www.samajalive.in
Friday, December 12, 2025
14.1 C
Bhubaneswar

ତାଜମହଲରେ ନମାଜ ପାଠ ପାଇଁ ଅନୁମତି ଦେଲେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ତାଜମହଲ ପରିସରରେ ଥିବା ମସଜିଦ୍‍ରେ ନମାଜ ପାଠ ପାଇଁ ଅନୁମତି ଦେବାକୁ ମନା କରିଦେଇଛନ୍ତି। ସୋମବାର ଜଷ୍ଟିସ୍‍ ଏ.କେ ସିକ୍ରି ଏବଂ ଜଷ୍ଟିସ୍‍ ଅଶୋକ ଭୂଷଣଙ୍କ ଖଣ୍ଡପୀଠ କହିଥିଲେ ଯେ ତାଜମହଲ ବିଶ୍ୱର ସପ୍ତମ ବିସ୍ମୟର ମାନ୍ୟତା ପାଇଛି। ତେଣୁ ତାଜମହଲ ପରିସରରେ ଥିବା ମସଜିଦ୍‍ରେ ନମାଜ ପାଠ ହୋଇପାରିବ ନାହିଁ। ଏହାକୁ ଛାଡ଼ି ଅନ୍ୟ ମସଜିଦ୍‍ରେ ଲୋକେ ନମାଜ ପାଠ କରିପାରିବେ। ଏହା ଏକ ଐତିହତ୍ୟ ହୋଇଥିବାରୁ ଏଥିପ୍ରତି ଲୋକେ ଧ୍ୟାନ ଦେବା ଆବଶ୍ୟକ। ପ୍ରକାଶ ଯେ ୨୦୧୮ ଜାନୁଆରୀ ୨୪ରେ ଆଗ୍ରା ଅତିରିକ୍ତ ଜିଲା ମହାଜିଷ୍ଟ୍ରେଟ୍‍ (ଏଡିଏମ୍‍) ଏକ ନିର୍ଦେଶ ଦେଇଥିଲେ ଯେ ଯେଉଁ ଲୋକ ଆଗ୍ରାର ନିବାସୀ ନୁହନ୍ତି ସେମାନଙ୍କୁ ସୁରକ୍ଷା କାରଣରୁ ଶୁକ୍ରବାର ତାଜମହଲ ପରିସରରେ ଥିବା ମସଜିଦ୍‍ରେ ନମାଜ ପାଠ ପାଇଁ ଅନୁମତି ଦିଆଯିବ ନାହିଁ। ଏହି ନିଷ୍ପତ୍ତି ବିରୋଧରେ ତାଜମହଲ ମସଜିଦ୍‍ ପ୍ରତିବନ୍ଧକ ସମିତି ଅଧ୍ୟକ୍ଷ ଇବ୍ରାହିମ୍‍ ହୁସେନ ଜୈଦୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ ନିଜ ଆବେଦନରେ ଦର୍ଶାଇଥିଲେ ଯେ ଆଗ୍ରାକୁ ବର୍ଷ ସାରା ବହୁ ପର୍ଯ୍ୟଟକ ଆସୁଛନ୍ତି; ତେଣୁ ତାଜମହଲ ପରିସରରେ ଥିବା ମସଜିଦ୍‍ରେ ନମାଜ ପାଠ ଉପରେ ପ୍ରତିବନ୍ଧକ ଲଗାଯିବା ବେଆଇନ ଅଟେ।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories