www.samajalive.in
Sunday, December 7, 2025
18.1 C
Bhubaneswar

ଧର୍ମଶାଳାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କେତେ କାର୍ଯ୍ୟକ୍ଷମ? ଗୋଦରା କୋଡେ ଯେତେ ମାଡେ ସେତେ

ଗଡମଧୁପୁର : ପାନୀୟ ଜଳର ଅଭାବକୁ ପୁରଣ ପାଇଁ ଆମ ସରକାର ଭୁତଳ ଜଳକୁ ଓଭର ହେଡ ପାଣି ଟାଙ୍କି ନିର୍ମାଣ ଜରିଆରେ ଲୋକମାନଙ୍କ ଘର ଦୁଆର ମୁହଁରେ ପହଞ୍ଚାଇବା ପଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଏହି ଯୋଜନାର ମୂଳ ଲକ୍ଷ ହୋଇଥିବାରୁ ଏହି ଯୋଜନାରେ ପ୍ରତି ପଞ୍ଚାୟତରେ ପ୍ରକଳ୍ପ ପରେ ପ୍ରକଳ୍ପ ତିଆରି ଚାଲିଛି। ଅନେକ ପ୍ରକଳ୍ପ ଏବେ ଅଚଳ ହୋଇ ପଡିଥିବାବେଳେ ଅନେକ ପଂଚାୟତରେ ନୂଆକରି ପ୍ରକଳ୍ପ ତିଆରି ଚାଲିଛି। ଗୋଦରା କୋଡେ ଯେତେ ମାଡେ ସେତେ ନ୍ୟାୟରେ ଗୋଟିଏ ଗୋଟିଏ ପ୍ରକଳ୍ପ ଆରମ୍ଭ ହେଉଥିବା ବେଳେ ପୁର୍ବରୁ ତିଆରି ପ୍ରକଳ୍ପଟି ଶୋଷ ମେଣ୍ଟାଇବାରେ ବିଫଳ ହେଉଛି। ଏହି ପ୍ରକଳ୍ପ ଗୁଡିକରେ ପାଖା ପାଖି ୫ରୁ ୭ କୋଟି ଲେଖାଏଁ ଖର୍ଚ୍ଚ ହେଉଥିଲେ ହେଁ ଅନୁମୋଦିତ ଅର୍ଥ ବାଟ ମାରଣା କାରଣରୁ ପ୍ରକଳ୍ପ ଠିକ ଭାବରେ କାର୍ଯ୍ୟକ୍ଷମ ହେବା ପୂର୍ବରୁ ଅଚଳ ହୋଇଯାଉଛି। ଏ ନେଇ ଅନେକ ଅଭିଯୋଗ ହେଉଥିଲେ ହେଁ ବିଭାଗ ସେଥିପ୍ରତି କର୍ଣ୍ଣପାତ କରୁନାହିଁ ବରଂ ନୁଆକରି କରାଯାଉଥିବା ପ୍ରକଳ୍ପରେ ଅନିୟମିତତା କରାଯାଇ ପ୍ରକଳ୍ପର ସ୍ଥାୟିତ୍ୱ ଉପରେ ଉଠୁଛି ଅନେକ ପ୍ରଶ୍ନ। ପ୍ରଶ୍ନ ପରେ ପ୍ରଶ୍ନ ବିଭାଗକୁ କାଠଗଡାକୁ ଟାଣୁଥିଲେ ହେ ପ୍ରଶାସନ ବେଶ୍ ଚତୁରତାର ସହିତ ଦୁର୍ନୀତିକୁ ଘଣ୍ଟ ଘୋଡାଇ ଠିକାଦାରକୁ ଅହେତୁକ ଅନୁକମ୍ପା ଦେଖାଉଥିବା ଅଭିିଯୋଗ ହୋଇ ଆସୁଛି। ପାଣି ଲୋକମାନଙ୍କ ଘର ପାଖରେ ପହଞ୍ଚାଇବା ପୂର୍ବରୁ ଅଧା ବାଟରେ କୋଉଠି ପାଇପ୍ ଫାଟି ଯାଉଛିି ତ କୋଉଠି ବିିଜୁଳି ଯୋଗାଣରେ ଅବହେଳା। ଅନେକ ଟାଙ୍କିରୁ ଏବେ ପାଣି ଝରୁଛି। ତେଣୁ ସତ ଲୁଚାଇବାକୁ ଟାଙ୍କିକୁ ପାଣି ସପ୍ଲାଏ ବନ୍ଦ କରିଦିଆଯାଇଛି। ରେଖିଦେଇପୁର ପଂଚାୟତରେ ଆଜକୁ ୪/୫ ବର୍ଷ ପୂର୍ବରୁ ତିଆରି ହୋଇଥିବା ଓଭର ହେଡ୍ ପାଣି ଟାଙ୍କିରୁ ପାଣି ଲିକ୍ ହେଉଥିବାର ଅଭିଯୋଗ ହୋଇଥିଲେ ହେଁ ବିଭାଗୀୟ ଅଧିକାରୀ କିମ୍ବା ପ୍ରସାସନିକ ଅଧିକାରୀ ଏହାର ତଦନ୍ତ କରି ନଥିବା କିମ୍ବା ଏହାର ମରାମତି କିମ୍ବା କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଇନଥିବା ଗ୍ରାମବାସୀମାନେ କହନ୍ତି। ସେହିପରି ବ୍ଲକରେ ଯେତେ ଗୁଡିଏ ଏଭଳି ଛୋଟ ବଡ ପ୍ରକଳ୍ପ ହୋଇଛି ପ୍ରସାଶନ ଯଦି ଏହାର ଏକ ତଦନ୍ତ କରନ୍ତି ତେବେ ଏହି ବାବଦରେ ବ୍ୟୟ କରାଯାଇଥିବା କୋଟି କୋଟି ଟଙ୍କା ଯେ ପାଣିରେ ପଡିଛି ତାହ ଲୋକଲୋଚନକୁ ଆସି ପାରନ୍ତା। ଏପରି କ୍ଷେତ୍ରରେ ଏହି ଯୋଜନାର ସଫଳତାକୁ ନେଇ ଏବେ ସବୁଠି ଚର୍ଚ୍ଚା।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories