www.samajalive.in
Sunday, December 7, 2025
26.1 C
Bhubaneswar

କର୍ମଭୂମୀ ବିଜେପୁରରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ବିଜେପୁର : ସୁସ୍ଥ ସମାଜ ଗଠନରେ ସୁ ମଣିଷର ଜଥେଷ୍ଠ ଆବଶ୍ୟକତା ରହିଛି। ଏହି କଥାକୁ ମର୍ମେ ମର୍ମେ ଅନୁଭବ କରି ସ୍ୱଭାବ କବି ଗଂଗାଧର। ତେଣୁ ତାଙ୍କର କାବ୍ୟ,କବିତାରେ ନୀତି,ଆଦର୍ଶର ବାର୍ତା ଭରପୁର ରହିଛି। ସୁତରାଂ ସୁ ମଣିଷ ହେବାକୁ ଗଂଗାଧର ସାହିତ୍ୟ ପ୍ରେରଣ ଦିଏ ବୋଲି କବିଙ୍କ ଜୟନ୍ତି ମାନଙ୍କରେ ଆଲୋଚନା ହୁଏ। କରୋନା ମହାମାରୀ ଯୋଗୁଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ସମ୍ମାନ ଜଣାଇ ନିଜ ନିଜ ଘରେ ରହି ବରଗଡ ଜିଲ୍ଲା ବିଜେପୁର ଖଗେଶ୍ୱର ସାହିତ୍ୟ କଳା ପରିଷଦ ପକ୍ଷରୁ ଡିଜିଟାଲାଇଜେନ ଭାବରେ ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। କେବଳ ମେହେର ପଡାରେ ଥିବା ସ୍ୱଭାବ କବିଙ୍କ ପ୍ରତିମୂର୍ତିରେ ପରିଷଦ ପକ୍ଷରୁ ମାଲ୍ୟାର୍ପଣ କରାଯାଇ ଏହି ଡିଜିଟାଲ କାର୍ୟ୍ୟକ୍ରମକୁ ଲୋକାର୍ପଣ କରାଯାଇଥିଲା। ପରିଷଦର ସଭାପତି ମୋହନସିଂ କହ୍ନେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ପଦ୍ମପୁର ଉପ-ଜିଲ୍ଲପାଳ ତନ୍ମୟକୁମାର ଦରୁଆନ ମୂଖ୍ୟ ଅତିଥି ଏବଂ ପଦ୍ମଶ୍ରୀ ହଲଧର ନାଗ ସ୍ୱତନ୍ତ୍ର ପ୍ରତୀଭା ଭାବରେ ଯୋଗଦାନ କରି ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଗଙ୍ଗାଧର ସାହିତ୍ୟର ଦୁଇ ବିଶିଷ୍ଟ ଆଳୋଚକ ଅଧ୍ୟାପକ ଡ.ପ୍ରଦୀପ କୁମାର ପଧାନ ଓ ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର ଯୋଗଦାନ କରି ଗଙ୍ଗାଧର ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଳୋକପାତ କରିଛନ୍ତି। ପ୍ରାରମ୍ଭରେ ବିଶିଷ୍ଟ ସଂକିର୍ତନ୍ୟ ଗାୟକ ପ୍ରଶାନ୍ତ ପଧାନଙ୍କ ଉଦ୍‍ଘାଟନୀ ସଂଗିତ ରହିଛି। ଏହି ଅନଲାଇନ କାର୍ୟ୍ୟକ୍ରମକୁ ଉପ-ସଭାପତି ଦିଲିପ କୁମାର ଦେବତା, ସଂପାଦକ ରାଜେଶ୍ୱର ବେହେରା, ସହ-ସଂପାଦକ ହୃଦମଣି ସାହୁ, କୋଷାଧ୍ୟକ୍ଷ ଦେବାଶିଷ ମେହେର, ବରିଷ୍ଠ ସଦସ୍ୟ ଜିତେନ୍ଦ୍ରିୟ ମେହେର, ଆଶୁତୋଷ ମହାପାତ୍ର ପ୍ରମୂଖ ପରିଚାଳନା ଓ ସଂପାଦନା କରିଛନ୍ତି। କାର୍ୟ୍ୟକ୍ରମର ଶେଷ ପର୍ୟ୍ୟାୟରେ ଅନୁଷ୍ଠିତ କବିତା ଆସର-‘ମନର୍‍ କଥା’ କାର୍ୟ୍ୟକ୍ରମରେ କବି ସର୍ବଶ୍ରୀ ହରିଲାଲ ସାହୁ, ଅଧିକାରୀ ସା, ରାମପ୍ରସାଦ ବାଗ, ଇଶ୍ୱର ମେହେର, ଜଗନ୍ନାଥ ପଧାନ, ଅହଲ୍ୟା ପଧାନ, ମାନିନୀ ମେହେର ପ୍ରମୂଖ ଏକପଦୀ କବିତା ଆବୃତି କରିଛନ୍ତି। କାର୍ୟ୍ୟକ୍ରମର ଭିଡିଓଟି ୟୁଟୁବରେ ଅପଲୋଡ ହୋଇଥିବା ବେଲେ ଏହାକୁ ଗଙ୍ଗାଧର ପ୍ରେମୀମାନେ ଉପଭୋଗ କରିବେ ବୋଲି ପରିଷଦ ପକ୍ଷରୁ ନିବେଦନ କରାଯାଇଛି। ସେହିପରି ବିଜେପୁର ବ୍ଳକ ଭୁଲିଆ ସମାଜ ପକ୍ଷରୁ ସାମାଜିକ ଦୂରତା ରକ୍ଷାକରି କବିଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ବରିଷ୍ଠ ଦସସ୍ୟ କମ୍ବୁପାଣି ମେହେରଙ୍କ ଅଧ୍ୟକ୍ଷତାରେ ଅବସରପ୍ରାପ୍ତ ଶିକ୍ଷକ ତେଜରାଜ ମେହେର ମୂଖ୍ୟ ଅତିଥି ଏବଂ ସମାଜସେବୀ ଦୁଷ୍ମନ୍ତ ମେହେର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସ୍ୱଭାବ କବି ପୂର୍ଣ୍ଣ ବଳୟ ପ୍ରତିମୁର୍ତ୍ତିରେ ଦୀପ ପ୍ରଜ୍ୱଳନ ପୂର୍ବକ ମାଲ୍ୟାର୍ପଣ କରି ସ୍ୱଭାବ କବିଙ୍କ ଜୟନ୍ତୀ ପାଳନ କରାଯାଇଥିଲା। ଧନେଶ୍ୱର ମେହେର ,ଶ୍ୟାମ ମେହେର,କୈଲାଶ ମେହେର,ହାରାଧନ ମେହେର,ଚିନ୍ତାମଣି ମେହେର,ହାରାଧନ ମେହେର,ଗୋପାଲ ମେହେର,ମିଟୁ ମେହେର, ଶିବ ମେହେର, ବିରଂଚି ମେହେର, କମ୍ଭୁପାଣି ମେହେର, ସୁବଳ ମେହେର, ଶ୍ୱେତକୁମାର ମେହେର, ଗୋପାଳ ମେହେର, ନେପାଳ ମେହେର, ଦୁଷ୍ମନ୍ତ ମେହେରଙ୍କ ସମେତ କର୍ମକର୍ତାମାନେ ସାମିଲ ହୋଇ ସରକାରଙ୍କ ସାମାଜିକ ଦୂରତ୍ୱ ରକ୍ଷା କରି ଉପସ୍ଥିତ ହୋଇ କବିଙ୍କ ଜୀବନୀ ସଂପର୍କରେ ଆଲୋଚନା କରିଥିଲେ। ଶେଷରେ ଜିତେନ୍ଦ୍ରୀୟ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories