www.samajalive.in
Sunday, December 7, 2025
26.1 C
Bhubaneswar

ଅଯୋଧ୍ୟା ରାମମନ୍ଦିର ଭୂମିପୂଜା: ଆଡଭାନୀଙ୍କ ରଥଯାତ୍ରା ସ୍ମୃତିକୁ ମନେପକାଇଲେ ପାଟଣା ଅଞ୍ଚଳବାସୀ

ପାଟଣା: ଅଗଷ୍ଟ ୫ ଅର୍ଥାତ୍ ଆସନ୍ତା କାଲି ଅଯୋଧ୍ୟାରେ ମର୍ଯ୍ୟାଦାପୁରୁଷ ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କ ମନ୍ଦିରର ଭୂମିପୂଜନ ଉତ୍ସବର ପ୍ରସାରଣ ଦେଖିବାକୁ କେବଳ ଢେଙ୍କିକୋଟ, ପାଟଣା ଅଂଚଳବାସୀ ନୁହେଁ ସମଗ୍ର କେନ୍ଦୁଝର ଜିଲ୍ଲାବାସୀଙ୍କ ମନରେ ପ୍ରବଳ ଉତ୍କଣ୍ଠା ସୃଷ୍ଟି ହୋଇଛି । ରାମମନ୍ଦିରର ଭୂମିପୂଜା ପାଇଁ ବର୍ଷ ବର୍ଷ ଧରି ସ୍ୱପ୍ନ ଦେଖିଥିବା ଅଗଣିତ ଶ୍ରଦ୍ଧାଳୁ ଜୁନ ୧୧ ତାରିଖ ୧୯୯୬ ମସିହାରେ ଏହି ଅଂଚଳରେ ହୋଇଥିବା ଲାଲକୃଷ୍ଣ ଆଡଭାନୀଙ୍କ ଐତିହାସିକ ସ୍ବର୍ଣ୍ଣ ଜୟନ୍ତୀ ରଥଯାତ୍ରାକୁ ମନେ ପକାଇଥିବା ବେଳେ ଡିସେମ୍ବର ମାସ ୧୯୯୨ ରେ ଅଯୋଧ୍ୟାରେ କରସେବକ ଭାବେ ଯୋଗ ଦେଇଥିବା ରାମଭକ୍ତ ମାନଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ସ୍ପଷ୍ଟ ବାରି ହୋଇପଡିଛି । ଗତ ୧୯୯୨ ଡିସେମ୍ବର ୬ ରେ ଅଯୋଧ୍ୟାରେ କରସେବକ ଭାବେ ଯୋଗ ଦେଇଥିବା ଜିଲ୍ଲା ବିଜେପିର ପୂର୍ବତନ ସଭାପତି ରାଧାକାନ୍ତ ମହାନ୍ତ ଅଯୋଧ୍ୟାରୁ ଆଣିଥିବା ରାମ ଜନ୍ମଭୂମିର ମାର୍ବଲ ଓ ପ୍ରସ୍ତରଖଣ୍ଡକୁ ସାଇତି ରଖି ପୂଜା କରୁଥିବା ବେଳେ ୧୯୯୬ ଜୁନ ୧୧ ରେ ଢେଙ୍କିକୋଟ-ପାଟଣା ରାସ୍ତାରେ ଆଡଭାନୀଙ୍କ ସ୍ୱର୍ଣ୍ଣଜୟନ୍ତୀ ରଥଯାତ୍ରାରେ ସାମିଲ ଘଟଣାରେ ରୋମନ୍ଥନ କରିଛନ୍ତି ।

ଲାଲକୃଷ୍ଣ ଆଡଭାନୀଙ୍କ ସହ ଦିବଂଗତ ବିଜେପି ନେତ୍ରୀ ସୁଷମା ସ୍ୱରାଜ , ତତ୍କାଳୀନ ରାଜ୍ୟ ବିଜେପି ସଭାପତି ତଥା ବର୍ତମାନର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ଦେବେନ୍ଦ୍ର ପ୍ରଧାନ ଙ୍କ ସହ କେନ୍ଦୁଝର ଜିଲ୍ଲା ବିଜେପିର ତତ୍କାଳୀନ ସଭାପତି ଆଇନଜୀବି ଅଶ୍ୱିନୀ ପଟାନୟକ ପ୍ରମୁଖ ରଥାଯାତ୍ରାରେ ଢେଙ୍କିକୋଟ-ପାଟଣା ରାସ୍ତାରେ ହଜାର ହଜାର ଶ୍ରଦ୍ଧାଳୁ କିପରି ଜୟ ଶ୍ରୀରାମ ଧ୍ୱନୀରେ ରଥକୁ ସ୍ୱାଗତ କରିଥିଲେ ତାହା ଭୁଲି ହେବ ନାହିଁ ବୋଲି ଢେଙ୍କିକୋଟର ବିଜେପି ଯୁବନେତା ଅମର ସିଂହ ମତ ରଖିଥିବା ବେଳେ ଅଗଷ୍ଟ ୫ ରେ ଢେଙ୍କିକୋଟ ରାସ୍ତା କଡରେ ଗେରୁଆ ପତାକା ଲଗାଯିବା, ଦୀପ ଦାନ, ରାମ ଚରିତ ମାନସ ପଠନ, ହନୁମାନ ଚାଳିଶାପାଠ କରାଯିବ ବୋଲି କହିଛନ୍ତି । ଅଯୋଧ୍ୟାରେ ରାମମନ୍ଦିର ଭୂମିପୂଜନ ହେଉଥିବା ବେଳେ ଅଂଚଳରେ ଶ୍ରଦ୍ଧାଳୁ ଙ୍କ ମନରେ ଅପୂର୍ବ ଉତ୍ସାହରେ ଅଗଷ୍ଟ ମାସ ୫ ରେ ଅଂଚଳରେ ଆଧ୍ୟାତ୍ମିକ ମୟ ପରିବେଶ ସୃଷ୍ଟି କରିବ ବୋଲି ସ୍ପଷ୍ଟ ହୋଇଛି ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories