www.samajalive.in
Saturday, December 6, 2025
23.1 C
Bhubaneswar

କୋହଲି ନେତୃତ୍ୱାଧୀନ ଭାରତୀୟ ଟେଷ୍ଟ ଦଳ ସର୍ବକାଳୀନ ଶ୍ରେଷ୍ଠ: ଗାଭାସ୍କର

ନୂଆଦିଲ୍ଲୀ : ବିରାଟ କୋହଲିଙ୍କ ନେତୃତ୍ୱାଧୀନ ବର୍ତ୍ତମାନର ଭାରତୀୟ ଟେଷ୍ଟ ଦଳ ଭାରତୀୟ କ୍ରିକେଟ୍‍ ଇତିହାସରେ ସର୍ବକାଳୀନ ଶ୍ରେଷ୍ଠ ଦଳ ବୋଲି କହିଛନ୍ତି କିମ୍ବଦନ୍ତୀ ଭାରତୀୟ ଓପ୍‍ନିଂ ବ୍ୟାଟ୍‍ସମ୍ୟାନ୍‍ ସୁନୀଲ ଗାଭାସ୍କର। ବର୍ତ୍ତମାନ ଭାରତୀୟ ଦଳର ମାରାତ୍ମକ ବୋଲିଂ ଆକ୍ରମଣ ଯୋଗୁଁ ପୂର୍ବରୁ ଥିବା ଭାରତୀୟ ଟେଷ୍ଟ ଦଳ ଅପେକ୍ଷା ବର୍ତ୍ତମାନର ଦଳ ସର୍ବାଧିକ ଶକ୍ତିଶାଳୀ ବୋଲି ଗାଭାସ୍କର ମତ ଦେଇଛନ୍ତି। ବୋଲିଂ ଆକ୍ରମଣ ଯୋଗୁଁ ବର୍ତ୍ତମାନର ଦଳରେ ଅଧିକ ସନ୍ତୁଳନ ରହିଛି ବୋଲି ଗାଭାସ୍କର ମନେକରନ୍ତି। ସୂଚନାଯୋଗ୍ୟ; ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଟେଷ୍ଟ ଦଳ ଆଇସିସି ମାନ୍ୟତାରେ ବିଶ୍ୱର ୧ନଂ ଦଳର ମାନ୍ୟତା ହାସଲ କରିଥିଲା। ପୁଣି ୨୦୧୮-୧୯ରେ ଅଷ୍ଟ୍ରେଲିଆ ମାଟିରେ ପ୍ରଥମଥର ଟେଷ୍ଟ ସିରିଜ୍‍ ଜିତିବାର କୃତିତ୍ୱ ହାସଲ କରିଥିଲା ବିରାଟ କୋହଲି ନେତୃତ୍ୱାଧୀନ ଭାରତୀୟ ଦଳ। ପୁଣି ଆଇସିସି ଟେଷ୍ଟ ଚମ୍ପିଆନ୍‍ସିପ୍‍ ଟେବୁଲ୍‍ରେ ସର୍ବାଧିକ ୩୬୦ ପଏଣ୍ଟ ସହ ଭାରତ ଏବେ ଶୀର୍ଷସ୍ଥାନରେ ରହିଛି।

ଏକ ସମ୍ମିଳନୀରେ ସୁନୀଲ ଗାଭାସ୍କର କହିଛନ୍ତି, ଦଳୀୟ ସନ୍ତୁଳନ, ସାମର୍ଥ୍ୟ, ଦକ୍ଷତା ଓ ମାନସିକତାକୁ ଦେଖିଲେ ବର୍ତ୍ତମାନ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ ଭାରତୀୟ କ୍ରିକେଟ୍‍ ଇତିହାସରେ ସର୍ବଶ୍ରେଷ୍ଠ ଟେଷ୍ଟ ଦଳ ବୋଲି ମୋର ବିଶ୍ୱାସ। ଏହାଠାରୁ ଭଲ ଟେଷ୍ଟ ଦଳ କେବେ ବି ଭାରତରେ ଥିଲା ବୋଲି ମୁଁ ଭାବିପାରୁନି। ଏହି ଦଳରେ ବୋଲିଂ ବିଭାଗରେ ବହୁତ ବିବିଧତା ରହିଛି। ଏପରି ବୋଲିଂ ଆକ୍ରମଣ ବଳରେ ଭାରତ ଯେକୌଣସି ଦେଶରେ ଏବଂ ଯେକୌଣସି ପିଚ୍‍ରେ ମ୍ୟାଚ୍‍ ଜିତିପାରିବ। ଏହି ବୋଲିଂ ଆକ୍ରମଣକୁ ବାତାବରଣର ସହାୟତା ଆବଶ୍ୟକ ନାହିଁ। ବର୍ତ୍ତମାନ ଦଳର ବ୍ୟାଟିଂକୁ ଦେଖିଲେ ୮୦ ଦଶକରେ ଥିବା ଭାରତୀୟ ଟେଷ୍ଟ ଦଳର ବ୍ୟାଟିଂ ଦକ୍ଷତା ପ୍ରାୟ ସମାନ ଥିଲା।

- Advertisement -

ତେବେ ବିରାଟଙ୍କ ପାଖରେ ଯେପରି ବୋଲର ଅଛନ୍ତି; ସେପରି ବୋଲର ଭାରତୀୟ ଦଳରେ ପୂର୍ବରୁ କେବେ ବି ନଥିଲେ। ବର୍ତ୍ତମାନ ଭାରତୀୟ ଦଳର ବୋଲିଂ ଆକ୍ରମଣ ନିଶ୍ଚିତ ଭାବେ ବିଶ୍ୱସ୍ତରୀୟ। ମ୍ୟାଚ୍‍ ଜିତିବା ପାଇଁ ଏପରି ବିବିଧତା ଭରା ବୋଲିଂ ଆକ୍ରମଣ ବେଶ୍‍ ଜରୁରୀ। କାରଣ କ୍ରିକେଟ୍‍ରେ କୁହାଯାଏ- ଯଦି ତୁମେ ୨୦ଟି ୱିକେଟ ନେଇ ନପାରିବ; ତୁମେ ଟେଷ୍ଟମ୍ୟାଚ୍‍ ଜିତିପାରିବ ନାହିଁ। ଅଷ୍ଟ୍ରେଲିଆର ୨୦ଟି ୱିକେଟ ନେବାର ଦକ୍ଷତା ଭାରତୀୟ ବୋଲିଂ ଲାଇନ୍‍ର ଅଛି। ବର୍ତ୍ତମାନ ଭାରତୀୟ ଟେଷ୍ଟ ଦଳର ବ୍ୟାଟିଂ ବିଷୟରେ ଗାଭାସ୍କର କହିଛନ୍ତି ଯେ ବର୍ତ୍ତମାନ ଆଇସିସି ଟେଷ୍ଟ ମାନ୍ୟତାରେ ୧ନଂ ଦଳ ଥିବା ଅଷ୍ଟ୍ରେଲିଆଠାରୁ ଭାରତୀୟ ବ୍ୟାଟ୍‍ସମ୍ୟାନ୍‍ ଅଧିକ ରନ୍‍ ସ୍କୋର୍‍ କରିପାରିବେ। ବୋଲର ୨୦ଟି ୱିକେଟ ନେଲେ ହେଁ ବ୍ୟାଟ୍‍ସମ୍ୟାନ୍‍ ଯଦି ରନ୍‍ ସ୍କୋର୍‍ ନ କରିବେ; ଟେଷ୍ଟମ୍ୟାଚ୍‍ ଜିତିବା କଷ୍ଟକର। ୨୦୧୭ରେ ଦକ୍ଷିଣ ଆଫ୍ରିକା ଓ ୨୦୧୮ରେ ଇଂଲଣ୍ଡ ଗସ୍ତରେ ବୋଲର ନିୟମିତ ୨୦ ୱିକେଟ ନେଇଥିଲେ ହେଁ ବ୍ୟାଟ୍‍ସମାନ୍‍ ରନ୍‍ ସ୍କୋର୍‍ ନ କରିବାରୁ ଦଳ ପରାସ୍ତ ହୋଇଥିଲା। ଡିସେମ୍ବରରେ ଅଷ୍ଟ୍ରେଲିଆ ଗସ୍ତରେ ଏହି ଦୁର୍ବଳତା ଏଥର ଦେଖିବାକୁ ମିଳିବ ନାହିଁ ବୋଲି ଗାଭାସ୍କର ଆଶା ରଖିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories