www.samajalive.in
Saturday, December 6, 2025
14.1 C
Bhubaneswar

ପ୍ରଭୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ : ଆପଣାନ୍ତୁ ଏହି ଉପାୟ ପ୍ରାପ୍ତିି ହେବ ଶୁଭଫଳ

ସଭିଏଁ ଇଚ୍ଛା କରନ୍ତି ତାଙ୍କ ଘରେ ସୁଖଶାନ୍ତି ସର୍ବଦା ରହୁ। ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉତମ ରହୁ। ଧନସମ୍ପତି ବୃଦ୍ଧି ହେଉ। ମାତ୍ର ଅନେକ ସମୟରେ ଆମର ଇଚ୍ଛା ନଥିଲେ ମଧ୍ୟ ଅନେକ ସମୟରେ ମାନସିକ, ଶାରିରୀକ,ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ। ବାସ୍ତୁ ଅନୁଯାୟୀ, ଜ୍ୟୋତିଶାସ୍ତ୍ର ଅନୁଯାୟୀ, କିଛି ସରଳ ଉପାୟ ଦ୍ୱାରା ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା। ଚଳିତ ବର୍ଷ ଜନ୍ମାଷ୍ଟମୀ ପର୍ବ ୧୧-୧୨ ଅଗଷ୍ଟ। ତିଥି ଅନୁଯାୟୀ ଜନ୍ମାଷ୍ଟମୀ ୧୧ ଅଗଷ୍ଟ ସକାଳ ୦୯:୦୭ରୁ ଆରମ୍ଭ ହୋଇ ପରଦିନ ସକାଳ ୧୧:୧୭ ଯାଏଁ ରହିଛି। ଭଗବାନ ଶ୍ରୀକୃଷ୍ଣ ଏଭଳି ହିଁ ଦେବତା ଯେକି ଆମର ସଂସ୍କୃତିକୁ ଜଣାଇବା ସହ ନିଃସ୍ୱାର୍ଥ ପ୍ରେମ, ମିତ୍ରତା ଓ ପରୋପକାରର ସନ୍ଦେଶ ଦେଇଥାଆନ୍ତି। ତାଙ୍କ ଦିବ୍ୟ ଗୁଣକୁ ଅନୁକରଣ କରିବା ଦ୍ୱାରା ବ୍ୟକ୍ତିର ଶକ୍ତି, ବୁଦ୍ଧି ଓ ଆତ୍ମବିଶ୍ୱାସ ବୃଦ୍ଧି କରିଥାଏ। ସାରା ଜୀବନ ପ୍ରଭୁଙ୍କ ଉପାସନା କରିବା ଦ୍ୱାରା ସୁଖ ,ଶାନ୍ତି, ଆରୋଗ୍ୟ ପ୍ରାପ୍ତି ହୋଇଥାଏ। ଏହାସହ ଘରର ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ। ଜାଣନ୍ତୁ…..
– ଦମ୍ପତିଙ୍କ ମଧ୍ୟରେ କଳହ ହେଉଥିଲେ, ସମସ୍ୟା ଲାଗି ରହୁଥିଲେ, ବୈବାହିକ ଜୀବନରେ ମଧୁରତା ପାଇଁ ଉତର ଦିଗରେ ନାଚୁଥିବା ମୟୁର କିମ୍ବା ରାଧାକୃଷ୍ଣଙ୍କର ଫଟୋ ଲଗାନ୍ତୁ।
– ସନ୍ତାନ ପ୍ରାପ୍ତି ଇଚ୍ଛା ଥିଲେ ଘରେ ପ୍ରଭୁ କୃଷ୍ଣଙ୍କର ପିଲା ବେଳର କିମ୍ବା ଗାଈ ଓ ବାଛୁରୀର ଫଟୋ ଲଗାନ୍ତୁ।
– ଘରର ସଦସ୍ୟଙ୍କ ମଧ୍ୟରେ ସ୍ନେହଶ୍ରଦ୍ଧା ପାଇଁ , ଆତ୍ମବିଶ୍ୱାସ ବଜାୟ ରଖିବା ପାଇଁ ଆଙ୍ଗୁଠିରେ ଗିରି ଗୋବର୍ଦ୍ଧନ ଉଠାଇଥିବା ପ୍ରଭୁ କୃଷ୍ଣଙ୍କର ଫଟୋ ଲଗାନ୍ତୁ। ଯେପରି ପ୍ରତ୍ୟେକ ସଦସ୍ୟଙ୍କ ନଜର ଫଟୋ ଉପରେ ପଡ଼ୁଥିବ।
– ଘରେ କୃଷ୍ଣଙ୍କର ପିଲାବେଳର ଫଟୋ, ଯେଉଁଥିରେ ଲବଣି ଖାଉଛନ୍ତି, ତାହାକୁ ଲଗାନ୍ତୁ। ଏହାଦ୍ୱାରା ଘରେ ଅନ୍ନର ଅଭାବ ହୋଇନଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories