www.samajalive.in
Saturday, December 6, 2025
15.1 C
Bhubaneswar

ୟୁପିଏସସି ପରୀକ୍ଷାରେ ଆଠଗଡର ଓମ୍‍ ପ୍ରସାଦ ମହାନ୍ତିଙ୍କ କୃତିତ୍ବ

ଆଠଗଡ : ୟୁପିଏସଇ ଦ୍ୱାରା ପରିଚାଳିତ ଚଳିତବର୍ଷର ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଆଠଗଡର ଓମ ପ୍ରକାଶ ମହାନ୍ତି କୃତିତ୍ୱ ଅର୍ଜନ କରି ଅଞ୍ଚଳ ପାଇଁ ଏକ ଗୌରବ ଆଣିଛନ୍ତି। ଆଠଗଡ ସହରର ରାସରସିକପୁର ନିବାସୀ ଶିକ୍ଷାବିତ୍‍ ସ୍ୱର୍ଗତ ଡଃ ଦୁର୍ଗା ଚରଣ ମହାନ୍ତିଙ୍କ ନାତି ତଥା ଗୌରୀ ଶଙ୍କର ମହାନ୍ତି ଓ ସୁପ୍ରଭା ମହାନ୍ତିଙ୍କ ବଡପୁଅ ଓମ ପ୍ରସାଦ ପିଲାଟି ଦିନୁ ତାଙ୍କ ମେଧାଶକ୍ତିର ପରାକାଷ୍ଠା ଦେଖାଇଛନ୍ତି। ଗତବର୍ଷ ଓପିଏସଇ ଦ୍ୱାରା ପରିଚାଳିତ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ୪୮ତମ ସ୍ଥାନ ହାସଲ କରି ଓମ ପ୍ରସାଦ ନିକଟରେ ଓଡିଶା ରାଜସ୍ୱ ସେବା ଅଧିକାରୀ ଭାବେ ନିଯୁକ୍ତି ପାଇଥିଲେ। ଗଞ୍ଜାମ ଜିଲ୍ଲାରେ ୨ବର୍ଷ ପାଇଁ ତାଲିମ ଅଧିକାରୀ ଭାବେ ନିଯୁକ୍ତି ପାଇଥିବା ଓମ ପ୍ରସାଦ ଠିକ୍‍ ଆଜି ଦିନରେ ସେଠାରେ କାର୍ୟ୍ୟରେ ଯୋଗଦେବା ପାଇଁ ଯାଉଥିବାବେଳେ ଆଇଏଏସ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବାର ଖୁସି ଖବରଟି ପାଇଥିଲେ। ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ୭୧୫ନଂ ସ୍ଥାନରେ ତାଙ୍କ ନାମ ରହିଥିବାବେଳେ ତାଙ୍କୁ ଏଥିପାଇଁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଓମ ପ୍ରସାଦ ୧ମ ଶ୍ରେଣୀରୁ ୭ମ ପର୍ୟ୍ୟନ୍ତ ସରକାରୀ ରାସରସିକପୁର ୟୁଜିୟୁପି ସ୍କୁଲରେ, ୮ମ ରୁ ମାଟ୍ରିକ ପର୍ୟ୍ୟନ୍ତ ବିଶ୍ୱନାଥ ବିଦ୍ୟାପୀଠରେ ଏବଂ +୨ ବିଜ୍ଞାନ ଆଠଗଡସ୍ଥିତ ଗୋପବନ୍ଧୁ ବିଜ୍ଞାନ କଲେଜରେ ପଢି କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ତା ପରେ ତାଳଚେରର ସରାଙ୍ଗସ୍ଥିତ ଇନ୍ଦିରା ଗାନ୍ଧୀ ବୈଷୟିକ ମହାବିଦ୍ୟାଳୟରୁ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରି ଜିନ୍ଦଲ ଷ୍ଟିଲ କମ୍ପାନୀରେ କାର୍ୟ୍ୟ କରିଥିଲେ। ବିବାହ କରିଥିବା ଓମ ପ୍ରସାଦ ୨୦୧୭ରେ କମ୍ପାନୀ ଚାକିରି ଛାଡି ଭୁବନେଶ୍ୱରରେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଲାଗି ପ୍ରସ୍ତୁତି ଚଳାଇଥିଲେ। ଆଠଗଡ ସହରରେ ପ୍ରାୟ ୪୦ବର୍ଷ ପରେ ଓମ ପ୍ରସାଦ ହିଁ ପ୍ରଥମେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବାରୁ ଏଠାରେ ଖୁବ୍‍ ଆନନ୍ଦ ପ୍ରକାଶ ପାଇଛି। ଭବିଷ୍ୟତରେ ଜଣେ ଦକ୍ଷ ପ୍ରଶାସକ ଭାବେ ନିଷ୍ଠାର ସହିତ ନିଜର ଦାୟିତ୍ୱ ତୁଲାଇବା ସଙ୍ଗେ ସଙ୍ଗେ ଦେଶ ତଥା ରାଜ୍ୟର ବିକାଶ ଏବଂ ବିଶେଷକରି ଗରିବ ଓ ଅସହାୟଙ୍କ ସେବାରେ ନିଜକୁ ଉତ୍ସର୍ଗୀକୃତ କରିବେ ବୋଲି ତାଙ୍କ ପ୍ରତିକ୍ରିୟାରେ ଓମ ପ୍ରକାଶ କହିଛନ୍ତି। ତାଙ୍କର ଏ କୃତିତ୍ୱ ପଛରେ ସେ ପ୍ରଥମେ ଭଗବାନଙ୍କ ଆଶୀର୍ବାଦ ଥିବା କହିବା ସହ କୃତିତ୍ୱର ଶ୍ରେୟ ଓମ ପ୍ରସାଦ ନିଜର ଜେଜେବାପା ସ୍ୱର୍ଗତ ଡଃ ଦୁର୍ଗା ଚରଣ ମହାନ୍ତି, ଜେଜେମା, ପିତାମାତା, ପତ୍ନୀ, ପରିବାରବର୍ଗଙ୍କୁ ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories