ପଞ୍ଜାବରେ ସମସ୍ତ ସରକାରୀ କର୍ମଚାରୀଙ୍କ ଡୋପ ଟେଷ୍ଟ ବାଧ୍ୟତାମୂଳକ
ଚଣ୍ଡିଗଡ଼ : ପଞ୍ଜାବରେ ସମସ୍ତ ସରକାରୀ ପଦବୀରେ ନିଯୁକ୍ତି ପାଇଁ ଡୋପ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି। ପୁଲିସ୍ କର୍ମଚାରୀଙ୍କୁ ମଧ୍ୟ ଡୋପ ଟେଷ୍ଟ ହେବ। କର୍ମଚାରୀ ନିଯୁକ୍ତି ବେଳେ ଓ ନିଯୁକ୍ତି ପରେ ବିଭିନ୍ନ ସ୍ତରରେ ଡୋପ ଟେଷ୍ଟ ହେବ। ପଞ୍ଜାବକୁ ନିଶା ମୁକ୍ତ କରିବା ପାଇଁ ପଞ୍ଜାବ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏନେଇ ଆବଶ୍ୟକ ଅଧିସୂଚନା ଜାରି କରିବାକୁ ନିର୍ଦେଶ ଦେଇଛନ୍ତି। ପ୍ରକାଶ ଯେ ପଞ୍ଜାବରେ ଦିନକୁ ଦିନ ନିଶା କାରବାର ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ରାଜ୍ୟ ସରକାର କଠୋର ପଦକ୍ଷେପମାନ ନେଉଛନ୍ତି। ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମ୍ରିନ୍ଦର ସିଂହଙ୍କ ନେତୃତ୍ୱରେ ପଞ୍ଜାବ କ୍ୟାବିନେଟ୍ ନିଶା କାରବାର ଓ ଚୋରା ଚାଲଣରେ ଦୋଷୀ ସାବ୍ୟସ୍ତ ଲୋକଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ଏକ ଆଇନ ଆଣିବାକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି।