www.samajalive.in
Saturday, December 13, 2025
14.1 C
Bhubaneswar

ମସଜିଦ୍ ଜମିରେ ଡ଼ାକ୍ତରଖାନା, ଲାଇବ୍ରେରୀ ନିର୍ମାଣ ହେବ, ଶିଳାନ୍ୟାସ ନିମନ୍ତେ ଯୋଗୀ ଆଦିତ୍ୟନାଥଙ୍କୁ ନିମନ୍ତ୍ରଣ

ଅଯୋଧ୍ୟାର ଧନ୍ନୀପୁର ଗାଁରେ ମସଜିଦ୍ ନିମନ୍ତେ ଦିଆଯାଇଥିବା ୫ ଏକର ଜମିରେ ଡ଼ାକ୍ତରଖାନା, ଲାଇବ୍ରେରୀ, କମ୍ୟୁନିଟି ରନ୍ଧନଶାଳା ଓ ଗବେଷଣା କେନ୍ଦ୍ର ନିର୍ମାଣ କରିବ ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ଼ । ଏଥିପାଇଁ ହେବାକୁଥିବା ଶିଳାନ୍ୟାସ ନିମନ୍ତେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିମନ୍ତ୍ରଣ କରାଯିବ । ମସଜିଦ୍ ନିର୍ମାଣ ନିମନ୍ତେ ଗଠିତ ଇଣ୍ଡୋ ଇସଲାମିକ କଲଚରାଲ ଫାଉଣ୍ଡେସନର ସମ୍ପାଦକ ଅତହର ହୁସେନ ଏହି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କେବଳ ଏହି ଶିଳାନ୍ୟାସରେ ଯୋଗ ଦେବେ ନାହିଁ, ପକ୍ଷାନ୍ତରେ ସେ ଏଥିନିମନ୍ତେ ସହାୟତା କରିବେ ବୋଲି ହୁସେନ ଆଶା ପ୍ରକାଶ କରିଛନ୍ତି ।

ତେବେ ଯୋଗୀ ଆଦିତ୍ୟନାଥ କେବଳ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେବେ ନା ମସଜିଦ୍ ନିର୍ମାଣ ନିମନ୍ତେ ଆଧାରଶିଳା ରଖିବେ ବୋଲି ହୁସେନଙ୍କୁ କରାଯାଇଥିବା ଏକ ପ୍ରଶ୍ନରେ ସେ କହିଛନ୍ତି ଇସଲାମିକ୍ ଦର୍ଶନରେ ୪ଟି ପ୍ରମୁଖ ମତ ରହିଛି । ଏଥିରେ ମସଜିଦ୍ ନିର୍ମାଣ ନିମନ୍ତେ କୌଣସି ଶିଳାନ୍ୟାସର ବ୍ୟବସ୍ଥା ନାହିଁ । ସେ କହିଛନ୍ତି ଯେ ଅଯୋଧ୍ୟାରେ ପ୍ରସ୍ତାବିତ ମସଜିଦ୍‌ ବାବ୍ରୀ ନାମରେ ହେବା ନେଇ କୌଣସି ପ୍ରସ୍ତାବ ମଧ୍ୟ ନାହିଁ । ମସଜିଦ୍ ଏ ନବାବୀ (ସାଉଦୀ ଆରବର ମଦିନା ମସଜିଦ) ଓ  କିଛି ମସଜିଦ୍ ବ୍ୟତୀତ ଅନ୍ୟ ମସଜିଦ୍ ନାଁ କୌଣସି ଅର୍ଥ ରଖେ ନାହିଁ ।  ହୁସେନ ଏ କଥା ମଧ୍ୟ କହିଛନ୍ତି ଯେ ଫାଉଣ୍ଡେସନ କାର୍ଯ୍ୟାଳୟ ଲକ୍ଷ୍ନୌରେ ୧୦-୧୨ ଦିନ ମଧ୍ୟରେ କାମ ଆରମ୍ଭ ହେବ । ଅଯୋଧ୍ୟାର ଜିଲା ଅଧିକାରୀ ମସଜିଦ୍ ନିମନ୍ତେ ୫ଏକର ଜମି ପ୍ରଦାନ କରିଛନ୍ତି । ତାହାର କାଗଜପତ୍ର ମଧ୍ୟ ମିଳି ସାରିଛି ।

Hot this week

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

Related Articles

Popular Categories