www.samajalive.in
Monday, December 8, 2025
16.1 C
Bhubaneswar

ସରିଲା ଶ୍ରାବଣ, ସରିନି ଭାବ : ଜଳାଭିଷେକରୁ ବଂଚିତ ସହସ୍ର କାଉଡ଼ିଆ!

ସାରନଗରୀ :  ଶ୍ରାବଣ ମାସର ଶେଷ ସୋମବାର ସରିଗଲା। ମଙ୍ଗଳବାର ଧରାପୃଷ୍ଠରେ ପାଦ ଦେବ ଭାଦ୍ରବ । ବିଭିନ୍ନ ଶୈବପୀଠ ଓ ଶିବ ମନ୍ଦିରରେ ପୂଜାର୍ଚ୍ଚନା କୋଭିଡ଼ କଟକଣା ମଧ୍ୟରେ କରା ଯାଇଥିଲା। ଅପରପକ୍ଷରେ ଚଳିତ ବର୍ଷ କରୋନା ବିଭିଷୀକା ଯୋଗୁ ବୋଲବମ ଭକ୍ତ ତଥା କାଉଡ଼ିଆ ମାନଙ୍କୁ ଏକ ପ୍ରକାର ନିରାଶ ହେବାକୁ ପଡ଼ିଛି । ଶ୍ରାବଣ ମାସରେ କାଉଡ଼ିଆ ଶ୍ରଦ୍ଧାଳୁ ମାନେ ବିଭିନ୍ନ ଶୈବପୀଠ ଯାତ୍ରାକରି ଶିବଲିଙ୍ଗରେ ଜଳାଭିଷେକ କରିଥାନ୍ତି । କାଉଡ଼ିଆ ମାନଙ୍କୁ ବିଭିନ୍ନ ପ୍ରକାର ପୋଷାକ ପରିଧାନ ବ୍ୟବସାୟୀ ମାନେ ଯୋଗାଇଥାନ୍ତି, ମାତ୍ର ଏଥର ସମସ୍ତ ପର୍ବପର୍ବାଣୀ ଉପରେ ପଡ଼ିବାରେ ଲାଗିଛି କରୋନାର କଳା ନଜର ! ଏଥର ଶିବ ଲିଙ୍ଗରେ ଜଳାଭିଷେକରୁ ବଂଚିତ ହୋଇଥିଲେ ସହସ୍ର କାଉଡ଼ିଆ ! ମାତ୍ର କିଛି କାଉଡ଼ିଆ କୋଭିଡ଼ ନିୟମକୁ ନମାନି ଶିବଲିଙ୍ଗରେ ଜଳାଭିଷେକ କରିଥିବା ଜଣାପଡ଼ିଛି । ବିଶ୍ୱବ୍ୟାପୀ କରୋନା ମହାମାରୀର ବିଭିଷୀକା କାଉଡ଼ିଆଙ୍କ ଯାତ୍ରାରେ ପୁର୍ଣ୍ଣଚ୍ଛେଦ ପକାଇ ଦେଇଥିଲା । କାଉଡ଼ିଆ ନ ଆସିବାରୁ ଶୈବପୀଠ ନିକଟରେ ଥିବା ବ୍ୟବସାୟୀ ଦୁଇ ପଇସା କମାଇବା ଆଶା ମଳିନ ପଡ଼ିଥିଲା।

- Advertisement -

ରାଉରକେଲାର ପ୍ରସିଦ୍ଧ ଶୈବପୀଠ ବେଦବ୍ୟାସ ସମେତ ଦକ୍ଷିଣ ରାଉରକେଲାର ଦେଓଗାଁ ଧବଳେଶ୍ୱର ମନ୍ଦିର, ଘୋଘର, ବାଣେଶ୍ୱର ଆଦି ଶୈବପୀଠକୁ ରାଉରକେଲାର ଆଖପାଖ ଅଂଚଳ ସମେତ ପଡୋଶୀ ରାଜ୍ୟ ଝାଡଖଣ୍ଡ, ଛତିଶଗଡ଼, ଚାଇଁବସା, ଚକ୍ରଧରପୁର ଅଂଚଳରୁୁ ହଜାର ହଜାର କାଉଡ଼ିଆ ଭକ୍ତ ଆସିଥାନ୍ତି। ସେହିପରି ରାଉରକେଲାରୁ ବହୁ କାଉଡ଼ିଆ ମହାଦେବ ସାଲ, ବାବାଧାମକୁ ଜଳ ଧରି ଯାତ୍ରା କରିଥାନ୍ତି। ରାଉରକେଲା ଷ୍ଟେସନ ଓ ବସଷ୍ଟାଣ୍ଡ, ରାସ୍ତାଘାଟ, ଗଳିକନ୍ଦି ହୋଇପଡ଼ିଥାଏ କାଉଡ଼ିଆମୟ, ମାତ୍ର ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ସବୁ ଫିକା ପଡ଼ି ଯାଇଥିଲା। ଚଳିତବର୍ଷ ବୋଲବମ ଯାତ୍ରାକୁ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇ ନଥିଲା।
ସୂଚନାଯୋଗ୍ୟଯେ, ପ୍ରତିବର୍ଷ ରାଉରକେଲା ସମେତ ଦକ୍ଷିଣ ରାଉରକେଲାର ଶ୍ରାବଣ ପ୍ରଥମ ସୋମବାର ଠାରୁ ପାଂଚ ପାଳି ବିଭିନ୍ନ ଶୈବପୀଠରେ ଶ୍ରାବଣ ସୋମବାର କରୋନା ମହାମାରୀର ଭୟ ଓ କୋଭିଡ଼ କଟକଣା ଯୋଗୁ ଫିକା ପଡ଼ିଛି ବୋଲି ସାରନଗରୀ ଅଂଚଳର ଜଣେ ପୂଜକ ପ୍ରକାଶ କରିଛନ୍ତି । କେବଳ ପୂଜକ ଓ ସୀମିତ ପରିଚାଳନା ସଦସ୍ୟଙ୍କ ଦ୍ୱାରା ମହାଦେବଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଏପରିକି ଶ୍ରଦ୍ଧାଳୁ ମାନେ ନୀତି ନିୟମକୁ ପାଳନ କରି କୌଣସି ମନ୍ଦିର କିମ୍ବା ଶୈବପୀଠକୁ ନଯାଇ ନିଜ ନିଜ ଘର ସହିତ ଗ୍ରାମର ପୋଖରୀ ନିକଟସ୍ଥ ବର ଓ ପିପ୍ପଲ ଗଛ ମୂଳରେ ମହାକାଳଙ୍କ ପୂଜାର୍ଚ୍ଚନା କରିଥିଲେ।

ଶ୍ରାବଣ ମାସରେ କାଉଡ଼ିଆ ଶ୍ରଦ୍ଧାଳୁଙ୍କ ସମେତ ସାଧୁ ସନ୍ଥ, ତ୍ୟାଗୀ ବାବା, ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ପରିଦର୍ଶନ କରି ଭଗବାନ ଶିବଙ୍କ ନିକଟରେ ଜଳଭିଷେକ କରି ନିଜର ମନସ୍କାମନା ପୂରଣ କରିଥାନ୍ତି । ଶ୍ରାବଣ ସୋମବାରରେ ଭଜନ କୀର୍ତନ,ସତସଙ୍ଗ, ଭାଗବତ ପାଠରେ ପ୍ରକମ୍ପିତ ହୋଇ ଉଠିଥାଏ ଶିବାଳୟ । କେବଳ ଯେ, କାଉଡ଼ିଆ ନୁହେଁ, ବରଂ ଶୈବପୀଠରେ ଶିବଭକ୍ତ ମାନଙ୍କ ଗହଳି ଦେଖିବାକୁ ମିଳିଥାଏ । କରୋନା ମହାମାରୀ ଯୋଗୁ ଏଥର ବୋଲବମ ଯାତ୍ରା ନିଷିଦ୍ଧ ହୋଇ କାଉଡ଼ିଆ ମାନଙ୍କୁ ନିରାଶ ହେବାକୁ ପଡ଼ିଥିଲେ ହେଁ ସେମାନଙ୍କ ହୃଦୟରୁ ଅପସରି ଯାଇନି ଭକ୍ତିର ଭାବ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories