଜନ୍ମିତ ପୂର୍ବତନ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଅଧିନାୟିକା ଲିସା ଶିଥଲକରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏସିଆର ବ୍ୟାଡ଼ମ୍ୟାନ ଭାବେ ପରିଚିତ ଜାହିର ଆବାସ ୭୮ଟି ଟେଷ୍ଟ ମ୍ୟାଚ ଖେଳି ୫୦୬୨ ଓ ୬୨ଟି ଏକଦିବସୀୟ ମ୍ୟାଚ ଖେଳି ୨୫୭୨ରନ କରିଛନ୍ତି। ଉଭୟ ଟେଷ୍ଟ ଓ ଏକଦିବସୀୟ ଫର୍ମାଟରେ ଆଭରେଜ୍‌ ୪୦ ପ୍ରତିଶତ ରହିଛି। ସେହିପରି ମହାରାଷ୍ଟ୍ରର ପୁଣେରେ ଜନ୍ମିତ ଲିସା ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ନେତୃତ୍ବ ନେବାରେ ସକ୍ଷମ ହୋଇଥିଲେ। ସେ ୮ଟି ଟେଷ୍ଟ, ୧୨୫ଟି ଏକଦିବସୀୟ ଓ ୫୪ଟି ଟ୍ବେଣ୍ଟି୨୦ ମ୍ୟାଚ ଖେଳିଛନ୍ତି। ଦକ୍ଷିଣ ଆଫ୍ରିକାର ମହାନ୍‌ ଅଲ୍‌ରାଉଣ୍ଡର ଜ୍ୟାକ୍‌ କାଲିସ ୧୯୯୫ରୁ ୨୦୧୪ ପର୍ୟ୍ୟନ୍ତ ଦୀର୍ଘ ୧୯ ବର୍ଷ ଦକ୍ଷିଣଆଫ୍ରିକା ପାଇଁ ଖେଳିବା​‌େ​‌ର ସକ୍ଷମ ହୋଇଛନ୍ତି। ସେ ୧୬୬ଟି ଟେଷ୍ଟ ମ୍ୟାଚ ଖେଳି ୧୩୨୮୯ରନ ଓ ୨୯୨ଟି ୱିକେଟ, ୩୨୮ଟି ଏକଦିବସୀୟ ମ୍ୟାଚରୁ ୧୧୫୭୯ରନ ଓ ୨୭୩ଟି ୱିକେଟ ହାସଲ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories