www.samajalive.in
Saturday, December 6, 2025
14.1 C
Bhubaneswar

ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉପହାର; ଶୁଭାରମ୍ଭ କଲେ ୧ ଲକ୍ଷ କୋଟିର କୃଷି ଭିତ୍ତିଭୂମି ପାଣ୍ଠି

ନୂଆଦିଲ୍ଲୀ: ଦେଶର କୃଷକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପହାର ଭେଟି ଦେଇଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ୧ ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି। ଏହା ସହିତ ପିଏମ-କିସାନ ଯୋଜନାରେ ୮.୫ କୋଟି ଚାଷୀଙ୍କ ପାଇଁ ୬ଷ୍ଠ କିସ୍ତି ବାବଦରେ ୧୭ ହଜାର କୋଟି ଟଙ୍କା ଛାଡ଼ିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ହେଉଛି ପବିତ୍ର ହଳ ଷଷ୍ଠୀ। ଏହା ଭଗବାନ ବଳରାମଙ୍କ ଜନ୍ମ ବାର୍ଷିକୀ। ଏହି ଅବସରରେ ଦେଶର ଚାଷୀମାନଙ୍କୁ ମୁଁ ଜନ୍ମଦିନର ଶୁଭେଚ୍ଛା ଜଣାଉଛି। ଏହି ଶୁଭ ଅବସରରେ ଚାଷୀମାନଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର କୃଷି ସହାୟତା ଘୋଷଣା କରୁଛି। ଏହାଦ୍ବାରା ଉନ୍ନତ ଷ୍ଟୋରେଜ୍, ଗ୍ରାମରେ ଆଧୁନିକ ଶୀତଳ ଭଣ୍ଡାର ଶୃଙ୍ଖଳା ସୃଷ୍ଟି କରିବାରେ ସହାୟକ ହେବ ଏବଂ ଗାଁରେ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

- Advertisement -

ସୂଚନାଯୋଗ୍ୟ, ଚଳିତ ବର୍ଷ ପ୍ରାରମ୍ଭରେ ‘କୃଷି ଭିତ୍ତିଭୂମି ପାଣ୍ଠି’ ଅଧୀନରେ ୧ ଲକ୍ଷ କୋଟି ଟଙ୍କାର ଆର୍ଥିକ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଥିଲା। ଏହି ପାଣ୍ଠି ଅମଳ ପରବର୍ତ୍ତୀ ପରିଚାଳନା ଭିତ୍ତିଭୂମି ଏବଂ କୃଷି ସମ୍ପତ୍ତି ଯେପରିକି ଶୀତଳ ଭଣ୍ଡାର, ସଂଗ୍ରହ କେନ୍ଦ୍ର, ପ୍ରକ୍ରିୟାକରଣ ୟୁନିଟ୍ ଇତ୍ୟାଦି ସୃଷ୍ଟି କରିବାରେ ବିନିଯୋଗ ହେବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories