www.samajalive.in
Monday, December 15, 2025
15.1 C
Bhubaneswar

ଥାଇରୋ କେୟାର ନମୁନା ପରୀକ୍ଷା ରିପୋର୍ଟ, ୧୫% ଲୋକଙ୍କଠାରେ ଆଣ୍ଟିବଡି

ନୂଆଦିଲ୍ଲୀ : ଓଡ଼ିଶା ସମେତ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଅଧିକରୁ ଅଧିକ ପରୀକ୍ଷା କରାଯାଉଥିବାରୁ ପଜିଟିଭ୍‌ ସଂଖ୍ୟା ବଢୁଥିବା କୁହାଯାଉଛି। କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ, ଏବେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଗୁଡିକ ଆରଟି-ପିସିଆର ଓ ଆଣ୍ଟିଜେନ୍‌ ଭଳି ଦୁଇ ପ୍ରକାର ନମୁନା ପରୀକ୍ଷା କରାଉଛନ୍ତି। ଏହାବ୍ୟତୀତ କେତେକ ଅଞ୍ଚଳରେ ସିରୋ ସର୍ଭେ ମଧ୍ୟ କରାଯାଇ କରୋନା ଭୂତାଣୁ ସଂକ୍ରମଣ ସ୍ଥିତିକୁ ଆକଳନ କରାଯାଉଛି। ଭାରତରେ କରୋନା ଭୂତାଣୁର ଗୋଷ୍ଠୀ ସଂକ୍ରମଣ ଘଟିଛି କି ନାହିଁ ସେ ବିଷୟରେ ଭିନ୍ନ ଭିନ୍ନ ସମୟରେ ଅଲଗା ଅଲଗା ବିତର୍କ, ଆଲୋଚନା ଓ ତଥ୍ୟ ସାମ୍ନାକୁ ଆସିଥିବାବେଳେ ସଂପ୍ରତି ମୁମ୍ବଇର ଏକ ଘରୋଇ ପାଥୋଲାବ୍‌ ‘ଥାଇରୋ କେୟାର’ର ରିପୋର୍ଟ ଅତ୍ୟନ୍ତ ରୋଚକ ରହିଛି। ଥାଇରୋ କେୟାର ଇତିମଧ୍ୟରେ ୬୦ ହଜାରରୁ ଅଧିକ ନମୁନା ପରୀକ୍ଷା କରାଇଛି। ସେହି ପରୀକ୍ଷା ରିପୋର୍ଟରେ ଆସିଥିବା ପଜିଟିଭ ତଥ୍ୟକୁ ଆକଳନ କରିବା ପରେ ଯେଉଁ ସୂଚନା ମିଳିଛି, ତାହା ଅତ୍ୟନ୍ତ ରୋଚକ ଥିବା ଜଣାପଡିଛି। ଗୋଷ୍ଠୀ ସଂକ୍ରମଣ ସହ ଆପେ ଆପେ ସଂକ୍ରମିତଙ୍କ ଶରୀରରେ କିଭଳି ଆଣ୍ଟିବଡି(ରୋଗ ପ୍ରତିରୋଧକ ଶକ୍ତି) ସୃଷ୍ଟି ହୋଇଛି ତାହା ଏହି ତଥ୍ୟରୁ ଜଣାପଡିଛି।

ଥାଇରୋ କେୟାର ତଥ୍ୟକୁ ଯଦି ବିଶ୍ଲେଷଣ କରାଯାଏ, ତେବେ ଦେଶରେ ପ୍ରାୟ ୧୫ ପ୍ରତିଶତ ବ୍ୟକ୍ତି ଅର୍ଥାତ୍ ମୋଟ ଜନସଂଖ୍ୟାର ୧୮ କୋଟି ଲୋକ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇ ସ୍ବତଃ ଭଲ ହୋଇଯାଇଥିବା କୁହାଯାଇପାରେ। ଅର୍ଥାତ୍ ଏସବୁ ବ୍ୟକ୍ତିବିଶେଷଙ୍କ ଶରୀରରେ କରୋନା ଭୂତାଣୁ ପ୍ରତିରୋଧୀ ଶକ୍ତି (ଆଣ୍ଟିବଡି) ସୃଷ୍ଟି ହୋଇସାରିଛି। ଥାଇରୋ କେୟାରର ପରିଚାଳନା ନିର୍ଦେଶକ
ଆରୋକିୟାସ୍ବାମୀ ଭେଲୁମଣି ଏହି ତଥ୍ୟକୁ ତାଙ୍କ ଟ୍ବିଟ୍‌ର ଆକାଉଣ୍ଟରେ ସାର୍ବଜନୀନ କରାଇଛନ୍ତି। ଏଥିରୁ ଜଣାପଡୁଛି କି କରୋନା ଭୂତାଣୁ ଧୀରେ ଧୀରେ ତା’ର ସଂକ୍ରମଣ ବଢାଇ ଚାଲିଥିବାବେଳେ ଅନ୍ୟପକ୍ଷରେ ଅନେକ ଏହାଦ୍ବାରା ସଂକ୍ରମିତ ହୋଇ ଆପେ ଆପେ ସୁସ୍ଥ ହୋଇଯାଉଛନ୍ତି। ଅନେକଙ୍କ କ୍ଷେତ୍ରରେ କୌଣସି ଲକ୍ଷଣ ପ୍ରକାଶ ପାଉ ନଥିବାରୁ ତାହା ଜାଣିହେଉନି। ତେବେ ଏହି ସବୁ ବ୍ୟକ୍ତି କିଭଳି ଓ କାହାଦ୍ବାରା କରୋନା ସଂକ୍ରମିତ ହେଲେ ସେଥିନେଇ ସେମାନେ ମଧ୍ୟ କିଛି ଜାଣିପାରିନାହାନ୍ତି। ଏଥିରୁ ଭୂତାଣୁର ଯେ ସ୍ଥାନୀୟ ସ୍ତରରେ ଗୋଷ୍ଠୀ ସଂକ୍ରମଣ ହୋଇସାରିଛି ତାହା ଅନୁମାନ କରାଯାଇପାରେ ବୋଲି ଭେଲୁମଣି କହିଛନ୍ତି। ତାଙ୍କର କହିବାନୁଯାୟୀ, ଅନେକ ବିଶେଷଜ୍ଞ ଏଭଳି ପ୍ରଶ୍ନ ମଧ୍ୟ କରିଛନ୍ତି ଯେ, ମାତ୍ର ୬୦ ହଜାର ନମୁନାକୁ ନେଇ ଆକଳନ କରି ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ପହଞ୍ଚାଯାଇ ନ ପାରେ। ତେବେ ତାଙ୍କ ତଥ୍ୟରେ ୧୫ ପ୍ରତିଶତ ପଜିଟିଭ ଥିବାରୁ ଏହାକୁ ସେ ଅନୁଧ୍ୟାନ କରି ସାଧାରଣରେ ରଖିଥିବା କହିଛନ୍ତି। ସାଧାରଣତଃ ଗୋଷ୍ଠୀ ସଂକ୍ରମଣ ଯୋଗୁଁ ‘ହର୍ଡ ଇମ୍ୟୁନିଟି’ ସୃଷ୍ଟି ହୋଇଥାଏ। ତେବେ ଯେତେବେଳେ ୬୦ରୁ ୪୫ ଭାଗ ଲୋକ କରୋନା ସଂକ୍ରମିତ ହୋଇ ଆପେ ସୁସ୍ଥ ହୋଇଯାଆନ୍ତି, ସେତେବେଳେ ‘ହର୍ଡ଼ ଇମ୍ୟୁନିଟି’ ଅର୍ଥାତ୍ ଏକ ବୃହତ୍ ଜନସଂଖ୍ୟାରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେଲା ବୋଲି କହିହେବ। ମାତ୍ର ନମୁନା ପରୀକ୍ଷା ଅନୁରୂପ ମାତ୍ରାରେ ହେଲେ ଏହା ଜଣାପଡିପାରନ୍ତା ବୋଲି ମଧ୍ୟ କେତେକ ଚିିକିତ୍ସାବିତ୍ କହିଛନ୍ତି।

- Advertisement -

ଯଦି ଭେଲୁମଣିଙ୍କ ନମୁନା ରିପୋର୍ଟ ଅନୁଯାୟୀ ହୋଇଥିବା ଆକଳନକୁ ଗ୍ରହଣ କରାଯାଏ, ତେବେ ଏବେ ମଧ୍ୟ ଦେଶର ୮୫ ପ୍ରତିଶତ ଲୋକ କରୋନା ସଂକ୍ରମଣରୁ ସୁରକ୍ଷିତ ଥିବା କୁହାଯାଇପାରେ। ତେବେ ଥାଇରୋ କେୟାର ସାର୍ବଜନୀନ କରିଥିବା ଏହି ତଥ୍ୟ ବିଶେଷକରି ମୁମ୍ବଇ, ବେଙ୍ଗାଲୁରୁ, କଲକାତା, ହାଇଦରାବାଦ, ସୁରତ, ଅହମ୍ମଦାବାଦ, ଚେନ୍ନଇ ଭଳି ମହାନଗରୀ ଓ ବଡ଼ ସହରରୁ ସଂଗ୍ରହ କରାଯାଇଛି। ଏଥିରୁ ଅନେକ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭିତରେ ରହିଥିବା ଭେଲୁମଣି କହିଛନ୍ତି। ତାଙ୍କ ମତରେ ବିକଶିତ ରାଷ୍ଟ୍ରର ଲୋକଙ୍କଠାରେ ଦୁର୍ବଳ ରୋଗ ପ୍ରତିରୋଧ ଶକ୍ତି ଯୋଗୁଁ ମୃତ୍ୟୁସଂଖ୍ୟା ବଢୁଥିବାବେଳେ ଭାରତ ଭଳି ବିକାଶଶୀଳ ଓ ଅନ୍ୟାନ୍ୟ ରାଷ୍ଟ୍ରରେ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିବାରୁ କରୋନା ମୃତ୍ୟୁସଂଖ୍ୟା କମ୍‌ ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories