www.samajalive.in
Monday, December 15, 2025
14.1 C
Bhubaneswar

ସୁଶାନ୍ତସିଂହ ମୃତ୍ୟୁ ଘଟଣା : କିଏ କଣ କହିଲେ….

ଲୋକେ ନ୍ୟାୟ ପାଇବେ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର


ସୁଶାନ୍ତ ସିଂହଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦ୍ୱାରା ଲୋକେ ନ୍ୟାୟ ପାଇପାରିବେ। ଏହି ଘଟଣା କେବଳ ସୁଶାନ୍ତଙ୍କ ପରିବାର ସଦସ୍ୟ ସହିତ ଜଡିତ ନୁହେଁ; ବରଂ ଏହାକୁ ନେଇ ସାରା ଦେଶ ବିଚଳିତ। ସିବିଆଇ ତଦନ୍ତକୁ ସୁପ୍ରିମକୋର୍ଟ ଅନୁମୋଦନ କରିଥିବାରୁ ଦେଶର ନ୍ୟାୟପାଳିକା ଉପରେ ଲୋକଙ୍କ ବିଶ୍ୱାସ ବୃଦ୍ଧି ପାଇଛି। ଏହା ପଛରେ କୌଣସି ରାଜନୈତିକ ଉଦେଶ୍ୟ ନାହିଁ।

- Advertisement -

ଶ୍ୱେତା ସିଂହ: ସୁଶାନ୍ତଙ୍କ ଭଉଣୀ


ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ନିର୍ଦେଶରେ ସୁଶାନ୍ତଙ୍କ ପରିବାର ଲୋକ ଖୁସି ବ୍ୟକ୍ତ କରିଛନ୍ତି। ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ କିର୍ତ୍ତୀ ଟୁଇଟ୍‍ କରିଛନ୍ତି ଯେ ଭଗବାନ ଆମ ଡାକ ଶୁଣିଛନ୍ତି। ତେବେ ସତ୍ୟ ଓ ବିଜୟ ଏହା ପ୍ରଥମ ପଦକ୍ଷେପ। ସିବିଆଇ ଉପରେ ଆମର ପୂର୍ଣ୍ଣ ବିଶ୍ୱାସ ରହିଛି। ସୁଶାନ୍ତଙ୍କ ପାଇଁ ଲଢେଇ କରିଥିବା ତାଙ୍କ ଶୁଭେଚ୍ଛୁ ଓ ସମର୍ଥକଙ୍କୁ ପରିବାର ଲୋକେ ଧନ୍ୟବାଦ ଜଣାଇଛନ୍ତି।

ମନ୍ତବ୍ୟ ଦେବାକୁ ରିୟାଙ୍କର ଔକାତ୍‌ ନାହିଁ: ବିହାର ଡିଜିପି
ନୀତୀଶ କୁମାରଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେବାକୁ ରିୟା ଚକ୍ରବର୍ତ୍ତୀଙ୍କର ‘ଔକାତ୍‌’ ନାହିଁ ବୋଲି ବିହାର ପୁଲିସ ମହାନିର୍ଦେଶକ ଗୁପ୍ତେଶ୍ୱର ପାଣ୍ଡେ କହିଛନ୍ତି। ଏଥିନେଇ ବିବାଦ ସୃଷ୍ଟି ହୋଇଛି।

ତଦନ୍ତର ସମୁଖୀନ ହେବାକୁ ପ୍ରସ୍ତୁତ: ରିୟା


ସୁଶାନ୍ତଙ୍କ ସିଂହଙ୍କ ମୃତ୍ୟୁର ସିବିଆଇ ତଦନ୍ତ ନେଇ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ କହିଛନ୍ତି ଏହି ତଦନ୍ତ ପଛରେ ସତ୍ୟ ଖୋଜିବା ଅପେକ୍ଷା ରାଜନୀତି ଅଧିକ ହେଉଛି। ଆଗାମୀ ବିହାର ବିଧାନସଭା ନିର୍ବାଚନରେ ମାଇଲେଜ ନେବାକୁ ରାଜନେତାମାନେ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି। ଅନ୍ୟପଟେ ରିୟାଙ୍କ ଓକିଲ ସତୀଶ ମାନସିନେ୍ଧ କହିଛନ୍ତି ଯେ ତାଙ୍କ ମହକିଲ ସିବିଆଇ ତଦନ୍ତର ସମ୍ମୁଖୀନ ହେବାକୁ ପ୍ରସ୍ତୁତ। କାରଣ ରିୟା ନିଜେ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ।

ନ୍ୟାୟପାଳିକା ଉପରେ ଆସ୍ଥା ବଢିଛି: ଫଡନବିସ


ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ସ୍ୱାଗତ କରି ବିଜେପି କହିଛି ଯେ ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତରେ ହସ୍ତକ୍ଷେପ କରୁଥିବା ରାଜନୈତିକ ଲୋକଙ୍କ ନାମ ପଦାକୁ ଆସିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ କହିଛନ୍ତି ଯେ ଏହି ମାମଲାକୁ ମହାରାଷ୍ଟ୍ର ସରକାର ଯେପରି ପରିଚାଳନା କରିଛନ୍ତି ସେଥିପାଇଁ ଅନୁତାପ କରିବା ଦରକାର। ଏହି ରାୟ ଦେଶର ନ୍ୟାୟ ପାଳିକା ଉପରେ ସାଧାରଣ ଜନତାଙ୍କ ଆସ୍ଥାକୁ ବୃଦ୍ଧି କରିଛି।

ସତ୍ୟ ଓ ନ୍ୟାୟ ପାଇଁ ଲଢେଇ କରିବାକୁ ପ୍ରସ୍ତୁତ: ଶିବସେନା
ଶିବସେନା କହିଛି ଯେ ସତ୍ୟ ଓ ନ୍ୟାୟ ପାଇଁ ଲଢେଇ କରିବାକୁ ଦଳ ସର୍ବଦା ପ୍ରସ୍ତୁତ ରହିଛି। ଆଇନର ଉପରେ କେହି ନୁହନ୍ତି। ସୁପ୍ରିମକୋର୍ଟଙ୍କ ରାୟକୁ ନେଇ କେହି ରାଜନୈତିକ ଟିପ୍ପଣୀ ଦେବା ଠିକ୍‍ ନୁହେଁ ବୋଲି ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି। ଦଳର ଅନ୍ୟତମ ନେତା ଅନିଲ ପରବ କହିଛନ୍ତି ରାୟର ନକଲ ମିଳିବା ପରେ ଏହା ଉପରେ ଯାହା କିଛି ପ୍ରତିକ୍ରିୟା ଓ ପଦକ୍ଷେପ ନେବୁ।

ସିବିଆଇ ତଦନ୍ତରେ ସହଯୋଗ କରିବୁ: ମହାରାଷ୍ଟ୍ର ସରକାର
ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି ଯେ ଆମେ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରୁଛୁ। ସିବିଆଇ ତଦନ୍ତରେ ମହାରାଷ୍ଟ୍ର ସରକାର ପୂର୍ଣ୍ଣ ସହଯୋଗ କରିବ। ତେବେ ମୁମ୍ବଇ ପୁଲିସ ଏହାର ତଦନ୍ତ ଜାରି ରଖିବ କି ନାହିଁ ତାହା ଉପରେ ସରକାର ବିଚାର କରିବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories