www.samajalive.in
Sunday, December 7, 2025
26.1 C
Bhubaneswar

କରୋନା ଯୋଦ୍ଧା ପେଟ୍ରସ ଟିଗାଙ୍କୁ ଓଡିଶା ପୁଲିସର ଗାର୍ଡ ଅଫ ଅନର

ସମ୍ବଲପୁର : ସମ୍ବଲପୁର ଜିଲା ରେଙ୍ଗାଲି ଥାନାରେ କାର୍ଯ୍ୟରତ କନେଷ୍ଟବଳ ପେଟ୍ରସ ଟିଗା ବିଗତ କିଛି ଦିନ ହେବ ଅସୁସ୍ଥତା ଯୋଗୁଁ ସେ ଘରେ ସଙ୍ଗରୋଧ ରହିଥିଲେ। ତେବେ ଗତ ୭ ତାରିଖରେ ତାଙ୍କର ଦେହ ଅଧିକ ଖରାପ ହେବାରୁ ସେ ଅଇଁଠାପାଲି ସ୍ଥିତ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ନେଇ ଘରକୁ ଫେରିଥିଲେ। କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ବୁର୍ଲା ଭିମସାରକୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ କରୋନା ପଜିଟିଭ ଚିହ୍ନଟ ହେବାରୁ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା। ତେବେ ୫୨ ବର୍ଷିୟ କନେଷ୍ଟବଳ ଟିଗାଙ୍କ ସୋମବାର ବିଳମ୍ବିତ ରାତ୍ରିରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି।

କରୋନା ଯୋଗୁଁ ସମ୍ବଲପୁର ପୁଲିସରେ ମୃତ୍ୟୁବରଣର ଏହି ଘଟଣା ପ୍ରଥମ ଅଟେ। କନେଷ୍ଟବଳ ପେଟ୍ରସଙ୍କ ମୃତ୍ୟୁ ଖବର ଶୁଣି ଉତ୍ତରାଞ୍ଚଳ ପୁଲିସ ଡିଆଇଜି ଜୟନାରାୟଣ ପଙ୍କଜ, ସମ୍ବଲପୁର ଜିଲାପାଳ ଶୁଭମ ସାକ୍ସସେନା, ଏସପି ଡା. କନୱର ବିଶାଳ ସିଂହ ଙ୍କ ସମେତ ଜିଲା ପ୍ରଶାସନ ଓ ପୁଲିସ ପ୍ରଶାସନର ଅଧିକାରୀ ମାନେ ତାଙ୍କୁ ଶେଷ ସମ୍ମାନ ଜଣାଇଛନ୍ତି। ଏହା ସହିତ ମଙ୍ଗଳବାର ସ୍ଥାନୀୟ ରିଜର୍ଭ ପୁଲିସ ଲାଇନରେ ସ୍ୱର୍ଗତ କରୋନା ଯୋଦ୍ଧା ପେଟ୍ରସ ଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି। ଜିଲା ପୁଲିସ ପକ୍ଷରୁ ମୃତ କରୋନା ଯୋଦ୍ଧାଙ୍କ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରାଯାଇଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories