www.samajalive.in
Sunday, December 7, 2025
26.1 C
Bhubaneswar

ଆଜି ବିଶ୍ୱ ଫଟୋଗ୍ରାଫି ଦିବସ

ସମ୍ବଲପୁର:  ସାରା ବିଶ୍ୱରେ ୧୯ ଅଗଷ୍ଟକୁ ବିଶ୍ୱ ଫଟୋଗ୍ରାଫି ଦିବସ ଭାବରେ ପାଳନ କରାଯାଇଥାଏ। ସମ୍ବଲପୁରର ଶିଶିର କରଙ୍କ ପାଇଁ ଫଟୋଗ୍ରାଫି ହେଉଛି ସଉକ ଓ ନିଶା। ବିଗତ ଦିନରେ ଜାତୀୟସ୍ତରର ଫଟୋଗ୍ରାଫି ପ୍ରତିଯୋଗିତାରେ ଓଡିଶାର ଏକମାତ୍ର ଫଟୋଗ୍ରାଫର ଭାବରେ ‘ହନରାରୀ ଆର୍ଟିଷ୍ଟିକ ଫେଲୋସିପ ପୁରସ୍କାର’ (ସ୍ୱର୍ଣ୍ଣ ପଦକ) ଲାଭ କରିଥିବା ଶିଶିର ଜିଲାସ୍ତରରୁ ଆର୍ନ୍ତଜାତୀୟ ସ୍ତର ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ସେ ଏ ପର୍ଯ୍ୟନ୍ତ ଶତାଧିକ ପୁରସ୍କାର ପ୍ରାପ୍ତ କରି ଉଚ୍ଚ ପ୍ରଶଂସିତ ହୋଇ ସାରିଛନ୍ତି।

- Advertisement -

ସମ୍ବଲପୁରର ମୋଦିପଡା ନିବାସୀ ରାଧେଶ୍ୟାମ ଓ ସୁନନ୍ଦା କରଙ୍କ ଦ୍ୱିତୀୟ ପୁତ୍ର ଶିଶିରଙ୍କ ଛୋଟ ସମୟରୁ ହିଁ ଫଟୋ ଚିତ୍ର ପ୍ରତି ବେଶ ଦୂର୍ବଳତା ରହି ଆସିଛି। ସେ କଲେଜ ପଢ଼ିବା ଦିନ ଠାରୁ ହିଁ କ୍ୟାମେରା ସହିତ ଖେଳିବା ଆରମ୍ଭ କରି ସାଙ୍ଗ ସାଥି ଓ ପରିଚିତ ମହଲରେ ଆକର୍ଷଣୀୟ ଫଟୋ ପାଇଁ ବେଶ ପରିଚିତ ହୋଇଥିଲେ। ପ୍ରଥମରୁ ହିଁ ଫଟୋଗ୍ରାଫି ପ୍ରତି ଅହେତୁକ ଦୁର୍ବଳତା ଥିବା ବେଳେ କିନ୍ତୁ ଜୀବିକା ପାଇଁ କଲେଜ ସରିବା ପରେ ସଂଘର୍ଷ ଆରମ୍ଭ ହୋଇ ଯାଇଥିଲା। ସେ ନିଜସ୍ୱ ଉଦ୍ୟମରେ ସ୍ୱାବଲମ୍ବୀ ହେବାର ସଂଘର୍ଷ ସହିତ ସେ ଫଟୋଗ୍ରାଫିକୁ ଜାରି ରଖିଥିଲେ। ତେବେ ଫଟୋଗ୍ରାଫି ପ୍ରତି ତାଙ୍କର ସଉକ ଓ ନିଶା ତାଙ୍କୁ ଶେଷରେ ଏକ ପ୍ରଫେସନାଲ ଫଟୋଗ୍ରାଫର ଭାବରେ ଗଢ଼ି ତୋଳିଥିଲା। ଏବେ ସେ ବିଗତ ଏକ ଦଶନ୍ଧିରୁ ଅଧିକ ସମୟ ହେବ ପ୍ରଫେସନାଲ ଫଟୋଗ୍ରାଫର ଭାବରେ ବହୁ ସୁନାମ ଅର୍ଜନ ରାଜ୍ୟକୁ ଗୌରାବନ୍ୱିତ କରି ସାରିଛନ୍ତି। ସାଧାରଣ ମଧ୍ୟବିତ୍ତ ପରିବାରରୁ ବାହାରି ଆର୍ନ୍ତଜାତୀୟସ୍ତରରେ ପହଞ୍ଚିଥିବା ଶିଶିର ଆଜିକାଲିର ଟ୍ରେଣ୍ଡରୁ ହଟି ଏକ ଭିନ୍ନ କ୍ଷେତ୍ରରେ କେରିୟର କରିବାକୁ ଚାହୁଁଥିବା ଯୁବପିଢ଼ିଙ୍କ ପାଇଁ ପ୍ରେରଣା ଉତ୍ସ ଅଟନ୍ତି। ତାଙ୍କର ଫଟୋ ଗୁଡିକ ନେସନାଲ ଜିଓଗ୍ରାଫି, ବିଭିନ୍ନ ରାଜ୍ୟର ଟୁରିଜମ ବିଭାଗ, କମ୍ପାନୀ ପ୍ରୋଜେକ୍ଟ, ନାମୀଦାମୀ କ୍ୟାଲେଣ୍ଡର ଆଦି ଗୁଡିକରେ ପ୍ରକାଶିତ ହୋଇ ସାରିଛି।

ଏ ସର୍ମ୍ପକରେ ଶିଶିର କହିନ୍ତି ଯେ, ସେ କେବେ ହେଲେ ଜୀବନରେ ଭାବି ନ ଥିଲେ ଯେ ପ୍ରଫେସନାଲ ଫଟୋଗ୍ରାଫର ଭାବରେ କେରିୟର କରିବେ। ଆମ ସମୟରେ ଚାଲିଥିବା ଟ୍ରେଣ୍ଡ ଅନୁଯାୟୀ ମେନେଜମେଣ୍ଟ ଗ୍ରାଜୁଏଟ କରିବା ପରେ ସ୍ୱାବଲମ୍ବୀ ହେବା ପାଇଁ ସଂଘର୍ଷ ଆରମ୍ଭ କରିଥିଲେ। କିନ୍ତୁ ମୋର ସଉକ ପାଇଁ ଫଟୋଗ୍ରାଫି ଜାରି ରଖିଥିଲି। ପରେ ଧିରେ ଧିରେ ଏହି କ୍ଷେତ୍ରରେ ଆଗକୁ ବଢ଼ିବା ପରେ ମୁଁ କେତେବେଳେ ପ୍ରଫେସନାଲ ଫଟୋଗ୍ରାଫର ପାଲଟି ଗଲି ମୁଁ ମଧ୍ୟ ଜାଣି ପାରିଲି ନାହିଁ। ତେବେ ମୁଁ ଏହି କେରିୟରକୁ ନେଇ ଖୁବ ଖୁସି, କାରଣ ଏହା ଦ୍ୱାରା ରୋଜଗାର ହେବା ସହିତ ମୋର ସଉକ ମଧ୍ୟ ପୂରଣ ହେଉଛି। ଯାହା ମୋତେ ଜୀବନରେ ଶାନ୍ତି ପ୍ରଦାନ କରୁଛି ଏବଂ ନିତିଦିନ କିଛି ନୂତନ କରିବା ପାଇଁ ଉତ୍ସାହିତ କରୁଛି ବୋଲି ଶିଶିର କହିଛନ୍ତି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories