www.samajalive.in
Wednesday, December 10, 2025
16.1 C
Bhubaneswar

କର୍ମଚାରୀ ଭବିଷ୍ୟନିଧି ପାଣ୍ଠିରେ ୩ ମାସରେ ୮ ଲକ୍ଷ ୪୭ ହଜାର ନୂଆ ସଦସ୍ୟ

ଚଳିତ ଆର୍ଥିକ ବର୍ଷର ପ୍ରଥମ ୩ ମାସରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି – ଇ.ପି.ଏଫ୍‍.ଓ.ରେ ପ୍ରାୟ ୮ ଲକ୍ଷ ୪୭ ହଜାର ସଦସ୍ୟ ଯୋଗ ଦେଇଥିବା କେନ୍ଦ୍ର ଶ୍ରମ ଏବଂ କାର୍ମିକ ମନ୍ତ୍ରଣାଳୟ ସୂଚନା ଦେଇଛି। ଏହି ସୂଚନାରେ କୁହାଯାଇଛି, ଚଳିତ ବର୍ଷ ଏପ୍ରିଲ୍‍ ଏବଂ ମେ ମାସରେ କରୋନା ମହାମାରୀ ଦୃଷ୍ଟିରୁ ଏହି ସାମାଜିକ ସୁରକ୍ଷା ଯୋଜନାରେ ଖରାପ ପ୍ରଭାବ ପଡ଼ିଥିଲେ ମଧ୍ୟ ଏପ୍ରିଲ୍‍ ମାସରେ ୨୦ ହଜାର ଏବଂ ମେ ମାସରେ ୭୨ ହଜାର ନୂଆ ସଦସ୍ୟ ସାମିଲ୍‍ ହୋଇଥିଲେ।

ତେବେ ଜୁନ୍‍ ମାସରେ ରେକର୍ଡ଼ ସଂଖ୍ୟକ ୬ ଲକ୍ଷ ୫୫ ହଜାର ସଦସ୍ୟ ସାମିଲ୍‍ ହେବା ଫଳରେ ଏହି ଯୋଜନା ପୁଣି ପୂର୍ବସ୍ଥିତିକୁ
ଫେରିଛି। ମନ୍ତ୍ରଣାଳୟ କହିଛି, ନୂଆ ସଦସ୍ୟଙ୍କୁ ହିସାବକୁ ନେଲେ ମେ ମାସରେ ସଦସ୍ୟ ସଂଖ୍ୟା ୩ ଲକ୍ଷ ୩୦ ହଜାରରୁ ଜୁନ୍‍ ମାସରେ ୪ ଲକ୍ଷ ୯୮ ହଜାରକୁ ବୃଦ୍ଧି ପାଇଛି।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories