www.samajalive.in
Tuesday, December 9, 2025
15.1 C
Bhubaneswar

ଦୁଲିପ ଟ୍ରଫି ଖେଳିବାକୁ ଯିବାବେଳେ ଦିନେ ଧୋନୀଙ୍କ ନିକଟରେ ନ ଥିଲା ପଇସା, ଆଜି ସିଏ ଏତେ ସମ୍ପତ୍ତିର ମାଲିକ

ଦିନକ ତଳେ ଆନ୍ତର୍ଜାତିକ କ୍ରିକେଟରୁ ସନ୍ୟାସ ନେଇଥିବା ମହେନ୍ଦ୍ର ସିଂହ ଧୋନୀ ହେଉଛନ୍ତି ଜଣେ ପରଶ ମଣି । ମାଟିରୁ ଆକାଶରେ ପହଞ୍ଚିଥିବା ଜଣେ ସଫଳ କ୍ରିକେଟର । ଦିନ ଥିଲା ଯେତେବେଳେ ଧୋନୀ ରାଞ୍ଚିରୁ ଅନ୍ୟ ସହରକୁ କ୍ରିକେଟ୍ ଖେଳିବାକୁ ଯିବାବେଳେ ତାଙ୍କ ପାଖରେ ପଇସା ନ ଥିଲା । 

ଆପଣମାନେ ଯଦି ସୁଶାନ୍ତ ସିଂହ ରାଜପୁତ ଅଭିନୀତ ‘‘ … ଦି ଅନଟୋଲ୍ଡ଼ ଷ୍ଟୋରୀ’ ଦେଖିଥିବେ ତେବେ ଧୋନୀଙ୍କ ଜୀବନ ଯାତ୍ରା ଓ କ୍ରିକେଟ ସଂଘର୍ଷ ସମ୍ପର୍କରେ  ବହୁତ କଥା ଜାଣି ପାରିଥିବେ । ଯେତେବେଳେ ଦୁଲିପ ଟ୍ରଫି ଖେଳିବାକୁ ତାଙ୍କର ମନୋନୟନ ହେଲା, ସେତେବେଳେ ବିମାନଯାତ୍ରା କରିବାକୁ ତାଙ୍କ ପାଖରେ ଟଙ୍କା ନ ଥିଲା । ତାଙ୍କର କିଛି ବନ୍ଧୁ ଟଙ୍କା ଯୋଗାଡ଼ କରି ଯିବାର ବ୍ୟବସ୍ଥା କରିଥିଲେ । ୨୦୦୧ ମସିହାରେ ଧୋନୀ ଯେତେବେଳେ ରେଳବାଇରେ ଚାକିରି ପାଇଲେ ସେତେବେଳେ ତାଙ୍କ ମାସିକ ଦରମା ଥିଲା ପ୍ରାୟ ୩ ହଜାର ଟଙ୍କା । ମାତ୍ର ସମୟ ଚକ ଏମିତି ଘୂରିଲା ଯେ କେଇ ବର୍ଷ ମଧ୍ୟରେ ଧୋନୀ ଦେଶର ସବୁଠୁ ଅଧିକ ରୋଜଗାର କରୁଥିବା ସେଲିବ୍ରିଟି ଖେଳାଳିରେ ପରିଣତ ହୋଇଗଲେ ।

- Advertisement -

ଧୋନୀଙ୍କ ସମ୍ପତ୍ତି କେତେ ତାହା ତାଙ୍କର ଆୟକର ରିଟର୍ଣ୍ଣରୁ ସ୍ପଷ୍ଟ ହୋଇ ଯାଇଛି । ଧୋନୀ ଯଦିଓ ଆନ୍ତର୍ଜାତିକ କ୍ରିକେଟରୁ ଅବସର ନେଇଛନ୍ତି, ତଥାପି ତାଙ୍କର କ୍ରିକେଟରୁ ଆୟ କିଛି ବିଶେଷ କମି ନାହିଁ । ସେ ଏବେ ବି ଆଇପିଏଲ ଖେଳୁଛନ୍ତି, ବିଭିନ୍ନ କମ୍ପାନୀ ନିମନ୍ତେ ବିଜ୍ଞାପନ କରୁଛନ୍ତି।

ସୂଚନା ଅନୁସାରେ ୨୦୧୬ ମସିହାରେ ତାଙ୍କର ମୋଟ ସମ୍ପତ୍ତି ପରିମାଣ ୧୦୭୯ କୋଟି ଟଙ୍କା ଥିଲା । ୨୦୧୭ରେ ଏହା ୧୧୫୨ କୋଟିକୁ ବୃଦ୍ଧି ପାଇଥିଲା ଓ ୨୦୧୮ ମସିହାରେ ଏହା ୧୨୩୫ କୋଟିକୁ ଓ ୨୦୧୯ରେ ୧୩୯୯ କୋଟିକୁ ବୃଦ୍ଧି ପାଇଛି । ୨୦୨୦ରେ ତାଙ୍କର ମୋଟ ଶୁଦ୍ଧ ସମ୍ପତ୍ତି (ନେଟ୍ ପ୍ରପର୍ଟି) ପ୍ରାୟ ୧୫୫୧ କୋଟି ଟଙ୍କା ଆକଳନ କରାଯାଇଛି । ବିଶ୍ଵ କ୍ରିକେଟର ସବୁଠୁ ୩ ଧନୀ ଖେଳାଳିଙ୍କ ମଧ୍ୟରେ ଧୋନୀ ଜଣେ । ସଚିନ ତେନ୍ଦୁଲକର ଓ ବିରାଟ କୋହଲି କେବଳ ଏ କ୍ଷେତ୍ରରେ ଧୋନୀଙ୍କଠାରୁ ଆଗରେ ଅଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories