www.samajalive.in
Monday, December 15, 2025
15.1 C
Bhubaneswar

ଟୋକିଓ ଅଲମ୍ପିକ୍ସ ହକି ଟିମ୍‍ର ସଦସ୍ୟଙ୍କ ପାଇଁ ୪ରୁ ପ୍ରଶିକ୍ଷଣ ଶିବିର

ନୂଆଦିଲ୍ଲୀ : ଟୋକିଓ ଅଲମ୍ପିକ୍ସରେ ଯୋଗଦେବାକୁ ଥିବା ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍‍ର ସଦସ୍ୟମାନେ ଆସନ୍ତା ମଙ୍ଗଳବାରଠାରୁ ବେଙ୍ଗାଲୁରସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣର ନ୍ୟାସନାଲ ସେଣ୍ଟର ଅଫ୍‍ ଏକ୍ସଲେନ୍ସଠାରେ ଆରମ୍ଭ ହେବାକୁ ଥିବା ଜାତୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେବେ।
ବେଙ୍ଗାଲୁରରେ ପ୍ରଶିକ୍ଷଣ ଆରମ୍ଭ କରିବା ପାଇଁ ରାଜ୍ୟ ସରକାରଙ୍କ ଆନୁଷ୍ଠାନିକ ଅନୁମତି ମିଳିବା ପରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ସମସ୍ତ ଖେଳାଳି, ପ୍ରଶିକ୍ଷକ ଓ ସହାୟକ କର୍ମଚାରୀମାନେ ଅଗଷ୍ଟ ୪ ତାରିଖ ଦିନ ଏହି ଶିବିରରେ ଯୋଗଦେବା ପରେ ପ୍ରତିଷ୍ଠାନ ମଧ୍ୟରେ ୧୪ଦିନିଆ ବାଧ୍ୟତାମୂଳକ ରେଣ୍ଟାଇନରେ
ରହିବେ। ବେଙ୍ଗାଲୁରରେ କୋଭିଡ ନାଇଣ୍ଟିନ ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଖେଳାଳି, ପ୍ରଶିକ୍ଷକ ଓ ସହାୟକ କର୍ମଚାରୀମାନେ ସେଠାରେ ପହଞ୍ଚିବା କ୍ଷଣି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ କର୍ଣ୍ଣାଟକ
ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସମସ୍ତ କ୍ୱାରେଣ୍ଟାଇନ୍‍ ନିୟମ ପାଳନ କରିବାକୁ କୁହାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories