www.samajalive.in
Monday, December 8, 2025
20.1 C
Bhubaneswar

ମହିଳାଙ୍କୁ ସଶକ୍ତ କରିବା ଦିଗରେ ସ୍ୱାମୀ ବିବେକାନନ୍ଦଙ୍କ ବିଚାରକୁ ଅନୁସରଣ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ : ଧର୍ମେନ୍ଦ୍ର ପ୍ରଧାନ

-ରାଜ୍ୟର ୪୭ ଲକ୍ଷରୁ ଉର୍ଦ୍ଧ୍ୱ ଗରିବ ମହିଳାଙ୍କ ଜୀବନଶୈଳିକୁ ଉନ୍ନତ କରିଛି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା
-ସ୍ୱଚ୍ଛ ଭାରତ ଅଭିଯାନରେ ଓଡ଼ିଶାରେ ୮୦ ଲକ୍ଷରୁ ଉର୍ଦ୍ଧ୍ୱ ଶୌଚାଳୟ ନିର୍ମାଣ
-ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର ଲାଭ ପାଇବା ମଧ୍ୟରେ ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ଓଡ଼ିଶା
-ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ଯୋଜନା ଗ୍ରାମାଞ୍ଚଳର ୨୨ କୋଟି ମହିଳାଙ୍କୁ ସଶକ୍ତ କରିଛି
-ବେଟି ବଚାଓ ଏବଂ ବେଟି ପଢାଓ ଓଡିଶାର ଗ୍ରାମାଞ୍ଚଳରେ ଆଣିଛି ବଡ ପରିବର୍ତ୍ତନ 
-୫ କୋଟି ମହିଳାଙ୍କୁ ମାତ୍ର ୧ ଟଙ୍କାରେ ସାନିଟାରି ନ୍ୟାପ୍‍କିନ୍‍ ଯୋଗାଯାଉଛି
-ମହିଳାଙ୍କୁ ସମାନ ସୁଯୋଗ ଦେବା ଓ ସଶକ୍ତ କରିବା ଆତ୍ମନିର୍ଭର ଭାରତର ମୂଳ ସ୍ତମ୍ଭ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ସ୍ୱାମୀ ବିବେକାନନ୍ଦଙ୍କ ବିଚାରରେ ଦୃଢ଼ ବିଶ୍ୱାସ କରିବା ସହ ଏହାକୁ ଅନୁସରଣ କରି କାମରେ ମଧ୍ୟ ଲଗାଇଛନ୍ତି। “ମହିଳାଙ୍କ ପ୍ରତି ଆଚରଣ ଗୋଟିଏ ରାଷ୍ଟ୍ରର ପ୍ରଗତିକୁ ମାପିବାର ସବୁଠୁ ବଡ଼ ମାପକାଠି” ବୋଲି ସ୍ୱାମୀ ବିବେକାନନ୍ଦ କହିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏହି ବିଚାରଧାରାକୁ କାମରେ ଲଗାଇବା ସହ ମହିଳାଙ୍କ ଉନ୍ନତି ତଥା ସଶକ୍ତ କରିବା ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି ବୋଲି କେନ୍ଦ୍ର  ତୈଳ ଓ ପ୍ରାକୃତିକ ବାସ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍‍ କରି କହିଛନ୍ତି।

- Advertisement -

ମହିଳାକୁ ସଶକ୍ତ କରିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ପଦକ୍ଷେପ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍‍ କରି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୀତି ଯୋଗୁଁ ଦେଶର ଅନ୍ୟ ରାଜ୍ୟ ସମେତ ଓଡ଼ିଶାରେ ମଧ୍ୟ ପରବର୍ତ୍ତନ ଦେଖାଦେଇଛି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଓଡ଼ିଶାର ୪୭ ଲକ୍ଷରୁ ଉର୍ଦ୍ଧ୍ୱ ଗରିବ ମହିଳା ଏବଂ ସେମାନଙ୍କ ପରିବାରର ଜୀବନ ଶୈଳିକୁ ଉନ୍ନତ କରିଛି। ଅପରପକ୍ଷରେ ସ୍ୱଚ୍ଛ ଭାରତ ଅଭିଯାନରେ ଓଡ଼ିଶାରେ ୮୦ ଲକ୍ଷରୁ ଉର୍ଦ୍ଧ୍ୱ ଶୌଚାଳୟ ନିର୍ମାଣ ହୋଇଛି। ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର ଲାଭ ପାଇବା ମଧ୍ୟରେ ଓଡ଼ିଶା ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ରହିଛି। ଦେଶର ଗରିବ ମହିଳାଙ୍କୁ ୮ କୋଟି ଏଲପିଜି ସିଲିଣ୍ଡର ପ୍ରଦାନ, ଜନଧନ ଏବଂ ମହିଳା ଶକ୍ତି କେନ୍ଦ୍ର ଭଳି ସମାବେଶୀ ଆର୍ଥିକ ଯୋଜନା ଗ୍ରାମାଞ୍ଚଳର ୨୨ କୋଟି ମହିଳାଙ୍କୁ ସଶକ୍ତ କରିଛି। ଏହାସହ ଦେଶର ୫ କୋଟି ମହିଳାଙ୍କୁ ମାତ୍ର ୧ ଟଙ୍କାରେ ସାନିଟାରି ନ୍ୟାପ୍‍କିନ୍‍ ଯୋଗାଇବା ଦିଗରେ ମୋଦୀ ସରକାର ସର୍ବଦା ଆଗୁଆ ରହିଛନ୍ତି। କେବଳ ମହିଳାଙ୍କ ଜୀବନଶୈଳିକୁ ପରିବର୍ତନ କରିବା ନୁହେଁ ମହିଳାଙ୍କୁ ସମସ୍ତ ସମାନ ସୁଯୋଗ ଦେବା ଏବଂ ସଶକ୍ତ କରିବା ଭାରତ ସରକାରଙ୍କ ଆତ୍ମନିର୍ଭର ଭାରତ କରିବାର ମୂଳ ସ୍ତମ୍ଭ ହୋଇଛି। ବେଟି ବଚାଓ ଏବଂ ବେଟି ପଢାଓ ଓଡିଶା ସମେତ
ଭାରତର ଗ୍ରାମାଞ୍ଚଳରେ ବଡ ପରିବର୍ତନ ଆଣିପାରିଛି ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ଇଚ୍ଛାଶକ୍ତି କାରଣରୁ ଆଜି ଦେଶର ମାଆ ଓ ଭଉଣୀମାନେ ଶୌଚ ଏବଂ ଜାଳେଣୀ କାଠ ପାଇଁ ଜଙ୍ଗଲ ଉପରେ ନିର୍ଭର କରୁନାହାନ୍ତି। ନାରୀ ତୁ ନାରାୟଣୀ ଦୂରଦୃଷ୍ଟି ମାଧ୍ୟମରେ ସରକାର ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଓ ସ୍ୱଚ୍ଛ ଭାରତ ଯୋଜନା ଆରମ୍ଭ କରି ମହିଳାଙ୍କ ଜୀବନଶୈଳିରେ ପରିବର୍ତ୍ତନ ଆଣିବା ସହ ସମ୍ମାନ ରକ୍ଷା କରିଛନ୍ତି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍‍ କରିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories