www.samajalive.in
Wednesday, December 10, 2025
14.1 C
Bhubaneswar

ରାଜ୍ୟସରକାର ସାଜିଛନ୍ତି ପ୍ରପଟି ଡିଲର: ସମ୍ବିତ ପାତ୍ର

 ତୁଙ୍ଗ ନେତା ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ଖୁସ୍‍ କରିବା ପାଇଁ ମସୁଧା ଚଲାଇଛନ୍ତି ରାଜ୍ୟସରକାର
 ରାଜ୍ୟସରକାର ତୁରନ୍ତ ବଗଲା ଧର୍ମଶାଳାରେ ହେଉଥିବା ପ୍ଲଟିଂ କାର୍ଯ୍ୟକୁ ବନ୍ଦ କରନ୍ତୁ
 କେନ୍ଦ୍ରସରକାରଙ୍କ ପ୍ରସାଦ ଯୋଜନା ଅନୁଯାୟୀ ତୀର୍ଥଯାତ୍ରୀଙ୍କ ରହିବା ପାଇଁ ଆରମ୍ଭ ହୋଇଥିବା ଜଗନ୍ନାଥ ତୀର୍ଥନିବାସ ନିର୍ମାଣ କାର୍ଯ୍ୟକୁ ଗତିଶୀଳ କରାନ୍ତୁ ରାଜ୍ୟସରକାର
 ବେଆଇନ ଭାବେ କେଉଁ ଉଦ୍ଦେଶ୍ୟରେ ଏବଂ କାହା ସ୍ୱାର୍ଥରେ ଐତିହାସିକ ବଗଲା ଧର୍ମଶାଳାକୁ ବିକ୍ରି କରିବା ପାଇଁ ଷଡଯନ୍ତ୍ର ଚାଲିଛି?
 ପୁରୀରେ ୩୦୦ ଜଣ ଲୋକଙ୍କୁ ବିସ୍ଥାପିତ କରିବା ପରେ କିଛି ଲୋକଙ୍କୁ ବଗଲା ଧର୍ମଶାଳାରେ ପ୍ଲଟିଂ ଦେବା ଏବଂ ଅନ୍ୟ ଲୋକଙ୍କୁ ବାହାରେ ଜମି ଦେବାର ଉଦ୍ଦେଶ୍ୟ କ’ଣ ?
 ବଗଲା ଧର୍ମଶାଳାକୁ ପୁରୀ ମ୍ୟୁନିସିପାଲିଟି ଠାରୁ ରାତାରାତି ରାଜସ୍ୱ ବିଭାଗକୁ ଅଣାଯାଇ ୨୬ଟି ପ୍ଲଟିଂ କରାଗଲା କିପରି?
 ପ୍ର୍ରସାଦ ଯୋଜନା ଅନୁଯାୟୀ ପୁରୀ ତୀର୍ଥସ୍ଥାନର ବିକାଶ ଏବଂ ତୀର୍ଥଯାତ୍ରୀ ମାନେ ରହିବା ପାଇଁ ବଗଲା ଧର୍ମଶାଳାକୁ ୨୦ କୋଟି ଟଙ୍କା ଅନୁଦାନ ଦିଆଯାଇଛି
 ଜଗନ୍ନାଥ ତୀର୍ଥନିବାସ ପାଇଁ ୩ କୋଟି ଟଙ୍କା ଖର୍ଚ୍ଚ ହେବା ପରେ କାହା ସ୍ୱାର୍ଥରେ ସେଠାରେ କାର୍ଯ୍ୟ ବନ୍ଦ କରାଯାଇ ପ୍ଲଟିଂ କରି ଜମି ବିକ୍ରି କରାଯାଉଛି?
 ଐତିହାସିକ ସ୍ଥଳକୁ ରାତାରାତି ପ୍ରପ୍ରଟି ଡିଲିଙ୍ଗ କରି ବିକ୍ରି କରିବାର ଉଦ୍ଦେଶ୍ୟ କ’ଣ?
 ବହୁ ବିଧାୟକ ଏବଂ ପ୍ରଶାସନିକ ଅଧିକାରୀମାନେ ବଗଲା ଧର୍ମଶାଳା ଆସି ନିଜ ନିଜର ପ୍ଲଟ ଚିହ୍ନଟ କରୁଛନ୍ତି ବୋଲି ପୁରୀ ବାସିନ୍ଦା ଅଭିଯୋଗ କରିଛନ୍ତି
 ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବଗଲା ଧର୍ମଶାଳାକୁ ନେଇ ଜଗନ୍ନାଥ ବସ୍ତିଆ କରିଥିବା ଜନସ୍ୱାର୍ଥ ମାମଲାରେ ରାଜ୍ୟସରକାର କୌଣସି ଉତର ରଖିନାହାଁନ୍ତି କାହିଁକି?
 ପୁରୀ ଏକ ତୀର୍ଥସ୍ଥଳ ହୋଇଥିବାରୁ ୬୦ ହଜାର ଭକ୍ତ ରହିବା ପାଇଁ ବ୍ୟବସ୍ଥା କରିବାକୁ ମାନ୍ୟବର ସୁପ୍ରିମକୋର୍ଟ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେବା ପରେ ବି କାହିଁକି ଏନେଇ ବ୍ୟବସ୍ଥା କରାଯାଇନାହିଁ ?

ଭୁବନେଶ୍ୱର : ପୁରୀରେ ଥିବା ବଗଲା ଧର୍ମଶାଳାକୁ ରାଜ୍ୟସରକାର ଓ ଜିଲ୍ଲାପ୍ରଶାସନ ବେଆଇନ ଭାବେ ପ୍ଲଟିଂ କରି ବିକ୍ରି କରିବା ଆରମ୍ଭ କରିଛନ୍ତି। କିନ୍ତୁ ଧର୍ମଶାଳା ଜମି ବିକ୍ରି ହୋଇପାରିବ ନାହିଁ ବୋଲି ଆଇନ ରହିଛି। ବିଶେଷ କରି ଦାନରେ ମିଳିଥିବା ସଂପତିକୁ ବିକ୍ରି କରାଯାଇ ପାରିବ ନାହିଁ। କିନ୍ତୁ ରାଜ୍ୟସରକାର ଗରିବ ତୀର୍ଥଯାତ୍ରୀଙ୍କ ଉଦ୍ଦେଶ୍ୟରେ ହୋଇଥିବା ଧର୍ମଶାଳାକୁ ଭାଙ୍ଗି ତୁଙ୍ଗ ନେତା ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ଖୁସ୍‍ କରିବା ପାଇଁ ମସୁଧା ଚଲାଇଛନ୍ତି ଏବଂ ଖୋଦ୍‍ ରାଜ୍ୟସରକାର ସାଜିଛନ୍ତି ପ୍ରପଟି ଡିଲର। ବେଆଇନ ଭାବେ କେଉଁ ଉଦ୍ଦେଶ୍ୟରେ ଏବଂ କାହା ସ୍ୱାର୍ଥରେ ଏଭଳି ଏକ ଐତିହାସିକ ଧର୍ମଶାଳାକୁ ବିକ୍ରି କରିବା ପାଇଁ ଷଡଯନ୍ତ୍ର ଚାଲିଛି ବୋଲି ରାଷ୍ଟ୍ରୀୟ ମୁଖପାତ୍ର ଶ୍ରୀ ସମ୍ବିତ ପାତ୍ର ରାଜ୍ୟସରକାରଙ୍କୁ ପ୍ରଶ୍ନ କରିଛନ୍ତି।

- Advertisement -

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାତ୍ର କହିଛନ୍ତି ଯେ, ୧୯୦୫ ମସିହାରେ ଗରିବ ଲୋକ ଏବଂ ତାର୍ଥଯାତ୍ରୀଙ୍କ ପାଇଁ ପୁରୀରେ ବଗଲା ଧର୍ମଶାଳା ନିର୍ମାଣ ହୋଇଥିଲା। କହ୍ନେଇ ଲାଲ ବଗଲା ଏହାକୁ ଦାନରେ ଦେଇଥିଲେ। ଏହି ଧର୍ମଶାଳାରେ ତୀର୍ଥଯାତ୍ରୀମାନେ ଅତି କମ୍‍ ଖର୍ଚ୍ଚର୍ରେ ରହଣୀ କରନ୍ତି। ପୁରୀ ବାସୀ ବିବାହ, ବ୍ରତ, ଶୁଦ୍ଧକ୍ରିୟା ଆଦି କାର୍ଯ୍ୟକ୍ରମ ଏହି ଧର୍ମଶାଳାରେ କରୁଥିଲେ। କିନ୍ତୁ ଏତେ ବଡ ଐତିହାସିକ ସ୍ଥାନକୁ ରାଜ୍ୟସରକାର ମାଟିରେ ମିଶାଇବା ପାଇଁ ଯେଉଁ ପ୍ରୟାସ କରିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ।

ପୁରୀ ମନ୍ଦିରର ସୌନ୍ଦର୍ଯ୍ୟୀକରଣ କରିବା ପାଇଁ ମେଘନାଦ ପାଚେରୀର ୭୫ ମିଟର ଯାଏଁ ଲୋକଙ୍କୁ ବିସ୍ଥାପତି କରାଗଲା ଏବଂ ସେମାନଙ୍କୁ ଜମି ଓ କ୍ଷତିପୂରଣ ଦେବା ପାଇଁ ସରକାର ଘୋଷଣା କରିଥିଲେ। ୩୦୦ ଜଣ ଲୋକଙ୍କୁ ବିସ୍ଥାପିତ କରିବା ପରେ କିଛି ଲୋକଙ୍କୁ ବଗଲା ଧର୍ମଶାଳାରେ ପ୍ଲଟିଂ ଦେବା ଏବଂ ଅନ୍ୟ ଲୋକଙ୍କୁ ବାହାରେ ଜମି ଦେବାର ଉଦ୍ଦେଶ୍ୟ କ’ଣ ରହିଛି ? ବଗଲା ଧର୍ମଶାଳା ପୁରୀ ମ୍ୟୁନିସିପାଲିଟି ଅଧୀନରେ ଥିଲା କିନ୍ତୁ ରାତାରାତି ତାକ୍‍ୁ ରାଜସ୍ୱ ବିଭାଗକୁ ଅଣାଯାଇ ତାକୁ ୨୬ଟି ପ୍ଲଟିଂ କରାଯାଇଛି। ଯାହାକି ସଂପୂର୍ଣ୍ଣଭାବେ ବେଆଇନ। କାହା ନିର୍ଦ୍ଦେଶରେ ଏଭଳି କାର୍ଯ୍ୟ ହୋଇଛି ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି।

‘ସବକା ସାଥ ସବକା ବିକାଶ’ ମୋଦି ସରକାରଙ୍କ ପ୍ରାଥମିକତା। ଏହାକୁ ଦୃଷ୍ଟିରେ ରଖି ପ୍ରସାଦ ଯୋଜନା ଅନୁଯାୟୀ ପୁରୀ ତୀର୍ଥସ୍ଥାନର ବିକାଶ ଏବଂ ତୀର୍ଥଯାତ୍ରୀ ମାନେ ରହିବା ପାଇଁ ବଗଲା ଧର୍ମଶାଳାକୁ ୨୦ କୋଟି ଟଙ୍କା ଅନୁଦାନ ଦିଆଯାଇଥିଲା। ଏନେଇ ଶ୍ରୀମନ୍ଦିର ପ୍ରଶାସନ, ଅଗ୍ନିଶମ ବିଭାଗ ଓ ପୁରୀ କୋଣାର୍କ ବିକାଶ ପରିଷଦ ଏନଓସି ପ୍ରଦାନ କରିଥିଲା। ଏହା ପରେ ବଗଳା ଧର୍ମଶାଳାରେ ଜଗନ୍ନାଥ ତୀର୍ଥନିବାସ ନିର୍ମାଣ ପାଇଁ ଆଇ.ଟି.ଡିସି ଟେଣ୍ଡର ନେଇ କାର୍ଯ୍ୟ ଆରମ୍ଭ କରିଥିଲା। ୩ କୋଟି ଟଙ୍କା ଖର୍ଚ୍ଚ ହେବା ପରେ କାହା ସ୍ୱାର୍ଥରେ ସେଠାରେ କାର୍ଯ୍ୟ ବନ୍ଦ କରାଯାଇ ପ୍ଲଟିଂ କରି ଜମି ବିକ୍ରି କରାଯାଉଛି। ଐତିହାସିକ ସ୍ଥଳକୁ ରାତାରାତି ପ୍ରପ୍ରଟି ଡିଲିଙ୍ଗ କରି ବିକ୍ରି କରିବାର ଉଦ୍ଦେଶ୍ୟ କ’ଣ? ୧୧୫ ବର୍ଷର ଧର୍ମଶାଳାକୁ ପ୍ଲଟିଙ୍ଗ କରି ଏଯାବତ୍‍ ୬ ଜଣ ଲୋକଙ୍କୁ ବିକା ସରିଲାଣି। ବହୁ ବିଧାୟକ ଏବଂ ପ୍ରଶାସନିକ ଅଧିକାରୀମାନେ ବଗଲା ଧର୍ମଶାଳା ଆସି ନିଜ ନିଜର ପ୍ଲଟ ଚିହ୍ନଟ କରୁଛନ୍ତି ବୋଲି ପୁରୀ ବାସିନ୍ଦା ଅଭିଯୋଗ କରିଛନ୍ତି। ରାଜ୍ୟସରକାର ତୁଙ୍ଗ ନେତା ଏବଂ ପ୍ରଶାସନିକ ଅଧିକାରୀଙ୍କୁ ପୁରୀରେ ପ୍ଲଟ ଦେବା ପାଇଁ ବଗଲା ଧର୍ମଶାଳାକୁ ଷଡଯନ୍ତ୍ର କରି ବିକ୍ରି କରାଯାଉଛି ବୋଲି ଶ୍ରୀ ପାତ୍ର କହିଛନ୍ତି।

ବଗଲା ଧର୍ମଶାଳାକୁ ନେଇ ଜଗନ୍ନାଥ ବସ୍ତିଆ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି। ଗତ ବର୍ଷ ହାଇକୋର୍ଟ ଏନେଇ ସରକାରଙ୍କୁ ଜବାବତଲବ କରିବା ପରେ ରାଜ୍ୟସରକାର କୌଣସି ଉତର ରଖିନାହାଁନ୍ତି। ହାଇକୋର୍ଟକୁ ଅଣଦେଖା କରି ଜମି ପ୍ଲଟିଂ କରିବା ଏକ ଧର୍ତବ୍ୟ ଅପରାଧ। ପୁରୀ ଏକ ତୀର୍ଥସ୍ଥଳ ହୋଇଥିବାରୁ ୬୦ ହଜାର ଭକ୍ତ ରହିବା ପାଇଁ ବ୍ୟବସ୍ଥା କରିବାକୁ ମାନ୍ୟବର ସୁପ୍ରିମକୋର୍ଟ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟସରକାର ଏହା ନକରି ଯେଉଁ ଗୋଟିଏ ଧର୍ମଶାଳା ଥିଲା ତାକୁ ଭାଙ୍ଗି ବିକିବା ଆରମ୍ଭ କରିଛନ୍ତି।
ତୁରନ୍ତ ରାଜ୍ୟସରକାର ବଗଲା ଧର୍ମଶାଳାରେ ହେଉଥିବା ପ୍ଲଟିଂ କାର୍ଯ୍ୟକୁ ବନ୍ଦ କରନ୍ତୁ। ଏହା ସହ କେନ୍ଦ୍ରସରକାରଙ୍କ ପ୍ରସାଦ ଯୋଜନା ଅନୁଯାୟୀ ତୀର୍ଥଯାତ୍ରୀଙ୍କ ରହିବା ପାଇଁ ଆରମ୍ଭ ହୋଇଥିବା ଜଗନ୍ନାଥ ତୀର୍ଥନିବାସ ନିର୍ମାଣ କାର୍ଯ୍ୟକୁ ଗତିଶୀଳ କରାଯାଇ ଗରିବ ତୀର୍ଥଯାତ୍ରୀଙ୍କ ପାଇଁ ଏକ ବିରାଟ ଧର୍ମଶାଳା ନିର୍ମାଣ କରାଯାଉ ବୋଲି ଶ୍ରୀ ପାତ୍ର ଦାବୀ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ବରିଷ୍ଠ ନେତା କୃଷ୍ଣ ଜଗଦେବ, ରାଜ୍ୟ ମୁଖାପତ୍ର ଠାକୁର ରଂଜିତ ଦାସ ଏବଂ ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories