ନବରଙ୍ଗପୁର: ନବରଙ୍ଗପୁର ଜିଲାରୁ ସ୍କଚ ସମ୍ମାନ ନିମନ୍ତେ ଜିଲା ପ୍ରଶାସନ ତରଫରୁ କୋଭିଡ -୧୯ ପାଇଁ ଜିଲାର ପ୍ରତିକ୍ରିୟାମୂଳକ ପ୍ରସ୍ତୁତି ଉପସ୍ଥାପନ କରାଯାଇଥିବା ବେଳେ ଏହା ନୂଆଦିଲ୍ଲୀଠାରେ ୬୬ତମ ସର୍ବଭାରତୀୟ ସ୍ତରରେ ସ୍କଚ ସମ୍ମିଳନୀରେ ଗ୍ରହଣ କରାଯାଇଛି। ନବରଙ୍ଗପୁର ଜିଲା ଏଥି ପାଇଁ ରୈାପ୍ୟ ସମ୍ମାନ ପାଇବାକୁ ଯୋଗ୍ୟ ହୋଇଛି।
ଜିଲାପାଳ ଡଃ.ଅଜିତ୍ କୁମାର ମିଶ୍ର ଏହି ସମ୍ମାନ ଓ ମାନପତ୍ର ପାଇଥିବା ବେଳେ ସେ ଏହି ପୁରସ୍କାରକୁ ଜିଲାର ସମସ୍ତ କୋଭିଡ ଯୋଦ୍ଧାଙ୍କୁ ଉତ୍ସର୍ଗ କରିଛନ୍ତି। ପୂର୍ବରୁ ମଧ୍ୟ ନବରଙ୍ଗପୁର ଜିଲା କୃଷି କ୍ଷେତ୍ରରେ ବୈଞାନିକ ପଦ୍ଧତିର ଉଲ୍ଲେଖନୀୟ ସଫଳତା ପାଇଁ ସ୍କଚ ସମ୍ମାନ ପାଇଥିଲା। ତେବେ ଆଜି ପୁଣିଥରେ କରୋନା ପାଇଁ ସ୍କଚ ସମ୍ମାନ ପାଇବା ଜିଲା ପାଇଁ ଗର୍ବ ଓ ଗୈାରବ ଆଣି ଦେଇଛି।



