www.samajalive.in
Tuesday, December 9, 2025
26.1 C
Bhubaneswar

ବିଭୁତି ଭୂଷଣ ପଟ୍ଟନାୟକ ଓ ସୁଧାଂଶୁ ଶେଖର ରଥ ଓପିଏସସି ସଦସ୍ୟ ନିଯୁକ୍ତ

ଭୁବନେଶ୍ବର: ଅବସରପ୍ରାପ୍ତ  ଆଇଏଏସ୍ ବିଭୁତି ଭୂଷଣ ପଟ୍ଟନାୟକ ଓ ଶିକ୍ଷାବିତ୍ ତଥା ଗଙ୍ଗାଧରମେହେର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ସୁଧାଂଶୁ ଶେଖର ରଥଙ୍କୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ସଦସ୍ୟ ରୂପେ ସରକାର ନିଯୁକ୍ତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଶ୍ରୀ ପଟ୍ଟନାୟକ ଅବସର ପୂର୍ବରୁ   ଝାରସୁଗୁଡ଼ା ଜିଲାପାଳ ସହ ପର୍ଯ୍ୟଟନ ନିର୍ଦେଶକ, ରାଜ୍ୟ ସମବାୟ ବ୍ୟାଙ୍କ ସମୂହରର ରେଜିଷ୍ଟ୍ରାର ଭାବରେ କାର୍ଯ୍ୟ କରିଛନ୍ତି । ଅନୁରୂପ ଭାବରେ ଅର୍ଥନୀତି ବିଶାରଦ ତଥା ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ରୂପେ ଅବସର ଗ୍ରହଣ କରିବା ପୂର୍ବରୁ ଅଧ୍ୟାପନା, ଗବେଷଣା ସହ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଉଭୟଙ୍କ ନିଯୁକ୍ତି ସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୬୨ ବର୍ଷ ବୟସ ପୂରଣ ହେବା ପର୍ଯ୍ୟନ୍ତ ଉଭୟ ସଦସ୍ୟ ଭାବରେ କାର୍ଯ୍ୟ କରିବେ ବୋଲି ଏହି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories