ବୈଷୟିକ ଜ୍ଞାନକୌଶଳ ଯୋଗୁଁ ଜିଏସ୍‍ଟି ବିଫଳ: ଆଧିଆ

0

ନୂଆଦିଲ୍ଲୀ: ଆବଶ୍ୟକ ବୈଷୟିକ ଜ୍ଞାନକୌଶଳ ଅଭାବରୁ ଜିଏସ୍‍ଟିର କାର୍ଯ୍ୟକାରିତା ପରୋକ୍ଷ କର ବ୍ୟବସ୍ଥା ତୁଳନାରେ ବିଫଳ ହୋଇଛି ବୋଲି କହିଛନ୍ତି କେନ୍ଦ୍ର ଅର୍ଥସଚିବ ହସ୍‍ମୁଖ ଆଧିଆ। ବୈଷୟିକ ଜ୍ଞାନକୌଶଳ ବିକାଶ ଓ ଉପଯୋଗ ଦାୟିତ୍ୱରେ ଥିବା କର୍ମଚାରୀମାନେ କଠିନ ପରିଶ୍ରମ କରି ଏକ ତ୍ରୁଟି ଶୂନ୍ୟ ସଫ୍ଟୱେର ବିକାଶ କରିଛନ୍ତି। କିନ୍ତୁ ରୂପାୟନରେ ତ୍ରୁଟି ଯୋଗୁଁ ଜିଏସ୍‍ଟିଏନ୍‍ ସଫଳ ହୋଇପାରିନାହିଁ। ଜିଏସ୍‍ଟି କାର୍ଯ୍ୟକାରିତା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରାଯାଇଥିବାରୁ ସଫ୍ଟୱେରର ସଫଳ ଉପଯୋଗ କରାଯାଇପାରିନାହଁ ବୋଲି ସେ କହିଛନ୍ତି। ଜିଏସ୍‍ଟିର ୧ବର୍ଷ ପୂର୍ତ୍ତି ଅବସରରେ ଏକ ସର୍ବେକ୍ଷଣ କରାଯାଇଥିଲା। ଏଥିରୁ ଜିଏସ୍‍ଟି କାର୍ଯ୍ୟକାରିତା ମାତ୍ର ୫୦% ହୋଇଥିବା ଜଣାପଡ଼ିଥିଲା।

Leave A Reply