ଅନ୍‍ଲାଇନ୍‍ ପରୀକ୍ଷା ହେଲେ ୫୦ ହଜାର ଗଛ ବଞ୍ଚିଯିବ

0

ନୂଆଦିଲ୍ଲୀ: ଏଣିକି ସ୍କୁଲ୍‍ରେ ନାମ ଲେଖା, ପରୀକ୍ଷା ଓ ଅନ୍ୟାନ୍ୟ କାର୍ଯ୍ୟ ଅନ୍‍ଲାଇନ୍‍ ବା କମ୍ପ୍ୟୁଟର ମାଧ୍ୟମରେ କରିବାକୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‍ଇ) ଚିନ୍ତା କରୁଛି। ଏହାଦ୍ୱାରା ବର୍ଷକୁ ୫୦ ହଜାର ବୃକ୍ଷକୁ କଟା ହେବାରୁ ରକ୍ଷା କରାଯାଇପାରିବ ଓ ୧୦୦ କୋଟି ଟଙ୍କାର ସଞ୍ଚୟ କରାଯାଇପାରିବ ବୋଲି ସିବିଏସ୍‍ଇ କହିଛି।
ସିବିଏସ୍‍ଇର କହିବା ଅନୁଯାୟୀ, ପ୍ରତିବର୍ଷ ଦେଢ଼ କୋଟି ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ବୁଲେଟିନ୍‍, ପ୍ରବେଶ ପତ୍ର, ଉପସ୍ଥାନ ବହି ଓ ଅନ୍ୟାନ୍ୟ ରେକର୍ଡ ପାଇଁ ୩୦ କୋଟି ପୃଷା ଲାଗୁଛି। ଏଥିପାଇଁ ୫୦ ଲକ୍ଷ ରିମ୍‍ କାଗଜ ଖର୍ଚ୍ଚ ହେଉଛି ଏବଂ ୫୦ ହଜାର ବୃକ୍ଷ କାଟିବାକୁ ପଡ଼ୁଛି। ଅନ୍‍ଲାଇନ୍‍ ଦ୍ୱାରା ଏହି ଖର୍ଚ୍ଚକୁ ରକ୍ଷା କରାଯାଇପାରିବ।
ଏ ସମ୍ପର୍କରେ ସିବିଏସ୍‍ଇ ଅଧ୍ୟକ୍ଷ ଅନିତା କାରୱାଲ୍‍ କହିଛନ୍ତି ଯେ ଅନ୍‍ଲାଇନ୍‍ ଆଡ୍‍ମିଶନ୍‍ ଓ ପରୀକ୍ଷା ପ୍ରକ୍ରିୟା ଦ୍ୱାରା ପରିଚାଳନାରେ ଶୀଘ୍ରତା ଓ ସ୍ୱଚ୍ଛତା ଆସିବ। ପ୍ରଶ୍ନପତ୍ର ପ୍ରଘଟ ପରି ସମସ୍ୟାର ସମାଧାନ ହୋଇପାରିବ। ଉଭୟ ଛାତ୍ରଛାତ୍ରୀ ଓ ପରୀକ୍ଷକଙ୍କ ସମୟ ସଞ୍ଚୟ ହୋଇପାରିବ।

Leave A Reply