www.samajalive.in
Saturday, December 6, 2025
15.1 C
Bhubaneswar

ସମ୍ବଲପୁରରେ ଫୁଟିଲା ବିରଳ ହଜାରେ ପାଖୁଡା ବିଶିଷ୍ଟ ପଦ୍ମଫୁଲ

ସମ୍ବଲପୁର : ସାଧାରଣତଃ ପଦ୍ମଫୁଲ ୧୦୮ ପାଖୁଡା ବିଶିଷ୍ଟ ହୋଇଥିବା ବେଳେ ଆମେରିକା, ଥାଇଲାଣ୍ଡ, ଭିଏତନାମ ଭଳି ଦେଶ ଗୁଡିକରେ ପଦ୍ମ ଫୁଲ ଉପରେ ଗବେଷଣା କରି ୧ ହଜାର ପାଖୁଡା ବିଶିଷ୍ଟ ହାଇବ୍ରିଡ ପଦ୍ମଫୁଲ ଉତ୍ପାଦନ କରୁଛନ୍ତି। ସେହି ପ୍ରଜାତିର ପଦ୍ମଫୁଲ ଗୁଡିକର ଚାରା ଦେଶରେ ଚେନ୍ନାଇ ଠାରେ ଥିବା ଫୁଲ ବ୍ୟବସାୟୀ ମାନେ ଆଣି ଦେଶବ୍ୟାପି ବିକ୍ରି କରୁଥିବା ବେଳେ ତାଙ୍କର ଠାରୁ ଗତବର୍ଷ ଏକ ଚାରା କିଣିଥିଲେ ସମ୍ବଲପୁରର କଲ୍ୟାଣ ନଗର ନିବାସୀ ସୁବ୍ରତ କୁମାର ନାଥ। ପରିବେଶବତ ତଥା ଯୁବ ସମାଜସେବୀ ସୁବ୍ରତ ନାଥ କହିଛନ୍ତି ଯେ, ବହୁ ଯତ୍ନ ନେବା ସତ୍ୱେ ଗତ ବର୍ଷ ଫୁଲ ଫୁଟି ନ ଥିଲା। ଏଣୁ ସେ ଚାରା ବିକ୍ରେତା ସମେତ ବିଦେଶରେ ଥିବା ପରିବେଶବିତ ମାନଙ୍କ ସହିତ ଅନଲାଇନ ମାଧ୍ୟମରେ ଆଲୋଚନା କରି ସେମାନଙ୍କର ପରାମର୍ଶ ଅନୁଯାୟୀ ଗଛର ଯତ୍ନ ନେଇଥିଲେ। ଏହି ଗଛର ଉଚ୍ଚତା ପ୍ରାୟ ୪ ଫୁଟ ହେଉଥିବା ବେଳେ ଏହା କଢ଼ରୁ ଫୁଲ ହେବା ପାଇଁ ପ୍ରାୟ ୧୫ ରୁ ୧୭ ଦିନ ପର୍ଯ୍ୟନ୍ତ ଲାଗିଥାଏ। ତେବେ ଚଳିତ ବର୍ଷ ତାଙ୍କର ପରିଶ୍ରମର ଫଳ ସ୍ୱରୁପ ଗଛରେ ହଜାରେ ପାଖୁଡା ବିଶିଷ୍ଟ ପଦ୍ମ ଫୁଲ ଫୁଟିଛି। ତାଙ୍କର ବଗିଚାରେ ୧୫୦ ପ୍ରକାର ପ୍ରଜାତିର ବିଭିନ୍ନ ରଙ୍ଗର ପଦ୍ମ ଓ କଇଁ ଫୁଲ ରହିଛି। ଆକ୍ୱାଟିକ ଗାଡେନ ପାଇଁ ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ଜଣେ ପରାମର୍ଶଦାତା ଭାବରେ ମଧ୍ୟ ସୁବ୍ରତ କାର୍ଯରତ ରହିଛନ୍ତି। ଏଭଳି ବିରଳ ଫୁଲକୁ ଦେଖିବା ପାଇଁ ଏବେ ସୁବ୍ରତଙ୍କ ଘରକୁ ଫୁଲପ୍ରେମୀ ଓ ଦର୍ଶକଙ୍କ ସୁଅ ଛୁଟିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories