www.samajalive.in
Monday, December 15, 2025
17.1 C
Bhubaneswar

ଶ୍ରୀ ଜଗନ୍ନାଥଙ୍କ ସଂପତ୍ତି ପୁନରୁଦ୍ଧାର ପାଇଁ ହାଇକୋର୍ଟରେ ମାମଲା

 ମୁଖ୍ୟ ଶାସନ ସଚିବଙ୍କ ସମେତ ୬ ପକ୍ଷଭୁକ୍ତ

କଟକ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂପତ୍ତି ଉଦ୍ଧାର ହୋଇପାରୁନାହିଁ। ଅନେକ ସଂପତ୍ତି ଜବରଦଖଲକାରୀଙ୍କ କବଳରେ ରହିଥିବାବେଳେ କିଛି ଜମି ରେକର୍ଡଭୁକ୍ତ ହୋଇସାରିଲାଣି। ଲୋକମାନେ ସରକାରୀ ବାବୁଙ୍କୁ ହାତ କରି ଜଗନ୍ନାଥଙ୍କ ଜମିକୁ ନିଜ ନାଁରେ କରିସାରିଥିବାବେଳେ ସୁପ୍ରିମ କୋର୍ଟଙ୍କ ନିର୍ଦେଶ ପାଳନ କରିବାରେ ସରକାର ଅବହେଳା କରୁଥିବା ଦର୍ଶାଇ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି। ପୁରୀ ଜିଲା ଚନ୍ଦନପୁର ଅଞ୍ଚଳର ବାସିନ୍ଦା ଶରତ ଚନ୍ଦ୍ର ସାହୁ, ଏସ ଏନ ବାନାର୍ଜୀ ଏହି ମାମଲା ରୁଜୁ କରି ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ଆଇନ ବିଭାଗ ସଚିବ, ରାଜସ୍ୱ ବିଭାଗ ସଚିବ, ଭିଜିଲାନ୍ସ ନିର୍ଦେଶାଳୟ ନିର୍ଦେଶକ, ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲାପାଳକୁ ପକ୍ଷଭୁକ୍ତ କରିଛନ୍ତି। ତେବେ ଆବେଦନକାରୀ ଦର୍ଶାଇଛନ୍ତି ଯେ ସମଗ୍ର ରାଜ୍ୟ ଓ ରାଜ୍ୟ ବାହାରେ ତଥା ଛତିଶଗଡ, ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗରେ ଜଗନ୍ନାଥଙ୍କ ୫୬ହଜାର ଏକର ସଂପତ୍ତି ଜବରଦଖଲରେ ରହିଛି। ଯାହାର ଆନୁମାନିକ ମୂଲ୍ୟ ୧୦ହଜାରରୁ ଊର୍ଦ୍ଧ୍ବ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସେଥି ମଧ୍ୟରୁ ପୁରୀ ଜିଲାରେ କେବଳ ୨ହଜାରରୁ ଊର୍ଦ୍ଧ୍ବ କୋଟି ଟଙ୍କାର ସଂପତ୍ତି ଜବରଦଖଲରେ ରହିଥିବା ଆବେଦନପତ୍ରରେ ଦର୍ଶାଯାଇଛି। ଯାହାକି ସ୍ୱର୍ଗଦ୍ୱାର ଜମି ହଡ଼ପର ଖୋଳତାଡ଼ ସମୟରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହି ଜମି ଉଦ୍ଧାର କରିବାରେ ବିଳମ୍ବ ହେଉଥିବାରୁ ଅନେକ ଲୋକ ଚଞ୍ଚକତା କରି ନିଜ ନାଁରେ ରେକର୍ଡ କରିବାରେ ସମର୍ଥ ହୋଇଛନ୍ତି। ଆଉ କିଛି ଏହି ଜମିକୁ ରେକର୍ଡଭୁକ୍ତ କରିବା ପାଇଁ ବସିଛନ୍ତି। ତେବେ ୨୦୧୫ ମସିହା ଡିସେମ୍ବର ମାସରେ ସୁପ୍ରିମ କୋର୍ଟ ଏକ ମାମଲାରେ ଶୁଣାଣି କରି ମହାପ୍ରଭୁଙ୍କ ସଂପତ୍ତି ଉଦ୍ଧାର କରି ଠାକୁରଙ୍କ ନାମରେ ରେକର୍ଡଭୁକ୍ତ କରିବା ପାଇଁ ସରକାରଙ୍କୁ ନିର୍ଦେଶ ଦେଇଥିବାବେଳେ ତାହା ଏ ଯାବତ୍‌ ପାଳନ ହୋଇନଥିବା ଆବେଦନକାରୀ ଦର୍ଶାଇଛନ୍ତି। ସରକାରଙ୍କ ନୀରବତା ଫଳରେ ଅନେକ ଦୁର୍ନୀତିଗ୍ରସ୍ତ ଅଫିସର ଲୋକଙ୍କ ସହ ମିଶି ଜାଲ କାଗଜପତ୍ର ମାଧ୍ୟମରେ ଏସବୁ ଜମିକୁ କିଛି ଲୋକଙ୍କ ନାମରେ ରେକର୍ଡ କରିଥିବା ଆବେଦନପତ୍ରରେ ଦର୍ଶାଯାଇଛି। ଏପରି ଅସାଧୁ ଅଫିସରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆବେଦନପତ୍ରରେ ପ୍ରାର୍ଥନା କରାଯାଇଛି। ଏହି ପରିପ୍ରେକ୍ଷୀରେ ରାଜସ୍ୱ ଓ ଆଇନ ବିଭାଗ ସଚିବ ପଦକ୍ଷେପ ନେବା ଜରୁରୀ ବୋଲି ଦର୍ଶାଯାଇଛି। ଜଗନ୍ନାଥଙ୍କ ସଂପତ୍ତି ଉଦ୍ଧାର ହୋଇପାରିଲେ; ମହାପ୍ରଭୁଙ୍କ ବିଭିନ୍ନ କ୍ଷେତ୍ରରେ ଉନ୍ନତି ହୋଇପାରିବ। ତେବେ ଶ୍ରୀ ଜଗନ୍ନାଥଙ୍କ ଜମିକୁ ଫେରାଇ ଆଣିବା ପାଇଁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର ଏହି ମାମଲା ରୁଜୁ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories