ବଜାରରେ ଟିଭିଏସ୍‌ ଆପାଚିର ନୂଆ ୨୦୦ ସିସି ବାଇକ୍‌

0

ନୂଆଦିଲ୍ଲୀ: ମୋଟର ସାଇକଲ ନିର୍ମାତା କମ୍ପାନୀ ଟିଭିଏସ୍‌ ଏହାର ଲୋକପ୍ରିୟ ବାଇକ୍‌ ଆପାଚିର ନୂଆ ମଡେଲ ବଜାରରେ ପ୍ରବେଶ କରାଇଛି। ଏହା ହେଉଛି ଆପାଚି ଆରଟିଆର ୨୦୦ ୪ଭି ରେସ୍‌ ଏଡିସନ୍‌ ୨.୦। ନୂଆ ଗ୍ରାଫିକ୍ସ ସହ ଅନ୍ୟାନ୍ୟ ବୈଶିଷ୍ଟ୍ୟ ଯୋଗୁ ବାଇକଟି ଦମଦାର ହୋଇଛି। ଟିଭିଏସ୍‌ ଆପାଚି ୨୦୦ ୪ଭି ରେସ୍‌ ଏଡିସନ୍‌ ୨.୦ ପ୍ରଥମ ବାଇକ୍‌, ଯେଉଁଥିରେ ସ୍ଲିପର କ୍ଲଚ୍‌ ଉପଲବ୍ଧ ରହିଛି। ୧୯୭.୫ ସିସି ଯୁକ୍ତ ଏହି ବାଇକ୍‌ ମୂଲ୍ୟ ପ୍ରାୟ ୯୫,୧୮୫ ଟଙ୍କା ରହିଛି। ଅପରପକ୍ଷରେ ଇଏଫଆଇ ଇଞ୍ଜିନ ଯୁକ୍ତ ମଡେଲ ମୂଲ୍ୟ ୧ ଲକ୍ଷ ୭ ହଜାର ୮୮୫ ଟଙ୍କା ରଖାଯାଇଛି। କମ୍ପାନୀ ଗତ ୩ ମାସ ତଳେ ଟିଭିଏସ୍‌ ଆପାଚି ଆରଆର ୩୧୦ ବଜାର ପ୍ରବେଶ ହୋଇଥିଲା। ଯାହାକି ବିଶେଷକରି ଯୁବବର୍ଗଙ୍କ ପସନ୍ଦ ଆସିଥିଲା। ତେବେ ଆସନ୍ତା ୧୪ ତାରିଖରେ କମ୍ପାନୀ ଆପାଚି ଆରଟିଆର ୧୬୦ର ବଜାର ପ୍ରବେଶ ହେବାକୁ ରହିଛି।

Leave A Reply