www.samajalive.in
Sunday, December 7, 2025
16.1 C
Bhubaneswar

ସାନଭାଇର ଛୁରା ମାଡରେ ବଡଭାଇ, ଭାଉଜ ଗୁରୁତର; ମା’ର ମୁଣ୍ଡ ଜାମିନ ରଖି ଘର ଭିତରେ ଲୁଚିଛି ସାନପୁଅ

ପିପିଲି: ପାରିବାରିକ କଳହରୁ ନିଜ ବଡଭାଇ ଓ ଭାଉଜକୁ ଛୁରାଭୁସି ଗୁରୁତର କରିଛି ସାନଭାଇ। ନିଜକୁ ବଞ୍ଚାଇବା ପାଇଁ ନିଜ ମାଆର ମୁଣ୍ଡକୁ ଜାମିନ ରଖି ଘର ଭିତରେ ଲୁଚି ରହିଛି ସାନ ପୁଅ। ଏଣେ ଅଭିଯୁକ୍ତ ସାନପୁଅ କବଳରୁ ମାଆକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ସାନପୁଅକୁ କାବୁ କରିବା ପାଇଁ ପୁଲିସ ଗତକାଲି ରାତିରୁ ଉଦ୍ୟମ ଜାରି ରଖି ନାକେଦମ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପିପିଲି ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ରଥସାହିରେ। ପୁଲିସ ଅଭିଯୁକ୍ତର ଘରକୁ ଚାରିପଟୁ ଘେରି ରହି ତାକୁ ଆତ୍ମସମର୍ପଣ କରିବା ପାଇଁ ବୁଝାଇବାରେ ବ୍ୟସ୍ତ ଥିବା ସୂଚନା ମିଳିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, କୌଶଲ୍ୟାଗଙ୍ଗ ଫାଣ୍ଡି ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ରଥସାହିର ଦିଲିପ ରଥ (୪୪) ପାରିବାରିକ କଳହକୁ କେନ୍ଦ୍ର କରି ଗତକାଲି ରାତି ସାଢେ ୯ଟା ସମୟରେ ନିଜର ବଡଭାଇ ନିରଞ୍ଜନ ରଥ ଓରଫ ନିଲୁ(୫୦)ଙ୍କ ପେଟରେ ଏକ ଛୁରି ଭୁସି ଦେଇଥିଲା। ନିରଞ୍ଜନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିବା ସମୟରେ ତାଙ୍କ ପତ୍ନୀଙ୍କୁ ମଧ୍ୟ ଦିଲିପ ଛୁରିରେ ଆକ୍ରମଣ କରିବାରୁ ସେ ମଧ୍ୟ ଗୁରୁତର ଭାବେ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ କ୍ୟାପିଟାଲ ହସ୍‍ପିଟାଲ୍‍ରେ ଭର୍ତ୍ତି କରିଥିବା ବେଳେ ପରେ ସେଠାରୁ ଉଭୟଙ୍କୁ ଏକ ଘରୋଇ ହସ୍‍ପିଟାଲ୍‍କୁ ସ୍ଥାନାନ୍ତର କରାଯାଇଥିଲା। ନିରଞ୍ଜନଙ୍କ ଅବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି। ଖବର ପାଇ ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳ, ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି, କୌଶଲ୍ୟାଗଙ୍ଗ ଫାଣ୍ଡି ପୁଲିସ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତ ଦିଲିପ ନିଜ ବିଧବା ମାଆକୁ ନେଇ ଏକ ଘର ମଧ୍ୟରେ ପଶିଯାଇଥିଲା। ତାକୁ ଧରିବାକୁ ଚେଷ୍ଟା କଲେ ସେ ନିଜ ମାଆକୁ ମାରିଦେବା ସହ ନିଜକୁ ମଧ୍ୟ ଛୁରି ଭୁସି ଦେବ ବୋଲି ମାଆ ବେକରେ ଛୁରି ଲଗାଇ ଧମକ ଦେଇଥିଲା। ପୁଲିସ ରାତି ତମାମ୍‍ ଉକ୍ତ ଘରକୁ ଚାରିପଟୁ ଘେରି ରହିଛି। ଅଭିଯୁକ୍ତ କବଳରୁ ମାଆକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ମଧ୍ୟ ସୁରକ୍ଷିତ ଭାବେ କାବୁ କରିବା ପାଇଁ ପୁଲିସ ଉଦ୍ୟମ ଚଳାଇବା ସହ ତାକୁ ବାରମ୍ବାର ବୁଝାଇବାକୁ ଚେଷ୍ଟା ଚଳାଇଛି। ତେବେ ଅଭିଯୁକ୍ତକୁ କାବୁ କରିବା ପାଇଁ ଦୀର୍ଘ ୧୫ଘଣ୍ଟାକାଳ ପୁଲିସ ଉଦ୍ୟମ ଚଳାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସଫଳ ହୋଇପାରିନଥିବା ସୂଚନା ମିଳିଛି। ଏହି ଘଟଣାଟି ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories