ଯୋଗୀ ପ୍ୟାଣ୍ଟ, ସାର୍ଟ ପିନ୍ଧିବା ଦରକାର : ଆଜମ ଖାଁ

0

ନୂଆଦିଲ୍ଲୀ : ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ସମାଜବାଦର ପାଟିର ନେତା ଆଜମ ଖାଁ ପୁନଶ୍ଚ ମାଦ୍ରାସା ଡ୍ରେସ କୋଡ ବିବାଦରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କଟାକ୍ଷ କରିଛନ୍ତି। ସେ କଟାକ୍ଷ କରି କହିଛନ୍ତି ଯେ ଯୋଗୀଙ୍କୁ ପ୍ୟାଣ୍ଟ ସାର୍ଟ ପିନ୍ଧିବା ଦରକାର। ପ୍ରକାଶ ଯେ ଯୋଗୀ ସରକାର ଉତ୍ତରପ୍ରଦେଶର ମସଜିଦ୍‍ଗୁଡିକରେ ଲୁଙ୍ଗି ପାଇଜାମା ବଦଳରେ ପ୍ୟାଣ୍ଟସାଟ୍‍ ଡ୍ରେସକୋର୍ଡ ପ୍ରଚଳନ କରିବା ପାଇଁ ଚାହୁଁଥିଲେ। ଯାହାକୁ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଲକ୍ଷ୍ମୀ ନାରାୟଣ ଚୈାଧୁରୀ ପରବର୍ତ୍ତୀ ସମୟରେ ଖାରଜ କରିଦେଇଥିଲେ। ଏହି ବିବାଦୀୟ ମାମଲାରେ ନିଜ ପ୍ରତିକ୍ରିୟାରେ ଆଜମ କହିଛନ୍ତି, ଯୋଗୀ ସରକାର ଡ୍ରେସ କୋଡ ଲାଗୁ କରିବା ସହିତ ଏହାକୁ ନମାନିଲେ କ’ଣ ଦଣ୍ଡ ଦିଆଯିବ ସେ କଥା ବି କହିବାର ଥିଲା। କଟାକ୍ଷ ଛଳରେ ସେ କହିଥିଲେ, କଣ ଏହି ନିୟମକୁ ନ ମାନିଥିଲେ ଯୋଗୀ ସରକାର ମସଜିଦ ଭାଙ୍ଗି ଦେଇଥାନ୍ତେ ନା ମୈାଲାବିମାନଙ୍କ ଉପରକୁ ଏସିଡ ମାଡ କରିଥାନ୍ତେ। ରାମପୁରରେ ଗଣମାଧ୍ୟମ ସହ କଥା ହେଲା ବେଳେ ସେ କହିଛନ୍ତି, ଇନ୍ଦିରା ଗାନ୍ଧି ଘୋଷିତ ଜରୁରୀକାଳିନ ପରିସ୍ଥିତି ଲାଗୁ କରିଥିଲେ; ମାତ୍ର ମୋଦୀ ଅଘୋଷିତ ଜରୁରୀକାଳିନ ପରିସ୍ଥିତି ଲାଗୁ କରିଛନ୍ତି। ଆଉ ଘୋଷିତ ଠାରୁ ଅଘୋଷିତ ବହୁ ମାରାତ୍ମକ।

kalyan agarbati
Leave A Reply