www.samajalive.in
Saturday, December 13, 2025
26.1 C
Bhubaneswar

ନର୍ସିଂ ହୋମରେ ପ୍ରସୂତୀ ମହିଳାଙ୍କ ମୃତ୍ୟୁ, ତଦନ୍ତ ଦାବି

ଟିଟିଲାଗଡ଼ : ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ସଇଁନ୍ତଲା ଥାନା ନାରିକଟା ଗ୍ରାମର ଝିଅ ଅଞ୍ଜୁଙ୍କ ମୃତ୍ୟୁ ନେଇ ପ୍ରଶାସନିକ ତଦନ୍ତ ସହ ଦୋଷୀ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ତଦନ୍ତ ଦାବି ହୋଇଛି। ଏନେଇ ୱାର୍ଲଡ ହ୍ୟୁମେନ ରାଇଟ୍ସ ପ୍ରୋଟେକ୍ସନ ଅରଗାନାଇଜେସନ (ଡବ୍ଲୁଏଚଆରପିଓ) ବଲାଙ୍ଗିର ଜିଲା ସଭାପତି ଆଇନଜୀବୀ ବିରେନ୍ଦ୍ର ବାଗ ଟିଟିଲଗଡ ଉପଜିଲାପାଳ, ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସୂଚନାଯୋଗ୍ୟ, ଅଞ୍ଜୁଙ୍କ ପ୍ରସବ ଯନ୍ତ୍ରଣା ନେଇ ଜୁଲାଇ ୧୭ ଶୁକ୍ରବାର ଦିନ ବଲାଙ୍ଗିର ସ୍ଥିତ ସମଲେଶ୍ୱରୀ ସୁପର ସ୍ପେସାଲିଟି ନର୍ସିଂ ହୋମରେ ଭର୍ତି ପରେ ଉକ୍ତ ଦିନ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ହେଲେ ତାପର ଠାରୁ ଅଞ୍ଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଥିଲା। ରବିବାର ଅପରାହ୍ନରେ ଅଞ୍ଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିବା କହି ନର୍ସିଙ୍ଗ ହୋମ କତୃପକ୍ଷ ବୁର୍ଲା ସ୍ଥିତ ତାଙ୍କ ଶାଖା ଡାକ୍ତରଖାନାକୁ ନେଇଯିବାକୁ କହିଥିଲେ। ତେବେ ସେଠାରେ ମଙ୍ଗଳବାର ସକାଳୁ ଅଞ୍ଜୁଙ୍କ ମୃତ୍ୟୁ ହୋଇସାରିଥିବା ଡାକ୍ତର ଘୋଷଣା କରିଥିଲେ। ଏନେଇ ଦୁଃଖରେ ଭାଙ୍ଗିପଡିଥିବା ପରିବାର ଲୋକେ ଅଞ୍ଜୁଙ୍କ ମୃତଦେହ ଧରି ବଲାଙ୍ଗିର ସମଲେଶ୍ୱରୀ ନର୍ସିଂ ହୋମରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନ୍ୟାୟ ଦାବି କରି ଘେରାଉ କରିଥିଲେ। ପରିବାର ଲୋକଙ୍କ ଅଭିଯୋଗକୁ ନେଇ ପୁଲିସ ଏଫଆଇଆର ରୁଜୁ ନ କରିବା, ଅଞ୍ଜୁଙ୍କ ମୃତଦେହ ବ୍ୟବଚ୍ଛେଦ ନକରିବା, ପରିବାର ଲୋକଙ୍କୁ ନର୍ସିଙ୍ଗ ହୋମ ପକ୍ଷରୁ ଟଙ୍କା ଯଚାଯିବା ସଂଗଠନ ପକ୍ଷରୁ ସନ୍ଦେହ ପ୍ରକାଶ ପାଇଛି। ପ୍ରସବ ସମୟରେ ନର୍ସିଂ ହୋମ ଡାକ୍ତରଙ୍କ ଗୁରୁତର ତ୍ରୁଟି ଯୋଗୁଁ ଅଞ୍ଜୁର ମୃତ୍ୟୁ ଘଟିଥିବା ନେଇ ସମସ୍ତ ବିଷୟ ଲୁଚାଇବା ପାଇଁ ପ୍ରୟାସ କରାଯାଇଥିବା ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ ଏକ ବିରାଟ ର‍୍ୟାକେଟ୍‍ କାର୍ଯ୍ୟ କରୁଥିବାରୁ ପ୍ରଶାସନ ବିହୀତ ତଦନ୍ତ ତଥା ପୀଡିତ ପରିବାକୁ ନ୍ୟାୟ ପ୍ରଦାନ ପାଇଁ ସଂଗଠନ ପକ୍ଷରୁ ଲିଖିତ ଦାବି ଉପସ୍ଥାପନ କରାଯାଇଥିବା ସଭାପତି ଶ୍ରୀ ବାଗ କହିଛନ୍ତି।

- Advertisement -

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories