www.samajalive.in
Saturday, December 6, 2025
19.1 C
Bhubaneswar

ଅସଦାଚରଣର ଶିକାର ହୋଇ ଜଣେ ନାବାଳିକାର ଆତ୍ମହତ୍ୟା

ଢେଙ୍କାନାଳ : ଜଣେ ନାବାଳିକାକୁ ବାରମ୍ବାର ଅସଦାଚରଣ କରାଯିବା ଓ ଏନେଇ ପୁଲିସରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ନାବାଳିକ ଜଣକ ଆତ୍ମହତ୍ୟା କରିଥିବା କଥା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।
ଢେଙ୍କାନାଳ ସଦର ବ୍ଲକର ଦୀନବନ୍ଧୁପୁର ଗ୍ରାମର ଜଣେ ନାବାଳିକାଙ୍କୁ ଉକ୍ତ ଗ୍ରାମର ସୁବାସ ମୁଦୁଲି ନାମକ ଜଣେ ବିବାହିତ ଯୁବକ ବାରମ୍ବାର ଅଶାଳୀନ ବ୍ୟବହାର ପ୍ରଦର୍ଶନ କରୁଥିଲା। ଗତ ୧ ତାରିଖରେ ବାପା ମାଆଙ୍କ ଅନୁପସ୍ଥିତିର ସୁଯୋଗ ନେଇ ସୁବାସ ତାଙ୍କ ଘରେ ପଶି ସମ୍ପୃକ୍ତ ନାବାଳିକାକୁ ଅସଦାଚରଣ କରିଥିଲା। ଏ ସମ୍ପର୍କରେ ପରିବାର ପକ୍ଷରୁ ଗ୍ରାମସଭାରେ କଥା ପକାଇ ବିଫଳ ହେବାପରେ ୬ ତାରିଖରେ ଭାପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ଭାପୁର ଫାଣ୍ଡି ଅଧିକାରୀ ଉକ୍ତ ଅଭିଯୁକ୍ତ ସୁବାସକୁ ଫାଣ୍ଡିକୁ ଡାକି ମାମଲାକୁ ରଫାଦଫା କରି ଦେଇଥିବା ଅଭିଯୋଗ ହୋଇଛି। ଥାନାରୁ ମାମଲା ରଫାଦଫା ହେବାପରେ ସୁବାସ ପ୍ରତିଶୋଧ ପରାୟଣ ହୋଇ ୨୮ ତାରିଖରେ ସମ୍ପୃକ୍ତ ନାବାଳିକାକୁ ପୁନର୍ବାର ଅସଦାଚରଣ କରିଥିଲେ। ଗୋଟିଏ ପଟେ ଗରୀବି ଓ ଅସହାୟତା ନେଇ ପୀଡିତା ନାବାଳିକା ତାର ପରିବାର ପୁଲିସ୍‍ ଉପରୁ ଆଶା ତୁଟାଇ ହତାଶ ହୋଇପଡିଥିଲେ। ପୁଲିସଠୁ ନ୍ୟାୟ ନପାଇ ଏହି ନାବାଳିକା ହତାଶ ହୋଇପଡିବା ସହ ଲୋକଲଜ୍ୟା ସହ୍ୟ କରିନପାରି ଆତ୍ମହତ୍ୟା କରିଥିବା ମୃତ ନାବାଳିକାର ବଡ ଭଉଣୀ ଓ ପଡୋଶୀମାନେ ଦୁଃଖର ସହିତ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଜଣେ ନାବାଳିକାର ଏପରି ଆତ୍ମହତ୍ୟାକୁ ନେଇ ତାଙ୍କ ପରିବାର ଓ ଗ୍ରାମବାସୀଙ୍କ ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ଏ ବାବଦରେ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଗୁହାରୀ କରି ସମ୍ପୃକ୍ତ ଅଧିକାରୀ ଓ ଅଭିଯୁକ୍ତ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀମାନେ ଦାବୀ କରିଛନ୍ତି। ଖବର ପାଇ ସଦର ଥାନା ପୁଲିସ୍‍ ଘଟଣା ସ୍ଥଳରେ ପହଁଚି ମୃତ ନାବାଳିକାର ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବାବେଳେ ତଦନ୍ତ ପ୍ରକ୍ରିୟା ଜାରି ରହିଛି ବୋଲି ଏସଡିପିଓ ସୂଚନା ଦେଇଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories