www.samajalive.in
Sunday, December 14, 2025
17.1 C
Bhubaneswar

ନିର୍ବାଚନ ଲାଗି କମିଶନଙ୍କ ମାର୍ଗଦର୍ଶିକା: ଅନ୍‌ଲାଇନ୍‌ରେ ନାମାଙ୍କନ, ଭୋଟ ଦେବାବେଳେ ମାସ୍କ-ଗ୍ଲୋଭ୍ସ

କରୋନା ସମୟରେ ନିର୍ବାଚନ ପରିଚାଳନା ନେଇ ଗାଇଡ୍‌ଲାଇନ୍‌ ଜାରି କଲେ ଭାରତୀୟ ନିର୍ବାଚନ କମିଶନ। ନିର୍ବାଚନ ଓ ଉପନିର୍ବାଚନରେ ଅନ୍‌ଲାଇନ୍‌ରେ ଦାଖଲ ହେବ ପ୍ରାର୍ଥୀପତ୍ର। ନିର୍ବାଚନ କମିଶନଙ୍କ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ପ୍ରାର୍ଥୀପତ୍ର। ଅନ୍‌ଲାଇନ୍‌ରେ ସତ୍ୟପାଠ ଓ ଅମାନତ ରାଶି ଜମା କରାଯିବ। ନିର୍ବାଚନରେ ସଂଶ୍ଲିଷ୍ଟ ପ୍ରତ୍ୟେକ ବ୍ୟକ୍ତି ମାସ୍କ ପିନ୍ଧିବା ବାଧ୍ୟତା ମୂଳକ। ସାମାଜିକ ଦୂରତା, ହାତଧୋଇବା ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ। ପୋଲିଂ କର୍ମଚାରୀଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଗାଡ଼ି ବ୍ୟବସ୍ଥା ହେବ। ଇଭିଏମ୍‌, ଭିଭିପାଟ ବ୍ୟବହାର କରୁଥିବା ଅଧିକାରୀଙ୍କୁ ଗ୍ଲୋଭସ୍‌ ମିଳିବ ବୋଲି ଭାରତୀୟ ନିର୍ବାଚନ କମିଶନ୍‌ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories