www.samajalive.in
Sunday, December 7, 2025
13.1 C
Bhubaneswar

ବିନା ଭକ୍ତରେ ନିରାଡମ୍ବରପୂର୍ଣ୍ଣ ଝୁଲଣ ଯାତ୍ରା

ପାଟକୁରା : କରୋନା କଟକଣା ଯୋଗୁଁ ଚଳିତ ବର୍ଷ ବିନା ଭକ୍ତରେ ପାଟକୁରା ଅଞ୍ଚଳରେ ରହିଥିବା ବହୁ ପୁରାତନ ମଠ ମନ୍ଦିରମାନଙ୍କରେ ଅନୁଷ୍ଟିତ ହେଉଛି ଝୁଲଣ ଯାତ୍ର। ଝୁଲଣ ମଣ୍ଡପରେ କୌଣସି ଆଡମ୍ବର ନାହିଁ କିମ୍ବା ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଝୁଲଣ କରାଯାଉ ନାହିଁ। କେବଳ ପରମ୍ପରା ରକ୍ଷା କରିବା ପାଇଁ ସମ୍ପୃକ୍ତ ମଠ, ମନ୍ଦିରମାନଙ୍କରେ ଚାଲିଛି ଝୁଲଣ ଯାତ୍ରା। ଶ୍ରାବଣମାସର ଶୁଳ୍କ ଦଶମୀ ଠାରୁ ଆରମ୍ଭ ହୋଇଥିବା ଝୁଲର ଯାତ୍ରା ଆଜି ଶ୍ରାବଣ ପୂର୍ଣ୍ଣିମା ରାତ୍ରିରେ ଉଦଯାପିତ୍‍ କରାଯିବ। ଏହି ଉପଲକ୍ଷେ ପାଟକୁରାସ୍ଥିତ କହ୍ନେଇଲାଲଜୀଉଙ୍କ ମଠରେ ତିନି ଦିନିଆ ଝୁଲର ଆରମ୍ଭ କରାଯାଇ ଆଜି ସନ୍ଧ୍ୟାରେ ଉଦ୍‍ଯାପିତ କରାଯିବ। ସେହିପରି ଦଶମୌଜିର ଆଶ୍ରମ ବାଲିକୁଦାସ୍ଥିତ ନାମାଚାର୍ଯ୍ୟ ବାୟାବାବାଙ୍କ ଶ୍ରୀଶ୍ରୀ ଲକ୍ଷ୍ମୀନାରାୟଣ ଆଶ୍ରମରେ ଏକାଦଶୀ ତିଥି ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ୫ ଦିନ ବ୍ୟାପି ଝୁଲଣ ଯାତ୍ରା ଆରମ୍ଭ କରାଯାଉଛି। ମନ୍ଦିରେ ସନ୍ଧ୍ୟା ଆରତି ପରେ ପରେ ଶ୍ରୀରାଧାଶ୍ରୀକୃଷ୍ଣଙ୍କୁ ସୁ-ସଜ୍ଜିତ କରାଯାଇ ଝୁଣଲ ମଣ୍ଡପରେ ବିଜେ କରାଯାଉଛି। ଝୁଲଣ ବେଦିରେ ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଝୁଲଣ କରାଉଛନ୍ତି। ଠାକୁରଙ୍କୁ ସେଠାରେ ଭୋଗ କରାଯିବା ସହିତ ଆଳତି ଆଦି ଲାଗି କରାଯାଉଛି। ପାରମ୍ପାରିକ ଭାବରେ ଅଳ୍ପ କେତେଜଣ ସଂକିତ୍ତନ କଳାକାରମାନେ ମୁହଁରେ ମାକ୍ସ ପିନ୍ଧି ସମଦୂରତ୍ୱରେ ରହି ରାଧାକୃଷ୍ଣଙ୍କ ଉପରେ ରଚିତ ଚମ୍ପୁ, ଛାନ୍ଦ, ଭଜନ, କିର୍ତ୍ତନ ଆଦି ପରିବେଷଣ କରିଥିଲେ। ଆଶ୍ରମର ମହନ୍ତ ପରମାନ୍ଦ ଦାସ ଓ ଅନ୍ୟ ଅନ୍ତେବାସୀମାନେ ଉପସ୍ଥିତ ରହି ଝୁଲଣ କାର୍ଯ୍ୟ ତଦାରଖ କରିଥିଲେ। ସେହିପରି ଅନ୍ୟ କେକେତ ମଠ ,ମନ୍ଦିରମାନଙ୍କରେମଧ୍ୟ ନିରାଡମ୍ବର ସହକାରେ ଝୁଲର ଯାତ୍ରା ପାଳନ କରାଯାଇଥିବାର ଜଣାଯାଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ମଠ ମନ୍ଦିରମାନଙ୍କରେ ଭକ୍ତମାନଙ୍କ ପ୍ରବେଶକୁ କଟକଣା କରାଯାଇଥିବାରୁ ଚଳିତ ବର୍ଷ ନିରାଡମ୍ବର ସହକାରେ ଝୁଲର ଯାତ୍ରା ପାଳନ କରାଯାଉଛି। ଏଥି ଯୋଗୁଁ ମଠ ମନ୍ଦି ଗୁଡିକ ଖାଁ ଖାଁ ହୋଇପଡିଛି। ମହାମାରୀ କରୋନା ଯୋଗୁଁ ମଠ ମନ୍ଦିରମାନଙ୍କରେ କରାଯାଉଥିବା ଝୁଲର ଯାତ୍ରା ଦେଖିବାକୁ ଲୋକମାନେ ବଞ୍ଚିତ ହେଉଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories