www.samajalive.in
Saturday, December 13, 2025
23.1 C
Bhubaneswar

ଜାଲରେ ଫସିଥିବା ମାଙ୍କଡଛୁଆକୁ ଉଦ୍ଧାର କଲା ବନ ବିଭାଗ

ଗୁରୁଡିଝାଟିଆ : ମଞ୍ଚେଶ୍ୱର ପଞ୍ଚାୟତର ନାରଙ୍ଗବସ୍ତ ଗାଁର ନଦୀକୂଳେ ଅର୍ଦ୍ଧନିର୍ମିତ ଘର ଭିତରେ ଜାଲରେ ଫସିରହିଥିବା ଏକ ମାଙ୍କଡଛୁଆକୁ ବନ ବିଭାଗ ଉଦ୍ଧାର କରି ଛାଡିଦେଇଛି। ଆଜି ପୂର୍ବାହ୍ନରେ ମାଙ୍କଡଛୁଆଟି ଦଳଭିତରୁ ବାହାରି ଅର୍ଦ୍ଧନିର୍ମିତ ଘରେ ଥିବା ଜାଲ ଭିତରେ ଫସିଯାଇଥିଲା। ଯେତେଚେଷ୍ଟା କଲେ ବି ମାଙ୍କଡଛୁଆଟି ବାହାରକୁ ଆସିପାରିନଥିଲା। ଛୁଆ ମାଙ୍କର ଚିତ୍କାର ଶୁଣି ମା ମାଙ୍କଡ ଓ ଅନ୍ୟ ମାଙ୍କଡମାନେ ରୁଣ୍ଡ ହୋଇଯାଇଥିଲେ। ଏପରିକି ସମସ୍ତ ମାଙ୍କଡ ଏକାଠି ହୋଇ ଜାଲରେ ଫସିଥିବା ଛୁଆଟିକୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ। ହେଲେ ବିଫଳ ହୋଇଥିଲେ। କିନ୍ତୁ ସୁରକ୍ଷା ଦୃଷ୍ଟିରୁ ସମସ୍ତ ମାଙ୍କଡ ଘର ର ଚାରିପଟେ ଜଗିରହିଥିଲେ।ଘଟଣା ସଂପର୍କରେ ଗାଁର ଉତ୍ସାହୀ ଯୁବକମାନେ ବନବିଭାଗକୁ ଖବର ଦେଇଥିଲେ। ଏହାପରେ ଓରନ୍ଦା ସେକ୍ସରର ବନପାଳ ରାକେଶ ଦଳାଇ ଓ ପାରା ବନକର୍ମଚାରୀ ସୁଜିତ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗାଁ ଯୁବକମାନଙ୍କ ସହଯୋଗରେ ଓରନ୍ଦା ବନପାଳ ରାକେଶ ଦଳାଇ ,ପାରା ବନକର୍ମଚାରୀ ସୁଜିତ୍‍ ପ୍ରଧାନ ଜାଲରେ ଫସିଥିବା ଛୁଆଟିକୁ ଉଦ୍ଧାର କରିଛାଡିଥିଲେ। ଉଦ୍ଧାର ସମୟରେ ଜାଲରେ ଫସିଥିବା ମାଙ୍କଡଛୁଆର ମାଆ ଓ ଅନ୍ୟମାଙ୍କଡମାନେ କିଛି ସମୟ ଧରି ହଟଗୋଳ କରିଥିଲେ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories