www.samajalive.in
Saturday, December 13, 2025
23.1 C
Bhubaneswar

ରାସ୍ତା ସାଜିଛି ବୋଝ, ୧୦ଟି ଗ୍ରାମକୁ ଯାତାୟତ ଠପ୍‍

ଫୁଲବାଣୀ : କନ୍ଧମାଳ ଜିଲା କୋଟଗଡ଼ ବ୍ଳକ ଅନ୍ତର୍ଗତ ଶ୍ରୀରାମପୁର ପଂଚାୟତ ମାଓ ପ୍ରବଣ ଅଞ୍ଚଳଭାବେ ବେଶ୍‍ ପରିଚିତ। ଉକ୍ତ ପଂଚାୟତ ଅନ୍ତର୍ଗତ ଅନେକ ଗ୍ରାମକୁ ଆଜି ପର୍ଯ୍ୟନ୍ତ ସବୁଦିନିଆ ରାସ୍ତାଖଣ୍ଡେ ନଥିବା ଯୋଗୁଁ ଅଞ୍ଚଳବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପଂଚାୟତର କଳାମଣିକ ସାହି , ନୂଆସାହି , ଆଦିବାସୀ ସାହି , ଓଡ଼ିଆ ସାହି , କଲୋନି ସାହି , ଦାମପଡ଼ା , ହାଯପଦା ଆଦି ଗ୍ରାମ ଗୁଡ଼ିକ ଯାତାୟତ ପାଇଁ ଲୋକେ ଚିନ୍ତାରେ ପଡ଼ିଛନ୍ତି। ଗତ ୨୦ ବର୍ଷ ତଳେ ଯେଉଁ ରାସ୍ତା ନିର୍ମାଣ ହୋଇଥିଲା ତାହା ବର୍ତ୍ତମାନ ସଂପୂର୍ଣ୍ଣଭାବେ ନଷ୍ଟ ହୋଇଯାଇଥିବ ଯୋଗ୍ୟୁ ସାମାନ୍ୟ ବର୍ଷା ହେଲା ଯାତାୟତ ଏକ ପ୍ରକାର ଠପ୍‌ ହୋଇ ପଡ଼ୁଚି। ରାସ୍ତାର ବିଭିନ୍ନ ସ୍ଥାରେ ଗଭର ଗାତ ସୃଷ୍ଟି ହୋଇଚି। ରାସ୍ତାରେ ଡ଼୍ରେନ୍‍ ର କୌଣସି ସୁବିଧା ନଥିବା ଯୋଗୁଁ ରାସ୍ତାର ଆରମ୍ଭର ଶେଷ ପର୍ଯ୍ୟନ୍ତ ପାଣି ଭର୍ତ୍ତି ହୋଇ ରହିଛି। ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଥିବା ଯୋଗୁଁ ଅନେକ ଅଞ୍ଚଳବାସୀ ବିଲହୁଡ଼ା ରାସ୍ତାକୁ ନିର୍ଭର କରିଥାନ୍ତି। ବର୍ଷାହେଲେ ଘରେ ଘରେ ମଧ୍ୟ ପାଣିପଶିଯାଇଥାଏ। ବର୍ଷା ଦିନରେ ଏହି ସବୁ ଅଞ୍ଚଳବାସୀ ପାଂଚୟତକୁ ପିଡ଼ିଏସ୍‍ ଚାଉଳ ମଧ୍ୟ ଆଣିବା କଷ୍ଟକର ହୋଇ ପଡୁଛି। ଏପରିକି ଜରୁରି ସମୟରେ ରାସ୍ତାର ଅବସ୍ଥା ଶୋଚନିୟ ଯୋଗୁଁ ୧୦୨ କିମ୍ବା ୧୦୮ ଆମ୍ବୁଲାନ୍ସ ଆସିବା ମଧ୍ୟ କଷ୍ଟକର ହୋଇ ପଡୁଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଉକ୍ତ ରାସ୍ତା ଉପରେ ପ୍ରାୟ ୧୦ଟି ଗ୍ରାମର ଅଧିବାସୀ ମାନେ ନିର୍ଭର କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି। ବର୍ଷା ହୋଇଗଲେ ଏହି ଅଞ୍ଚଳବାସୀଙ୍କର ଚିନ୍ତା ବଢିଯାଇଥାଏ। ତେବେ ରାସ୍ତାର ଅବସ୍ଥା ସଂପର୍କରେ ଅଞ୍ଚଳବାସୀ ସ୍ଥାନୀୟ ସରପଂଚକୁ ବାରମ୍ବାର ଲିଖିତ ଭାବେ ଦାବି ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର କାର୍ଯ୍ୟଗ୍ରହଣ କରାଯାଉନାହିଁ ବୋଲି ଗ୍ରାମର ଶୁବଳ ନାୟକ , ବିସମ୍ବର ନାୟକ , ତାବିକା ସୁନାମାଝୀ ଓ ଅନ୍ୟମାନେ ଅଭିଯୋଗ କରିଛନ୍ତି। ବାରମ୍ବାର ଦାବିପରେ ନ୍ୟାୟ ପାଇନଥିବା ଗ୍ରାମବାସୀ ବାଧ୍ୟ ହୋଇ ରାଜ ରାସ୍ତାକୁ ଓଲ୍ଲାଇବେ ବୋଲି ମଧ୍ୟ ଗ୍ରାମର ମିନାଫୁଲ ମଳିକ , ଲଲ ପାଟମାଝୀ , ବହଲ ଗୁଣ୍ଡାମାଝୀ , ଲକିମ୍‍ ବଳିଆରସିଂ , ସିଙ୍ଗୁଟା ମାଝୀ ଓ ବାବୁଲା ପାଲଟାସିଂ ଓ ଅନ୍ୟମାନେ ଚେତାବନି ଦେଇଛନ୍ତି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories