www.samajalive.in
Sunday, December 14, 2025
16.1 C
Bhubaneswar

ରୁଷ ପରେ ଏବେ ଚୀନ୍‌ର ଦାବି – ଡିସେମ୍ବର ସୁଦ୍ଧା ବଜାରକୁ ଆସିବ କରୋନା ଟୀକା

ନୂଆଦିଲ୍ଲୀ :  ବିଶ୍ବର ବିଭିନ୍ନ ସ୍ଥାନରେ ବୈଜ୍ଞାନିକମାନେ କରୋନା ମହାମାରୀ ରୋକିବା ପାଇଁ ଏହାର ଟୀକା ବାହାର କରିବାରେ ଲାଗିପଡିଛନ୍ତି। ରୁଷ ପରେ ଚୀନ୍ ବର୍ତ୍ତମାନ ଦାବି କରିଛି ଯେ ଡିସେମ୍ବର ଶେଷ ସୁଦ୍ଧା କରୋନା ଟୀକା ବଜାରକୁ ଆସିବ। ଏହାର ମୂଲ୍ୟ ୧୦ ହଜାରରୁ ଅଧିକ ରହିବ ବୋଲି ଜଣାଯାଇଛି।

ଚୀନର ଗ୍ଲୋବାଲ ଟାଇମ୍ସ ଖବରକାଗଜର ରିପୋର୍ଟ ଅନୁଯାୟୀ, ଏହି ଟୀକା ଚୀନର ସିନୋଫାର୍ମ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଉଛି। ବର୍ତ୍ତମାନ ଏହି ଟୀକାର ତୃତୀୟ ପରୀକ୍ଷା ଚାଲିଛି ଏବଂ ଏହା ପରେ ବଜାରକୁ ଆଣିବା ପାଇଁ ସମୀକ୍ଷା କରାଯିବ।

- Advertisement -

ସୂଚନାଯୋଗ୍ୟ, ଏହି ଟୀକା ବଜାରକୁ ଆସିବା ପରେ ଏହାର ଦୁଇଟି ଡୋଜର ମୂଲ୍ୟ ୧୦ ହଜାର ଟଙ୍କା ରଖାଯିବ ଏବଂ ପରେ ଯେତେବେଳେ ତାହା ବଜାରରେ ସମ୍ପୂର୍ଣ୍ଣ ଭାବେ ଉପଲବ୍ଧ ହେବ, ସେତେବେଳେ ତାହାର ମୂଲ୍ୟ ହ୍ରାସ କରାଯିବ।

ଚୀନର ଜାତୀୟ ଫାର୍ମାସ୍ୟୁଟିକାଲ୍ ଗ୍ରୁପ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କରୋନା ଟୀକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ଶେଷ ହେବା ପରେ ବଜାରକୁ ଛଡାଯିବ। ଏହା ଚୀନର ସମସ୍ତ ନାଗରିକଙ୍କ ପାଇଁ ଉପଲବ୍ଧ ହେବ ନାହିଁ। ଯେଉଁମାନେ କରୋନାର ଶିକାର ହୋଇଛନ୍ତି କେବଳ ସେମାନଙ୍କ ପାଇଁ ଏହା ଉପଲବ୍ଧ ରହିବ।

ବେଜିଂ ଏବଂ ଉହାନରେ ସିନୋଫାର୍ମାରେ ଦୁଇଟି ଭିନ୍ନ ଟିକା ପ୍ରସ୍ତୁତ କରାଯାଉଛି। ଯେଉଁମାନେ ସହରରେ ରହୁଛନ୍ତି କେବଳ ସେହିମାନେ ହିଁ ଏହି ଇଞ୍ଜେକ୍ସନ ନେବେ। ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କୁ ଏହି ଟିକା ନେବା ଆବଶ୍ୟକ ନାହିଁ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories