www.samajalive.in
Tuesday, December 9, 2025
26.1 C
Bhubaneswar

ନିହତ ମାଓବାଦୀଙ୍କ ତଥ୍ୟ ମିଳିଲା

ଫୁଲବାଣୀ: କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ସିର୍ଲା ଜଙ୍ଗଲରେ ଗତ ଜୁନ ୨୩ ତାରିଖରେ ପୁଲିସ୍‍ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ନିହତ ହୋଇଥିବା ଦୁଇ ମାଓବାଦୀଙ୍କ ପରିଚୟ ମିଳିଛି। ସେମାନେ ହେଲେ ମାଓବାଦୀ ସଂଗଠନ ବାଶଧାରା-ଘୁମୁସର-ନାଗାବଳୀ(ବିଜିଏନ) ଡିଭିଜନ୍‍ର ଆଂଚଳିକ ସଦସ୍ୟ ଅଜିତ୍‍ ଓ ମହିଳା ମାଓବାଦୀ ରଜିତା। ଏମାନଙ୍କ ଘର ଛତିଶଗଡ ରାଜ୍ୟରେ ବୋଲି ଏସପି ବିନିତ୍‍ ଅଗ୍ରୱାଲ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ତେବେ ସେମାନେ କେଉଁ କେଉଁ କେଉଁ ମାମଲାରେ ଜଡିତ ଏବଂ ସେମାନଙ୍କ ନାମରେ କୌଣସି ପୁରସ୍କାର ରାଶି ଅଛି ନା ନାହିଁ ତାହାର ତଦନ୍ତ ଚାଲିଥିବା ସେ କହିଛନ୍ତି। କନ୍ଧମାଳରେ ମାଓବାଦୀ ସଂଗଠନର କେନ୍ଦ୍ରୀୟ ନେତା ମୁରଳି ସମେତ ଅନ୍ୟ ରାଜ୍ୟର କିଛି ମାଓ ନେତା ଥିବା ନେଇ ସୂଚନା ମିଳିଛି ଏବଂ ସେମାନଙ୍କୁ ଧରିବାକୁ ପୁଲିସ୍‍ ପକ୍ଷରୁ ଉଦ୍ୟମ ଜାରି ରହିବା ସହ କୁମ୍ବିଂ ଅପରେସନ ଚାଲିଛି। ପୁଲିସର ଜୋରଦାର କୁମ୍ଭିଂ ଅପରେସନ ଯୋଗୁଁ ମାଓବାଦୀମାନେ ସହିଦ୍‍ ସପ୍ତାହ ପାଳନ ବେଳେ କିଛି ଅଘଟଣ ଘଟାଇ ପାରି ନାହନ୍ତି ବୋଲି ସେ କହିଛନ୍ତି।

ସୂଚନା ଯୋଗ୍ୟ, ଗତ ଜୁନ ୨୩ ତାରିଖ ଦିନ ଏସଓଜି ଓ ଡିବିଏଫ ଟିମ୍‍ ସହ ମାଓବାଦୀଙ୍କର ତୁମୁଡିବନ୍ଧ ଥାନା ସିର୍ଲା ଜଙ୍ଗଲରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ମହିଳା ମାଓବାଦୀଙ୍କ ସମେତ ୨ ଜଣ ନିହତ ହୋଇଥିଲେ। ସେମାନଙ୍କ ନିକଟରୁ ଅତ୍ୟାଧୁନିକ ଇନସାସ୍‍ ରାଇଫଲ ସମେତ ୨ଟି ଦେଶୀ ବନ୍ଧୁକ ଓ ଅନ୍ୟ ଅସ୍ତ୍ରଶସ୍ତ୍ର, ମାଓ ସାମଗ୍ରୀ ଜବତ ହୋଇଥିଲା। ମୃତ ଦୁଇ ମାଓବାଦୀଙ୍କର ସେତେବେଳେ ପରିଚୟ ମିଳିନଥିବାରୁ ସେମାନଙ୍କ ବ୍ୟବଚ୍ଛେଦ ପରେ ୭୨ ଘଂଟା ଶବ ସଂର କ୍ଷିତ ରଖା ଯାଇଥିଲା। ୭୨ ଘଂଟ ମଧ୍ୟରେ କେହି ଦାବିଦାର ନ ଆସିବାରୁ ପୁଲିସ ଶବ ଦୁଇଟିର ସତ୍କାର କରି ସେମାନଙ୍କ ପରିଚୟ ଖୋଜୁଥିବା ବେଳେ ଏବେ ସେମାନଙ୍କ ପରିଚୟ ମିଳିଥିବା ଏସପି କହିଛନ୍ତି।

Hot this week

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

Related Articles

Popular Categories