ତାଜମହଲରେ ନମାଜ ପାଠ ପାଇଁ ଅନୁମତି ଦେଲେନି ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ତାଜମହଲ ପରିସରରେ ଥିବା ମସଜିଦ୍‍ରେ ନମାଜ ପାଠ ପାଇଁ ଅନୁମତି ଦେବାକୁ ମନା କରିଦେଇଛନ୍ତି। ସୋମବାର ଜଷ୍ଟିସ୍‍ ଏ.କେ ସିକ୍ରି ଏବଂ ଜଷ୍ଟିସ୍‍ ଅଶୋକ ଭୂଷଣଙ୍କ ଖଣ୍ଡପୀଠ କହିଥିଲେ ଯେ ତାଜମହଲ ବିଶ୍ୱର ସପ୍ତମ ବିସ୍ମୟର ମାନ୍ୟତା ପାଇଛି। ତେଣୁ ତାଜମହଲ ପରିସରରେ ଥିବା ମସଜିଦ୍‍ରେ ନମାଜ ପାଠ ହୋଇପାରିବ ନାହିଁ। ଏହାକୁ ଛାଡ଼ି ଅନ୍ୟ ମସଜିଦ୍‍ରେ ଲୋକେ ନମାଜ ପାଠ କରିପାରିବେ। ଏହା ଏକ ଐତିହତ୍ୟ ହୋଇଥିବାରୁ ଏଥିପ୍ରତି ଲୋକେ ଧ୍ୟାନ ଦେବା ଆବଶ୍ୟକ। ପ୍ରକାଶ ଯେ ୨୦୧୮ ଜାନୁଆରୀ ୨୪ରେ ଆଗ୍ରା ଅତିରିକ୍ତ ଜିଲା ମହାଜିଷ୍ଟ୍ରେଟ୍‍ (ଏଡିଏମ୍‍) ଏକ ନିର୍ଦେଶ ଦେଇଥିଲେ ଯେ ଯେଉଁ ଲୋକ ଆଗ୍ରାର ନିବାସୀ ନୁହନ୍ତି ସେମାନଙ୍କୁ ସୁରକ୍ଷା କାରଣରୁ ଶୁକ୍ରବାର ତାଜମହଲ ପରିସରରେ ଥିବା ମସଜିଦ୍‍ରେ ନମାଜ ପାଠ ପାଇଁ ଅନୁମତି ଦିଆଯିବ ନାହିଁ। ଏହି ନିଷ୍ପତ୍ତି ବିରୋଧରେ ତାଜମହଲ ମସଜିଦ୍‍ ପ୍ରତିବନ୍ଧକ ସମିତି ଅଧ୍ୟକ୍ଷ ଇବ୍ରାହିମ୍‍ ହୁସେନ ଜୈଦୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ ନିଜ ଆବେଦନରେ ଦର୍ଶାଇଥିଲେ ଯେ ଆଗ୍ରାକୁ ବର୍ଷ ସାରା ବହୁ ପର୍ଯ୍ୟଟକ ଆସୁଛନ୍ତି; ତେଣୁ ତାଜମହଲ ପରିସରରେ ଥିବା ମସଜିଦ୍‍ରେ ନମାଜ ପାଠ ଉପରେ ପ୍ରତିବନ୍ଧକ ଲଗାଯିବା ବେଆଇନ ଅଟେ।

Leave A Reply