ସମ୍ପର୍କୀୟାକୁ ବଳାତ୍କାର କରିବାରୁ ପୁଅକୁ ହତ୍ୟାକଲା ବାପା

0

ଜୟପୁର : ଦେଶ ତମାମ ବଳାତ୍କାର ଅପରାଧ ବୃଦ୍ଧି ପାଇଚାଲିଥିବାବେଳେ ଏହାକୁ ରୋକିବା ପାଇଁ ରାଜସ୍ଥାନ ଭରତପୁର ଅଞ୍ଚଳର ଜଣେ ବ୍ୟକ୍ତି ଦୃଷ୍ଟାମୂଳକ ପଦକ୍ଷେପ ନେଇଛନ୍ତି। ତେବେ ଏଥିପାଇଁ ତାଙ୍କୁ ଅପୂରଣୀୟ କ୍ଷତି ସହିବାକୁ ପଡ଼ିଛି। ଜଣେ ସମ୍ପର୍କୀୟ ନାବାଳିକାକୁ ବଳାତ୍କାର ଉଦ୍ୟମ କରିବାରୁ ସେ ନିଜର ୧୭ବର୍ଷୀୟ ପୁଅକୁ ଗୁଳିମାରି ହତ୍ୟା କରିଛନ୍ତି। ଏହି ଘଟଣାରେ ପୁଲିସ ତାଙ୍କୁ ଗିରଫ କରିଛି। ଏହି ଘଟଣା ଗତ ୨୮ତାରିଖରେ ଘଟିଥିଲେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କୁ ଅଟକ ରଖି ଅନୁସନ୍ଧାନ ଚଳାଇଥିଲା। ମଙ୍ଗଳବାର ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଛି।
ସୂଚନାନୁଯାୟୀ, ଭରତପୁର ଜିଲା ଭୂସଶ୍ୱରଠାରେ ଦୁଇ ଭାଇଙ୍କ ପରିବାର ଏକାଠି ବସବାସ କରନ୍ତି। ସାନ ଭାଇ ସିଆରପିଏଫ୍‍ରେ ଚାକିରି କରୁଥିବାବେଳେ ୪୦ବର୍ଷୀୟ ବଡ଼ ଭାଇ କୃଷିକାର୍ଯ୍ୟ କରିଥାନ୍ତି। ଘଟଣା ଦିନ ତାଙ୍କ ପୁଅ ସାନ ଭାଇର ଝିଅକୁ ବଳାତ୍କାର ଉଦ୍ୟମ କରିବାରେ ସେ ଉତ୍ୟକ୍ତ ହୋଇ ହିତାହିତ ଜ୍ଞାନ ହରାଇଥିଲେ। ନିଜ ଦେଶୀ ବନ୍ଧୁକରୁ ପୁଅକୁ ଗୁଳି କରିଥିଲେ। ତାର ମୃତ୍ୟୁ ହେବାରୁ ସେହି ରାତିରେ ସମ୍ପର୍କୀୟମାନେ ମିଶି ନିଜ ଜମିରେ ତାକୁ ପୋଡ଼ି ଦେଇଥିଲେ। ପରଦିନ ସରପଞ୍ଚ ମନୋଜ ଜାତବ ଏ ସମ୍ପର୍କରେ ପୁଲିସକୁ ଅବଗତ କରିଥିଲେ। ଏହାକୁ ସେ ନରବଳୀ ଭାବେ ବର୍ଣ୍ଣନା କରିଥିଲେ। ପୁଲିସ ଅଭିଯୁକ୍ତ ବାପାଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଥିଲା। ବାସ୍ତବ ଘଟଣା ଜାଣିବା ପରେ ଗିରଫ କରିଛି। ମୃତ ବାଳକ ପୂର୍ବରୁ କେତେ ଥର ସମ୍ପର୍କୀୟା ଭଉଣୀକୁ ବଳାତ୍କାର ଉଦ୍ୟମ କରିଥିବା ତଦନ୍ତବେଳେ ଜଣାପଡ଼ିଛି।

kalyan agarbati
Leave A Reply