୩୩୬ କୈଳାସ ମାନସରୋବର ତୀର୍ଥଯାତ୍ରୀ ଉଦ୍ଧାର

0

କାଠମାଣ୍ଡୁ : କୈଳାସ ମାନସରୋବର ତୀର୍ଥଯାତ୍ରୀଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି। ନେପାଳର ସିମିକୋଟ୍‍ରୁ ବୁଧବାର ୧୧୬ ଜଣ କୈଳାସ ମାନସରୋବର ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଦୁଇ ଦିନ ମଧ୍ୟରେ ୩୩୬ କୈଳାସ ମାନସରୋବର ତୀର୍ଥଯାତ୍ରୀ ଉଦ୍ଧାର କରାଯାଇଛି।  ତେବେ ଆହୁରି ୧୦୦୦ ତୀର୍ଥଯାତ୍ରୀ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି।  ଭାରତୀୟ ଦୂତାବାସର ସହାୟତାରେ ୫ଟି ହେଲିକପ୍ଟର ଏବଂ ନେପାଳ ସେନା ହେଲିକପ୍ଟର ସହାୟତାରେ ୩ ଥରରେ ଆଜି ସକାଳେ ଅଟକି ରହିଥିବା ତୀର୍ଥଯାତ୍ରୀଙ୍କୁ ସିମିକୋଟ୍‍ରୁ ସୁରକ୍ଷିତ ଅଣାଯାଇଥିଲା। ପରେ ଏହି ତୀର୍ଥଯାତ୍ରୀମାନଙ୍କୁ ବସ୍‍ ଯୋଗେ ନେପାଳଗଞ୍ଜ ପଠାଯାଇଥିଲା। ଭାରତୀୟ ଦୂତାବାସ ପକ୍ଷରୁ ମଧ୍ୟ ହେଲିକପ୍ଟର ଯୋଗେ ୩୫ ଥରରେ ୨୦୦ ଲୋକଙ୍କୁ ହିଲ୍‍ସାରରୁ ସିମିକୋଟ୍ ଅଣାଯାଇଥିଲା।

prayash

ଭାରତୀୟ ଦୂତାବାସ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛି ଏବଂ ସମସ୍ତ ଭାରତୀୟ ଏବଂ ଭାରତୀୟ ବଂଶୋଦ୍ଭବ ଲୋକମାନଙ୍କୁ ସ୍ଥାନାନ୍ତର କରିବାପାଇଁ ଯଥାସମ୍ଭବ ପଦକ୍ଷେପ ଗ୍ରହଣ କରୁଛି। ଯଦି ପାଗ ଅନୁକୂଳ ରୁହେ ଏବଂ ଘରୋଇ ହେଲିକପ୍ଟର କମ୍ପାନୀ ସେହି ପଥରେ ଉଡ଼ାଣ ପାଇଁ ସମର୍ଥ ହୁଅନ୍ତି କିମ୍ବା ଇଚ୍ଛା ପ୍ରକାଶ କରନ୍ତି, ତେବେ ଭଡ଼ାରେ ହେଲିକପ୍ଟରକୁ ଏହି ଅଭିଯାନରେ ସାମିଲ କରାଯିବାପାଇଁ ମଧ୍ୟ ଚିନ୍ତା କରାଯାଉଛି। ପ୍ରାୟ ୧୩ ଶହ ତୀର୍ଥଯାତ୍ରୀ ଏବେ ମଧ୍ୟ ତିଦ୍ଭତ ପଟେ ତଥା ସିମିକୋଟ୍‍ ଓ ହିଲ୍‍ସାରେ ଅଟକି ରହିଛନ୍ତି।

kalyan agarbati
Leave A Reply